No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୩୧ ଅଗଷ୍ଟ ମଙ୍ଗଳବାର ) ନୟାଗଡ଼ :– ସମୟରେ ଜିଲ୍ଲାସ୍ତରୀୟ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପଠାଣି ସମାନ୍ତ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଡଃ ଅରୁଣ କୁମାର ସାହୁ , କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ଏବଂ ଉଚ୍ଚ ଶିକ୍ଷା ବିଭାଗ ଯୋଗଦାନ କରିଥିଲେ । ସର୍ବ ପ୍ରଥମେ ନିର୍ବାହୀ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ଜେନା ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ ଏବଂ ଏହି ଦିବସ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ମାନ୍ୟବର ମନ୍ତ୍ରୀ କହିଲେ ଯେ , ୧୯୫୩ ମସିହରେ ଜନ୍ମ ନେଇଥିବା ନୟାଗଡ଼ ଏନ.ଏ.ସି. ଗତ ତା. ୧୧.୦୨.୨୦୧୯ରିଖରେ ପୌରପାଳିକା ମାନ୍ୟତା ପାଇଛି ।

ଏହି ମାନ୍ୟତା ପାଇବା ପଛରେ ଯେଉଁ ଜନନାୟକ ଓ ଅଧିକାରୀମାନଙ୍କର ଅକ୍ଲାନ୍ତ ପରିଶ୍ରମ ରହିଛି ସେମାନଙ୍କର ସ୍ମୃତିଚାରଣ କରିଥିଲେ । ନୟାଗଡ଼ ପୌରପାଳିକାର ସାମଗ୍ରିକ ବିକାଶ ପାଇଁ ସମସ୍ତଙ୍କ ସହଯୋଗ ଓ ତ୍ୟାଗ ରହିବା ଆବଶ୍ୟକ ବୋଲି ମାନ୍ୟବର ମନ୍ତ୍ରୀ ପ୍ରକାଶ କରିଥିଲେ । ଅନୁଶାସନ ଓ ଶୃଙ୍ଖଳାକୁ ପ୍ରତିଷ୍ଠିତ କରିବା ସହିତ ଏହାର ପ୍ରଚାର ପ୍ରସାର ହେବା ସଂପର୍କରେ ଗୁରୁତ୍ୱ ଆରୋପ କରିଥିଲେ । ମହାନଦୀରୁ ପାଇପ ଯୋଗେ ପାନୀୟ ଜଳ ନୟାଗଡ଼ ସହରର ଘରେ ଘରେ ଯୋଗାଇ ଦେବା ନିମନ୍ତେ ଅର୍ଥ ମଂଜୁର ହୋଇଯାଇଛି । ଏହା ପରେ ନୟାଗଡ଼ ସହରକୁ ସ୍ୱଚ୍ଛ, ସୁନ୍ଦର ଓ ଉନ୍ନତ କରିବା ପାଇଁ ଆଜିର ଦିବସରେ ସମସ୍ତ ଜନସାଧାରଣ ଶପଥ ଗ୍ରହଣ କରିବା ପାଇଁ ଅନୁରୋଧ କରିଥିଲେ ।

ଏହାପରେ ମାନନୀୟା ଜିଲ୍ଲାପାଳ ତଥା ପୌର ପରିଷଦର ପ୍ରଶାସିକା ଡା. ପୋମା ଟୁଡୁ ସଭାପତିତ୍ୱ କରି କହିଲେ ଯେ, ନୟାଗଡ଼ ପୌର ପରିଷଦର ସର୍ବାଙ୍ଗୀନ ଉନ୍ନତି ପାଇଁ ସମସ୍ତଙ୍କର ସହଯୋଗ ଆବଶ୍ୟକ ବୋଲି କହିଥିଲେ । ବିଶେଷକରି ବଲାଙ୍ଗି ପାର୍କ ନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି ଏବଂ ଏହା ପର୍ଯ୍ୟଟନ ଶିଳ୍ପରେ ଏକ ମାଇଲ ଖୁଂଟ ସୃଷ୍ଟି କରିବ ତଥା ନୟାଗଡ଼କୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିବ ବୋଲି ପ୍ରକାଶ କରିଥିଲେ । ଭାଲୁଖୋଲ ଠାରେ ଏକ ଆଦର୍ଶ ଶ୍ମଶାନ ଘାଟର ନିର୍ମାଣ କାର୍ଯ୍ୟ ଜାରି ରହିଛି ବୋଲି ପ୍ରକାଶ କରିଥିଲେ । ସାଗର ପୋଖରୀ ଠାରେ ଏକ ଯୋଗକେନ୍ଦ୍ରର ନୂତନ କୋଠା ନିର୍ମାଣ କରାଯାଇଛି । ସେହିପରି ସ୍ୱାସ୍ଥ୍ୟପ୍ରଦ ମାଛ ବଜାର ନିର୍ମାଣ କାର୍ଯ୍ୟ ଇତି ମଧ୍ୟରେ ଆରମ୍ଭ ହୋଇଯାଇଛି ।

ଏଥିରେ ଶୀତଳ ଭଣ୍ଡାର ସହିତ ୬୦ବଖରା ଗୃହ ନିର୍ମାଣ କାର୍ଯ୍ୟ ଏକ ବର୍ଷ ମଧ୍ୟରେ ସମାପ୍ତ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ସମ୍ମାନୀତ ଅତିଥି ଭାବେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସୁବାସ ଚନ୍ଦ୍ର ରାୟ ଯୋଗଦାନ କରି କହିଲେ ଯେ, ନୟାଗଡ଼ ପୌର ପରିଷଦ ବିକାଶ ଧାରାରେ ଆଗେଇ ଚାଲିଛି ଏବଂ ଦିନେ ଏହା ଓଡ଼ିଶାରେ ଏକ ଉତ୍ତମ ପୌରପାଳିକା ଭାବେ ବିବେଚିତ ହେବ ବୋଲି ପ୍ରକାଶ କରିଥିଲେ । ମୁଖ୍ୟମନ୍ତ୍ରୀ କର୍ମତତ୍ପର ଅଭିଯାନ(ଗଟକଞଇ) ଯୋଜନାରେ ସହରର ବିଭିନ୍ନ ସ୍ଥାନରେ ୧୩୦ଗୋଟି ବର୍ଷାଜଳ ଅମଳ ପ୍ରକଳ୍ପ ନିର୍ମାଣ କରାଯାଇଛି ବୋଲି କହିଥିଲେ ।

ମହାମାରୀ କରୋନାର ଦ୍ୱିତୀୟ ଲହରୀରେ ମହିଳା ଓ ୨ ପୁରୁଷମାନଙ୍କୁ କାମଧନ୍ଦା ଯୋଗାଇବା ଓ ସେମାନଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରାଇବା ଦିଗରେ ପଦକ୍ଷେପ ନିଆଯାଇଛି ବୋଲି କହିଥିଲେ । ଶେଷରେ ମୁଖ୍ୟ ଅତିଥି ୪୦ଜଣଙ୍କୁ ଭୂମି ଅଧିକାର ପ୍ରମାଣ ପତ୍ର ଏବଂ ୧୦ଜଣଙ୍କୁ ଉତ୍ତା ପ୍ରଦାନ କରିଥିଲେ । ଏହାପରେ ନିର୍ବାହୀ ଅଧିକାରୀ ଧନ୍ୟବାଦ ଅର୍ପଣ କରିବା ସଙ୍ଗେ ସଙ୍ଗେ ସଭା ସାଙ୍ଗ ହୋଇଥିଲା ।
No Result
View All Result