No Result
View All Result
1. ରଣପୁର ସମୁକା ସାହି ଟୁକୁ ମହାପାତ୍ର ୟୁକୋ ବ୍ୟାଙ୍କ ମ୍ୟାନେଜର ଙ୍କ ସାନ ପୁଅ ଅମିତ୍ କୁମାର ମହାପାତ୍ର ନୟାଗଡ ର ଜଣେ ଜଣା ସୁଣା ପରୋପକାରୀ ବ୍ୟକ୍ତି ଥିଲେ ।
2. ଅବକାରୀ ଡ୍ରାଇଭର ଙ୍କ ଦୃତ ଗତିରେ : ଅମିତ୍ ଙ୍କର ମୃତ୍ ।
ଓଡ଼ିଶା ତାଜା ନ୍ୟୁଜ (୨୨ ଅଗଷ୍ଟ ରବିବାର ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ଥାନା ଅନ୍ତର୍ଗତ ସୋରଡ଼ା ଗ୍ରାମ ନିକଟରେ ବୋଲେରୋ , କାର୍ ମୁହାଁ ମୁହିଁ ଧକ୍କା ହେବା ଦ୍ବାରା କାର ଡ୍ରାଇଭର୍ ମୃତ ହେବା ସହ ବୋଲେରୋ ଡ୍ରାଇଭର ଗୁରୁତର ହୋଇଛନ୍ତି।ସୂଚନା ଅନୁଯାୟୀ ଗଞ୍ଜେଇ ଚୋରା ଚାଲାଣ ଖବର ପାଇ ନୟାଗଡ ଅବକାରୀ ବିଭାଗର କର୍ମଚାରୀ ଦୁଇ ଗୋଟି ଗାଡ଼ିରେ ଦଶପଲ୍ଲା ଅଭିମୁଖେ ଯାଉଥିଲେ ।

ଅବକାରୀ ବୋଲେରୋ ( ଓଡ଼ି ୨୫ ଜି ୮୦୨୮) ଦୃତ ଗତିରେ ଯାଉଥିବା ବେଳେ ନୟାଗଡ ର ଅମିତ୍ କୁମାର ମହାପାତ୍ର ଜଣେ ସାଙ୍ଗ ସହ ଦଶପଲ୍ଲା ରୁ ଏକ କାର ( ଓ ଆର୍ ୦୨ ବି ୟୁ ୯୯୦୮)ନିଜ ଘରକୁ ଫେରୁଥିବା ସମୟରେ ସୋରଡ଼ା ନିକଟରେ ମୁହାଁ ମୁହିଁ ଧକ୍କା ହୋଇଥିଲା ।

ଖବର ପାଇ ନୂଆଗାଁ ଥାନା ପୁଲିସ୍ ପହଞ୍ଚି ଆହତ ବ୍ୟକ୍ତି ମାନଙ୍କୁ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ବେଳେ କାର ଡ୍ରାଇଭର୍ ଅମିତ୍ ଙ୍କୁ କାର ଭିତରୁ ବାହାର କରି ଦଶପଲ୍ଲା ଚିକିତ୍ସାଳୟ କୁ ନେଇଥିଲେ । ସେଠାରେ ଅମିତ୍ ଙ୍କୁ ଡାକ୍ତର ମୃତ୍ ଘୋଷଣା କରିଥିଲେ । ଅମିତ୍ ନୟାଗଡ ର ଜଣେ ଜଣା ସୁଣା ପରୋପକାରୀ ବ୍ୟକ୍ତି ଥିଲେ । ଅବକାରୀ ଡ୍ରାଇଭର ଙ୍କ ଦୃତ ଗତିରେ ଗାଡି ଚାଳନା ଯୋଗୁଁ ଜଣେ ପରୋପକାରୀ ବ୍ୟକ୍ତି ଙ୍କ ପରଲୋକ ହୋଇଥିବା ଜନସାଧାରଣ ରେ ଚର୍ଚ୍ଚା ହେଉଛି । ଦୃତ ଗତି ମହା ବିପତ୍ତି ନାରା କାହା ପାଇଁ..?
No Result
View All Result