No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୧୭ ସେପ୍ଟେମ୍ବର , ଶୁକ୍ରବାର ) ଓଡ଼ଗାଁ :- ଓଡ଼ଗାଁ ଆଦର୍ଶଥାନା ଅନ୍ତର୍ଗତ ଭୁବନେଶ୍ୱର – ଭଞ୍ଜନଗର ୨୧ନଂ ରାଜ୍ୟ ରାଜପଥ ରଙ୍ଗଣିପାଟଣା ଓଁ ଷ୍ଟାଇଲେକ୍ସ ନିକଟରେ ଏକ ସଡକଦୁର୍ଘଟଣାରେ ୨ ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି।ଗୁରୁତର ୨ ଯୁବକ ବାଣ୍ଠପୁର ନିହଲପ୍ରସାଦ ଗ୍ରାମର ମଦନ ଯାନି ଏବଂ ସଂଗ୍ରାମ ଯାନି ବୋଲି ଜଣାପଡିଛି । ଘଟଣା ଅନୁଯାୟୀ ,ଗତକାଲି ଅପରାହ୍ନ ସମୟରେ ବାଣ୍ଠପୁର ପଞ୍ଚାୟତ ଅନ୍ତର୍ଗତ ନିହଲପ୍ରସାଦ ଗ୍ରାମର ଦୁଇ ଯୁବକ ମଦନ ଯାନି ଏବଂ ସଂଗ୍ରାମ ଯାନି ବାଇକ ଯୋଗେ ରଙ୍ଗଣୀପାଟଣା

ଅଭିମୁଖେ ଯାଉଥିବା ସମୟରେ ଓଁ ଷ୍ଟାଇଲେକ୍ସ ସୋରୁମ ନିକଟରେ ସାମ୍ନାରୁ ଆସୁଥିବା ଓଡ଼ି ୦୨ବିଏସ୭୪୭୩ ନଂ ବିଶିଷ୍ଟ ଏକ ପିକଅପ ଭ୍ୟାନ ଧକ୍କା ଦେବାରୁ ଭାରସାମ୍ୟ ହରାଇ ପଡିଯାଇ ଗୁରୁତର ଆହତ ହୋଇଛନ୍ତି । ସ୍ଥାନୀୟ ଲୋକଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସ ଯୋଗେ ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଅଛି । ( ଓଡ଼ଗାଁ ରିପୋର୍ଟ — ଅଶ୍ଵିନୀ କୁମାର ସାହୁ )
No Result
View All Result