No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୭ ସେପ୍ଟେମ୍ୱର ସୋମବାର) ପଦ୍ମପୁର :- ବରଗଡ଼ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନ ଓ ସେବା ସମର୍ପଣ ସପ୍ତାହ ପାଳନ ଅବସରରେ ବରଗଡ଼ ଜିଲ୍ଲା ଅଧ୍ୟକ୍ଷା ଶ୍ରୀମତୀ ମୁକ୍ତା ସାହୁଙ୍କ ନେତୃତ୍ବରେ କସ୍ତୁରବା ଗାନ୍ଧୀ ମାତୃ ନିକେତନ ଠାରେ ସ୍ଵାଧୀନତା ସଂଗ୍ରାମୀ ବର୍ଣ୍ଣି କନ୍ୟା ତଥା ଅନୁଷ୍ଠାନ ପ୍ରତିଷ୍ଠାତା ସ୍ଵର୍ଗିୟା ପାର୍ବତୀ ଗିରି ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ । ମାତୃନିକେତନ କୁନିକୁନି ଛାତ୍ର ଛାତ୍ରୀ ମାନଙ୍କୁ ମିଷ୍ଟାନ୍ନ,ଫଳ,ବିସ୍କୁଟ ବଣ୍ଟନ କରିବା ସଙ୍ଗେ ଅନୁଷ୍ଠାନର କୁନିକୁନି ପିଲା ମାନଙ୍କ ସହିତ ଭାବ ଆଦାନ ପ୍ରଦାନ କରିବା ସହ କିଛି ସମୟ ଅତିବାହିତ କରିଥିଲେ । ପରେ ବରଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସାହୁଙ୍କ ତତ୍ତ୍ଵାବଧାନରେ ନୃସିଂହନାଥ ମନ୍ଦିର ପ୍ରାଙ୍ଗଣରେ ପ୍ରଧାନମନ୍ତ୍ରୀ ସ୍ବେଚ୍ଛ ଭାରତ ଅଭିଯାନରେ ସଂଫେଇ କାର୍ଯ୍ୟ ସହ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଅନୁଷ୍ଠିତ କାର୍ଯ୍ୟକ୍ରମରେ ବରଗଡ଼ ଜିଲ୍ଲା ବିଜେପି ପ୍ରଭାରୀ ସବିତା ନନ୍ଦ,ବିଜେପି ମହିଳା ମୋର୍ଚ୍ଚା ଜିଲ୍ଲା ସଭାପତି ସୁନନ୍ଦା ମେହେର,ଜିଲ୍ଲା ସାଧାରଣ ସମ୍ପାଦିକା କୁମୋଦିନୀ ସାହୁ,ଜିଲ୍ଲା ସମ୍ପାଦୀକା ସରସ୍ବତୀ ସାହୁ,ମହିଳା ମୋର୍ଚ୍ଚା ଉପ ସଭାପତି ରମେଶ ଲୁହାର,ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ମୀନା ସରାଫ,ବାଦିଟକଟା ପଞ୍ଚାୟତ ସମିତି ସଭ୍ୟା ବବିତା ପ୍ରଧାନ,ବିଜେପି ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ସୁବାଷିନୀ ପ୍ରଧାନ,ରାଜ୍ୟ କୃଷକ କାର୍ଯ୍ୟକାରିଣୀ ସଦସ୍ୟ ତଥା ବରିଷ୍ଠ ନେତା ଗୋବର୍ଦ୍ଧନ ଅଗ୍ରୱାଲ,ପାଇକମାଲ ମଣ୍ଡଳ ସଭାପତି କୈଳାସ ଚନ୍ଦ୍ର ଦିଶ୍ରୀ,ମାଣ୍ଡୋସିଲ ସଂଜୟ ବେହେରା,ବରକେଲ ମଣ୍ଡଳ ସଭାପତି ସୌକିଲାଲ ସାହାଙ୍କ ସମେତ ଅନ୍ୟ ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ଥିଲେ । (ରିପୋର୍ଟ – ନିରୋଜ କୁମାର ପାଣୀ)
No Result
View All Result