No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୧୫ ସେପ୍ଟେମ୍ବର,ବୁଧବାର ) ବାଲିଗୁଡା :- କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ରେ ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟ ପାଠ୍ୟକେନ୍ଦ୍ର ଖୋଲିଛି।ଏଥିରେ ସଂଯୋଜକ ଭାବେ ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ୟାପକ ଡ.ବିଭୂତିଭୂଷଣ ଆଚାର୍ଯ୍ୟ, ସହ ସଂଯୋଜକ ଭାବେ ବାଣିଜ୍ୟ ବିଭାଗ ଅଧ୍ୟାପକ ଦଣ୍ଡପାଣି ଭୂୟାଁ, ପାଠ୍ୟକେନ୍ଦ୍ରର ସହକାରୀ ଭାବେ ସୁବାସ ଚନ୍ଦ୍ର ଡାକୁଆ ନିଯୁକ୍ତି ପାଇଛନ୍ତି।ଏଠାରେ ଓଡ଼ିଆ ଇତିହାସ ରାଜନୀତି ବିଜ୍ଞାନ ବାଣିଜ୍ୟ ଅଧିସ୍ନାତକ ଶ୍ରେଣୀ ଖୋଲିବା ସହ ଓଡ଼ିଆ ଇତିହାସ, ରାଜନୀତି ବିଜ୍ଞାନ, ବାଣିଜ୍ୟ, ଇଂରାଜୀ ସ୍ନାତକ ସମ୍ମାନ ଶ୍ରେଣୀ ଖୋଲିଛି ।

ଇ- କମର୍ସ ଇନ୍ସୁରାନ୍ସ ପ୍ରାକୃତିକ ଦୁର୍ବିପାକର ମୁକାବିଲା, ଇଂରାଜୀରୁ ଓଡ଼ିଆ ଅନୁବାଦ, ବ୍ୟାଙ୍କିଙ୍ଗ୍ ଜନଜାତି ଅଧ୍ୟୟନ ଗ୍ରାମ୍ୟ ଉନ୍ନୟନ ଆଦି ପ୍ରସଙ୍ଗ ରେ ଡିପ୍ଲୋମା ଓ ସାର୍ଟିଫିକେଟ୍ କୋର୍ସ ମଧ୍ୟ ଖୋଲିଛି । ସ୍ଵଳ୍ପ ସରକାରୀ ଧାର୍ଯ୍ୟ ମୂଲ୍ୟରେ ଏଭଳି ସୁବିଧା ସୁଯୋଗ ହାତଛଡ଼ା ନ କରିବାକୁ ସମସ୍ତ ଆଗ୍ରହୀଙ୍କୁ ଅନୁରୋଧ କରାଯାଇଛି । ଅଧାରୁ ପାଠ ଛାଡିଥିବା ଏବଂ କୈ।ଣସି କାରଣରୁ ନାମ ଲେଖାଇ ନିୟମିତ ପାଠପଢା ରୁ ବଂଚିତ ଛାତ୍ରଛାତ୍ରୀ ଗୃହିଣୀ ସରକାରୀ ଓ ବେସରକାରୀ ଚାକିରିଜୀବି ଏହି ସୁଯୋଗ ୩୦ ସେପ୍ଟେମ୍ବର ମଧ୍ୟରେ ଅନଲାଇନ ରେ ରେଜିଷ୍ଟ୍ରେସନ ଓ ଆଡ଼ମିଶନ କରିବାକୁ ପାଠ୍ୟକ୍ରମ ସଂଯୋଜକ ଡ.ବିଭୂତିଭୂଷଣ ଆଚାର୍ଯ୍ୟ ପ୍ରକାଶ କରିଛନ୍ତି । (ରିପୋର୍ଟ,ସଞ୍ଜୟ କୁମାର ପାଣିଗ୍ରାହୀ)
No Result
View All Result