No Result
View All Result
ଓଡ଼ଗାଁ ବ୍ଲକ୍ କଜଳାଇପଲ୍ଲୀ ପଂଚାୟତରେ – ଜିଆରଏସ୍ ସବେର୍ସର୍ବା

ଓଡ଼ିଶା ତାଜା ନ୍ୟୁଜ ( ୧୭ ଅଗଷ୍ଟ ମଙ୍ଗଳବାର ) ଓଡ଼ଗାଁ :- ଓଡ଼ଗାଁ ବ୍ଲକ୍ କଜଳାଇପଲ୍ଲୀ ପଂଚାୟତରେ ଚାଲିଛି ଅଚଳାବସ୍ଥା । ଦିର୍ଘ ୩ବର୍ଷ ହେବ ସରପଂଚ ଦାୟୀତ୍ବ ତୁଲାଉଛନ୍ତି ନ୍ୟାୟ ସରପଂଚ ଏଠାରେ ଜିଆରଏସ୍ ସବେର୍ସର୍ବା ବୋଲି ପଂଚାୟତବାସୀ କହିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଗତ ୨୦୧୮ ମସିହାରେ ଏକ ହତ୍ୟାକାଣ୍ତ ଘଟଣାରେ କଜଳାଇପଲ୍ଲୀ ସରପଂଚ ରଘୁନାଥ ପ୍ରଧାନ ଫଶିବା ପରେ ସେବେଠାରୁ ନ୍ୟାୟ ସରପଂଚ ବନିତା ପ୍ରଧାନଙ୍କୁ ସରପଂଚ କ୍ଷମତା ଦିଆଯାଇଛି। ଜଣେ ନିରୀହ ଆଦିବାସୀ ମହିଳା ଙ୍କୁ ସରପଞ୍ଚ ଦୈଇତ୍ୟ ଦେବାରେ ବି ରହିଛି ବଡ ଗୁମର |
ନ୍ୟାୟ ସରପଂଚ ଜଣେ ଆଦିବାସୀ ବର୍ଗର ମହିଳା ହୋଇଥିବାରୁ ପଂଚାୟତ ଜିଆରଏସ୍ ତାଙ୍କୁ ହାତବାରିସି ସଜେଇବାକୁ ପଛାଇ ନାହାନ୍ତି । ରାସନ ସାମଗ୍ରୀରେ ବାରମ୍ଭାର ଦୁର୍ନୀତି ହୋଇଥିବାର ନଜିର ମଧ୍ୟ ରହିଛି । ଏଭଳି ଦୁର୍ନୀତିକୁ ପ୍ରଶୟ ନ ଦେବାକୁ ଅତୀତରେ ପଂଚାୟତବାସୀ ପଂଚାୟତ କାର୍ଯ୍ୟାଳୟକୁ ଘେରାଉ କରିଥିଲେ । କେବଳ ସେତିକି ନୁହଁ ଜିଆରଏସ୍ ପଂଚାୟତରେ ଜଣେ ଠିକାଦାର ପାଲଟି ଯାଇଛନ୍ତି । ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ନିଜେ ଠିକାଦାରୀ କରି ଲକ୍ଷାଧିକ ଟଙ୍କା ରୋଜଗାର କରୁଥିବା କିଛି ବ୍ୟକ୍ତି କହିଛନ୍ତି । ଜିଆରଏସ୍ ସନ୍ତୋଷ ସ୍ବାଇଁଙ୍କ ଅଜାଣତରେ ପଂଚାୟତର କୈୖାଣସି ବିକାଶ ମୂଳକ କାର୍ଯ୍ୟ ହୋଇନଥାଏ ।
ଅତି ନିପଟ ଆଦିବାସୀ ଗୋଛା ଗାଁର ନ୍ୟାୟ ସରପଂଚଙ୍କ ଉପରେ କଜଳାଇପଲ୍ଲୀ ପଂଚାୟତ ନିର୍ଭର କରୁଛି ମାତ୍ର ଏଠାରେ ବିକାଶ ଏକପ୍ରକାର ବାଟବଣା ହୋଇଛି । ପଂଚାୟତରେ ଯଦି କିଏ ମୁହଁ ଖୋଲେ ସେମାନଙ୍କୁ କାମଦାମର ଲୋଭ ଦେଖାଇ ମୁହଁ ବନ୍ଦ କରିଦେବାର ଉପାୟ ଜିଆରଏସ୍ଙ୍କୁ ଜଣା ବୋଲି କିଛି ବ୍ୟକ୍ତି କହିଛନ୍ତି । ଉନ୍ନତିମୂଳକ କାର୍ଯ୍ୟ ଅତି ନିମ୍ନମାନର ହେଉଥିଲେ ମଧ୍ୟ ପଂଚାୟତ ଯନ୍ତ୍ରୀ ସବୁ ଠିକ୍ଠାକ୍ ଥିବା ଦର୍ଶାଉଛନ୍ତି। ପଂଚାୟତର ବିକାଶ ତଥା ଲୋକଙ୍କ ସମସ୍ୟା ଦୂର କରିବାକୁ ପଂଚାୟତ ଉପରେ ସମସ୍ତ ଦାୟୀତ୍ବ ନ୍ୟସ୍ତ କରାଯାଇଛି ପୂର୍ବରୁ ମଧ୍ୟ ଯନ୍ତ୍ରୀ ଜିଆସ ଙ୍କ ବୋଲରେ ପଡି ଭୁଲ ବିଲ୍ଲ କାରି ହଟହଟା ମଧ୍ୟ ହୋଇଥିବା ବିଗତ ଦିନରେ ଦେଖିବାକୁ ମିଳିଥିଲା ।
ଏବେ ପଂଚାୟତବାସୀ କୈୖାଣସି ସୁବିଧା ନ ପାଇ ବିଭିନ୍ନ ସମସ୍ୟାରେ ସଢୁଛନ୍ତି। ଅନେକ ବ୍ୟକ୍ତି ଆବାସ ଯୋଜନାରୁ ବଂଚିତ ଥିବା ବେଳେ କେତେକ ଗାଁ ପାନୀୟଜଳ ସମସ୍ୟାରୁ ବଂଚିତ ଅଛନ୍ତି । ଆଉ କିଛି ଗାଁରେ ପରିମଳ ଯୋଜନା ବାଟ ହୁଡ଼ିଥିବା ଜଣାପଡିଛି । ଲୋକମାନେ ନିଜର ମୈୖାଳିକ ସୁବିଧା ହରେଇ ବସିଥିବା କଥା କହିଛନ୍ତି । ଲୋକମାନେ ଭୋଟ ଦେଇ ୨୦ବର୍ଷ ପଛକୁ ଫେରି ଯାଇଥିବା କଥା ପ୍ରକାଶ କରିଛନ୍ତି । ତେବେ ଏହି ଘଡ଼ିସନ୍ଧି ମୂହୁର୍ତରେ ପଂଚାୟତ ପ୍ରତି ଗୁରୁତ୍ବ ଦେଇ ଦୁର୍ନୀତି ହଟେଇବା ସହିତ ଲୋକଙ୍କୁ ନିଜର ମୈୖାଳିକ ସୁବିଧା ଯୋଗାଇ ଦେବାକୁ ପଂଚାୟତବାସୀ ଦାବି କରିଛନ୍ତି ଓ ନିର୍ମାଣ ଶ୍ରମିକ ରେ ଆସିଥିବା ଘରକୁ ମଧ୍ୟ ସୁଚାର ଭାବରେ ବଣ୍ଟନ କରିବା ପାଇଁ ଲୋକେ ପଞ୍ଚାୟତ ଘେରାଉ କରିଥିବା ମଧ୍ୟ ଗତ ତା : ୧୬.୦୮.୨୦୨୧ ରେ ଦେଖିବାକୁ ମିଳିଥିଲା |
ବାରମ୍ବାର ଗଣମାଧ୍ୟମରେ ଗ୍ରାମ ରୋଜଗାର ସେବକ ଓ ଗ୍ରାମ ସେବକ ଙ୍କ ନାମରେ ବାହାରି ଥିଲେ ମଧ୍ୟ ପ୍ରସନ ଚୁପ ବସିଛି | କିଛି ଦିନ ତଳେ କିରୋସିନ ରେଟ ଧିକ କାରି ଧାରା ପଡ଼ିଥିଲେ , ରାସନ ବଣ୍ଟନ ସମୟରେ ରାସନ ଧାରୀଙ୍କୁ ମଧ୍ୟ ମାଡ଼ ଘଟଣା ଯାହା ଉପଜ଼ିଲ୍ଲାପାଳ ଲଗ୍ନାଜିତ ରାଉତ ଙ୍କ କଣାରେ ପଡିଥିଲା ଓ ସେ ଓଡଗାଁ ବିଡ଼ିଓ ଙ୍କୁ ମଧ୍ୟ କାଯ୍ୟନୁଷ୍ଠାନ ପାଇଁ କହିଥିଲେ ଓ ଭତା କରାଇଦେବା କହି ଟଙ୍କା ଆଦାୟ , ଘର ବିଲ୍ଲ କରାଇବା ପାଇଁ ଟଙ୍କା ଆଦାୟ ପରି ଘଟଣା ଗଣମଧ୍ୟମରେ ପ୍ରକାଶ ପାଇଥିଲେ ବି କାଜଳାଇପାଲ୍ଲୀ ପଞ୍ଚାୟତ ର କୌଣସି ଅଫିସର ଙ୍କ ଉପରେ କିଛି କାଯ୍ୟନୁଷ୍ଠ ନିଆଯାଇନଥିଲା | (ରିପୋର୍ଟ -ରାମକୃଷ୍ଣ ରଥ /ଅଶ୍ଵିନୀ କୁମାର ସାହୁ )
No Result
View All Result