No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୫ ଅଗଷ୍ଟ,ରବିବାର) ନୟାଗଡ଼ :- ନୟାଗଡ଼ରେ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ କୋଭିଡ ଆଇନ ଅନୁଯାୟୀ ଏଠାକାର ପୋଲିସ ଟ୍ରେନିଂ ସ୍କୁଲ ପଡିଆରେ ଶାନ୍ତି ଶୃଙ୍ଖଳାର ସହ ପାଳିତ ହୋଇଯାଇଛି | ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲାପାଳ ଡ଼. ପୋମା ଟୁଡୁ ଜାତୀୟ ପତାକା ଉତ୍ତୋଳନ କରିବା ସହ ନିଜର ବକ୍ତବ୍ୟରେ ନୟାଗଡ଼ ଜିଲ୍ଲାର ଐତିହ୍ୟ, ପରମ୍ପରାର ମହାନତା ବଖାଣି ଥିଲେ |

ଏପରିକି ଭାରତୀୟ ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନକୁ ନୟାଗଡ଼ର ମହାନ ଅବଦାନ ସମ୍ପର୍କର ଅବତାରଣା କରିବା ସହ ଜିଲ୍ଳାର ବରପୁତ୍ରମାନଙ୍କ ମହାନ ତ୍ୟାଗ ତଥା ବଳିଦାନକୁ ମନେ ପକେଇ ଜିଲ୍ଳାପାଳ ଡ଼ ଟୁଡୁ ସେମାଙ୍କୁ ଭକ୍ତିପୂତ ପ୍ରଣିପାତ ଜଣାଇଥିଲେ | ଏହି ପରିପ୍ରେକ୍ଷୀରେ ଜିଲ୍ଳାପାଳ ଡ଼ ଟୁଡୁ କରୋନା ଆଇନକୁ ମାନିଚଳିବା ପାଇଁ ଜିଲ୍ଲାବାସୀଙ୍କୁ ଗଭୀର ନିବେଦନ କରିଥିଲେ | ଏହି କାର୍ଯ୍ୟକ୍ରମରେ ଆଇନଜୀବୀ, ସାମ୍ବାଦିକ, ବୁଦ୍ଧିଜୀବୀ, ଜିଲ୍ଳାର ସମସ୍ତ ବରିଷ୍ଠ ପଦାଧିକାରୀ ବୃନ୍ଦ ଉପସ୍ଥିତ ଥିଲେ |

ତେବେ ଜାତୀୟ ପତାକା ଠିକ ୯ ଘ. ୧୫ ମି. ରେ ଜିଲ୍ଲାପାଳ ଉତ୍ତୋଳିତ କରିଥିବାବେଳେ ସକାଳ ୮ ଘ. ସମୟରେ ତ୍ରିନାଥ ଛକ ସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଜିଲ୍ଲାପାଳ, ଉପଜିଲ୍ଲାପାଳ ପ୍ରମୁଖ ମାଲ୍ୟାର୍ପଣ କରଥିଲେ | ତେବେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଟଙ୍କଧର ଭୋଇଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଶାନ୍ତି ଶୃଙ୍ଖଳାର ସହ ଆଗେଇ ନେବା ପାଇଁ ଟାଉନ ଥାନାର ଭାରପ୍ରାପ୍ତ ଅଧିକାରୀ ଜୟଦୀପ ମହାନ୍ତିଙ୍କ ନେତୃତ୍ୱରେ ଟାଉନ ଥାନା ପୋଲିସ ସଜାଗ ରହିଥିବା ଦେଖା ଯାଇଥିଲା
(ରିପୋର୍ଟ -ରାମକୃଷ୍ଣ ରଥ )

No Result
View All Result