No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୨୧ ସେପ୍ଟେମ୍ବର , ମଙ୍ଗଳବାର ) ଓଡ଼ଗାଁ :- ଓଡଗାଁ ଆଦର୍ଶ ଥାନା ଅନ୍ତର୍ଗତ ରଙ୍ଗଣିପାଟଣା ପଞ୍ଚାୟତ ବାହଡ଼ପିଠା ଗ୍ରାମର ଶାନ୍ତି ନାୟକ (୨୨) ଙ୍କ କୋଭିଡ ଟିକା ନେବା ପରେ ମୃତ୍ୟୁ ହେଇଥିବା ନେଇ ଅଭିଯୋଗ କରି ଓଡଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ସମ୍ପର୍କୀୟଙ୍କ ଉତ୍ତେଜନା ପ୍ରକାଶ ପାଇଛି । ସୋମବାର ଦିନ ପ୍ରାୟ ୧୧ଟା ସମୟରେ ଶାନ୍ତି ଓଡଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଟିକା ନେଇ ନିଜ ଘରକୁ ଫେରିଥିଲେ। କିନ୍ତୁ ଟିକା ନେଇ ଘରେ ପହଞ୍ଚିବା ପରେ ଘରର କାମଦାମ କରିବାର କିଛି ମୂହୁର୍ତ୍ତ ପରେ ଶାନ୍ତି ଙ୍କୁ ଜ୍ୱର ଆସିଥିଲା ।
ଟିକା ନେବା ପରେ ସାଧାରଣ ଜ୍ୱର ଭାବି ଅପେକ୍ଷା କରିଥିଲେ । କିନ୍ତୁ ଜ୍ୱର ବେଳକୁ ବେଳ ବଢିବାରେ ଲାଗିଲା । ଅବସ୍ଥା ଶୋଚନୀୟ ହେବାରୁ ରାତି ୧୦ ବେଳକୁ ଶାନ୍ତି ଙ୍କୁ ଓଡଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଚିକିତ୍ସିତ ଅବସ୍ଥାରେ ଶାନ୍ତି ଙ୍କ ମୃତ୍ୟୁ ଘଟିଥିଲା । ଖବର ପ୍ରଘଟ ହେବା ପରେ ଶାନ୍ତିଙ୍କ ସମ୍ପର୍କୀୟ ମେଡିକାଲରେ ପହଞ୍ଚି ହୋହାଲ୍ଲା କରିଥିଲେ । ଖବର ପାଇ ଓଡଗାଁ ଥାନା ଆଇଆଇସି ପ୍ରଜ୍ଞା ପାରମିତା ଜେନା ଓ ଅନ୍ୟ ଥାନା କର୍ମଚାରୀ ମେଡିକାଲ ରେ ପହଞ୍ଚି ବୁଝାସୁଝା କରିବା ପରେ ପରିବାର ଲୋକ ଶବ ନେଇଥିବା ଜଣାପଡିଛି । ( ଓଡ଼ଗାଁ ରିପୋର୍ଟ — ଅଶ୍ଵିନୀ କୁମାର ସାହୁ )
No Result
View All Result