No Result
View All Result

ତାଜା ନ୍ୟୁଜ୍ (୨୩ ସେପ୍ଟେମ୍ବର ଗୁରୁବାର) ରଣପୁର ରିପୋର୍ଟ /ଅଭିମନ୍ୟୁ :- ରଣପୁର ବିଜ୍ଞାପିତ ଅଚଂଳ ପରିଷଦ ୬ ନମ୍ବର ୱାର୍ଡ ର ଜଣାଶୁଣା ସଙ୍ଗିତଜ୍ଞ ତଥା କଳାକାର ତ୍ରିନାଥ ମହାପାତ୍ରଙ୍କ ଆଜି ପ୍ରଥମ ଶ୍ରାଦ୍ଧ ବାର୍ଷିକ ଅବସରରେ ଏକ ସ୍ନୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି ।

ତେବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ବିଜୟ କୁମାର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ସ୍ନୃତି ଚାରଣ ସଭାରେ ମୁଖ୍ୟ ଅତିଥ୍ô ଭାବେ ସ୍ଥାନୀୟ ବିଧାୟକ ସତ୍ୟନାରାୟଣ ପ୍ରଧାନ, ସମ୍ମାନୀତ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ସୁରେଶ ଚନ୍ଦ୍ର ମିଶ୍ର, ବରିଷ୍ଠ ଶିକ୍ଷାବିତ୍ ବିରଚିଂ ନାରାୟଣ ତ୍ରିପାଠୀ,

ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ବିଜ୍ଞାପିତ ଅଚଂଳ ପରିଷଦ ଉପାଧ୍ୟକ୍ଷ ପ୍ରିୟବ୍ରତ ପ୍ରହରାଜ, ସମାଜସେବୀ ରାଜକିଶୋର ପଟ୍ଟନାୟକ, ସଙ୍ଗୀତଜ୍ଞ ନିକୁଞ୍ଜ ବିହାରୀ ପଟ୍ଟନାୟକ, ଅଧ୍ୟାପକ ସତ୍ୟନାରାୟଣ ମହାପାତ୍ର, ରଞ୍ଜନ ଦାସ, ପ୍ରଭାକର ମିଶ୍ର, ମାନସ ରଞ୍ଜନ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ତେବେ ସର୍ବ ପ୍ରଥମେ ସ୍ଥାନୀୟ ସଙ୍ଗୀତ କଳା ନିକେତନ କଳାକାରଙ୍କ ଦ୍ୱାରା ପ୍ରାରମ୍ଭିକ ବନ୍ଦନା ଗାନ କରାଯାଇଥିଲା । ପରେ ସ୍ୱର୍ଗତ ଶ୍ରୀ ମହାପାତ୍ରଙ୍କ ସ୍ନୃତି ଉଦେଶ୍ୟରେ “ମୁଁ ଅର୍ଜୁନ ରାଉତ କହୁଛି” ନାମକ ଏକ ଆଚଂଳିକ ପୁସ୍ତକ ଉନ୍ମୋଚନ କରାଯାଇଥିଲା । ତେବେ ସ୍ୱର୍ଗତ ଶ୍ରୀ ମହାପାତ୍ରଙ୍କ ଉଦେଶ୍ୟରେ ଅତିଥିଗଣ ସ୍ନୃତି ଚାରଣ କରିଥିଲେ । (ଲିସା ରାଣୀ ମହାପାତ୍ର)

No Result
View All Result