No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୯ ଅଗଷ୍ଟ ଗୁରୁବାର ) ଓଡ଼ଗାଁ, କୁରାଳ :- ଏନଏନଏସରେ ଆଜି ବିଶ୍ୱ ଫଟୋଗ୍ରାଫି ଦିବସରେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଫଟୋଗ୍ରାଫି ଆସୋସିଏସନର ମିଳିତ ଉଦ୍ୟମରେ ଶରଣକୁଳସ୍ଥିତ ମା’ଝାଡେଶ୍ୱରୀଙ୍କ ପବିତ୍ର ପୀଠରେ ଏକ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୫୦ରୁ ଅଧିକ ଫଟୋଗ୍ରାଫର ଯୋଗଦେଇଥିବା ବେଳେ ଆଗାମୀ ଦିନରେ ସଙ୍ଘକୁ ସୁଦୃଢ଼ କରିବା ପାଇଁ ଆଲୋଚନ ହୋଇଥିଲା ।
ପରେ କେକ୍ କାଟି ବିଶ୍ୱ ଫଟୋଗ୍ରାଫି ଦିବସ ପାଳନ କରାଯାଇଥିଲା । ଓଡ଼ଗାଁ ବ୍ଳକ ଫଟୋଗ୍ରାଫିକ୍ ଆସୋସିଏସନର ନୂତନ ସଭାପତି ବଳଭଦ୍ର ସ୍ବାଇଁ ଏବଂ ସେକ୍ରେଟାରୀ ପାଣୁ ଚରଣ ଖଟେଇ , ଉପସଭାପତି ସୁବାଷ ଚନ୍ଦ୍ର ନାୟକ ସହ ସମ୍ପାଦକ ବିକାଶ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସାଥିରେ ସହଯୋଗ କରିଥିଲେ ଗଣେଶ ଫଟୋ ଲ୍ୟାବର ସୁରେନ୍ଦ୍ର କୁମାର ସାହୁ । (ରିପୋର୍ଟ-ରାମକୃଷ୍ଣ ରଥ )
No Result
View All Result