No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୩୦ ସେପ୍ଟେମ୍ୱର ଗୁରୁବାର ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ରେ ଥିବା ୨୨ ଟି ପଞ୍ଚାୟତ ରେ ଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀ ଙ୍କ ମଧ୍ୟରୁ ୬ ଜଣ ପଞ୍ଚାୟତ ନିର୍ବାହୀ ଅଧିକାରୀ ଙ୍କ ବଦଳି ଅନ୍ୟ ବ୍ଲକ୍ କୁ ହୋଇଛି।ସୂଚନା ଅନୁଯାୟୀ ନୂଆଗାଁ ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ତାରେଣିଆ ଙ୍କୁ ରଣପୁର ବ୍ଲକ୍, ଜାକେଡ଼ା ପଞ୍ଚାୟତ ନିର୍ବାହୀ ଅଧିକାରୀ ପଦ୍ମ ଚରଣ ବିଶ୍ଵାଳ ଙ୍କୁ ଭାପୁର ବ୍ଲକ୍, ଗାତେରି ପଞ୍ଚାୟତ ନିର୍ବାହୀ ଅଧିକାରୀ ବିମ୍ବାଧର ନାୟକ ଙ୍କୁ ଭାପୁର ବ୍ଲକ୍,
ମାଳିସାହି ପଞ୍ଚାୟତ ନିର୍ବାହୀ ଅଧିକାରୀ ଗୀତା ନାୟକ ଙ୍କୁ ଖଣ୍ଡପଡ଼ା ବ୍ଲକ୍, ଚାହାଳି ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରକାଶିନି ନାୟକ ଙ୍କୁ ଖଣ୍ଡପଡ଼ା ବ୍ଲକ୍,ଉଦୟପୁର ପଞ୍ଚାୟତ ନିର୍ବାହୀ ଅଧିକାରୀ କଳ୍ପନା ବେହେରା ଙ୍କୁ ଦଶପଲ୍ଲା ବ୍ଲକ୍ କୁ ଜିଲ୍ଲା ପ୍ରଶାସନ ତରଫରୁ ବଦଳି କରାଯାଇଥିବା ଜଣା ପଡ଼ିଛି । ତେବେ ଏହି ସବୁ ପଞ୍ଚାୟତ ଗୁଡିକରେ ବିଭିନ୍ନ ଦୁର୍ନୀତି ହେଉଥିବା ନେଇ ଅଧିକାଂଶ ସମୟରେ ବିଭିନ୍ନ ଖବର କାଗଜ ରେ ପ୍ରକାଶ ହୋଇଆସୁଛି ।
No Result
View All Result