No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୨ ସେପ୍ଟେମ୍ବର,ବୁଧବାର ) ଓଡ଼ଗାଁ :- ନୟାଗଡ଼ ଜିଲ୍ଲା ପ୍ରାଣୀ ସମ୍ପଦ ବିକାଶ ତରଫରୁ ଓଡ଼ଗାଁ ବ୍ଲକ କୋମଣ୍ଡ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସ୍ଥାନୀୟ ଚାଷୀ ମାନଙ୍କୁ ନେଇ ଏକ ତାଲିମ ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ସରପଞ୍ଚ ସୁଶାନ୍ତ କୁମାର ଦଳେଇ ଏହାକୁ ଉଦଘାଟନ କରିଥିବା ବେଳେ ଗୋପାଳନ ଓ ଘାସ ଚାଷ ସମ୍ପର୍କରେ ଜିଲ୍ଲା ଅତିରିକ୍ତ ପ୍ରାଣୀ ଚିକିତ୍ସକ ଡ଼ଃ ଶୁଭକାନ୍ତ ଆଚାର୍ଯ୍ୟ ଓ ଡ଼ଃ ସୌରଭ ରଞ୍ଜନ ହୋତା ଚାଷୀଙ୍କୁ ଅବଗତ କରାଇଥିଲେ ।
ଚାଷୀଙ୍କ ପ୍ରତ୍ୟେକ ସମସ୍ୟା,ସେମାନଙ୍କ ସହିତ ଜଡିତ ହେବାପାଇଁ ନୟାଗଡ ବିଧାୟକ, ତଥା କୃଷି,କୃଷକ,ମତ୍ସ୍ୟ,ପ୍ରାଣୀସମ୍ପଦ ଓ ଉଚ୍ଚ ଶିକ୍ଷାମନ୍ତ୍ରୀ ଡ଼ଃ ଅରୁଣ କୁମାର ସାହୁ ଅହରହ ସଂଗ୍ରାମ କରିଆସୁଥିବା ମୁଖ୍ୟଅତିଥି ସୁଶାନ୍ତ ଦଳେଇ କହିଛନ୍ତି। ଚାଷୀଙ୍କ ସମସ୍ତ ଆବଶ୍ୟକତା ପୂରଣ କରାଯିବାକୁ ମନ୍ତ୍ରୀଙ୍କ ନିର୍ଦ୍ଧେଶ ରହିଛି ବୋଲି କହିଥିଲେ ।ଆଜିର ଏହି ଶିବିରରେ ୨୦ରୁ ଉର୍ଦ୍ଧ୍ବ ଚାଷୀ ଉପସ୍ଥିତ ଥିବା ଜଣାପଡିଛି । ( ଓଡ଼ଗାଁ ରିପୋର୍ଟ — ଅଶ୍ଵିନୀ କୁମାର ସାହୁ )
No Result
View All Result