No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୪ ଅଗଷ୍ଟ ଶନିବାର) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧିନରେ ଥିବା ସିମିଳି ସାହି କ୍ଲଷ୍ଟର ର ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ନେଇ ଶିକ୍ଷଣ ଫଳାଫଳ ସମ୍ପର୍କିତ ଶିକ୍ଷଣ କାର୍ଯ୍ୟ ପ୍ରଦର୍ଶନ ତାଲିମ୍ ଶିବିର ଭର୍ଚୁଆଲ ମିଟିଂ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ରାମେଶ୍ବର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷୟତ୍ରୀ ଜ୍ୟୋସ୍ନାରାଣୀ ନାୟକ, ଡ଼ମତୁଲ୍ ବିଦ୍ୟାଳୟର ଶିକ୍ଷକ ଅଶୋକ କୁମାର ଡାକୁଆ ଶିକ୍ଷଣ ଫଳାଫଳ ସମ୍ପର୍କିତ ଶିକ୍ଷଣ କାର୍ଯ୍ୟ ପ୍ରଦର୍ଶନ କରିଥିଲେ।

ସି ଆର୍ ସି ସି ନୀମେଇ ଚରଣ ସାହୁ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଭର୍ଚୁଆଲ ମିଟିଂ ରେ ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ରବୀନ୍ଦ୍ର ନାଥ ରାଜ୍,ଡ଼ା ଏଟ ରାଜସୁନା ଖେଳା ଶିକ୍ଷକ ପ୍ରଶିକ୍ଷକ ସନ୍ତୋଷ କୁମାର ମିଶ୍ର,ବଟକୃଷ୍ଣ ସାହୁ, ସଂପଡ଼ା କ୍ଲଷ୍ଟର ସି ଆର୍ ସି ସି ନରେନ୍ଦ୍ର କୁମାର ସାହୁ, ଦୁରୁଦୁରା କ୍ଲଷ୍ଟର ସି ଆର୍ ସି ସି ରାକେଶ କୁମାର ଘଡେଇ, ନୀଳାଦ୍ରି ପୁର କ୍ଲଷ୍ଟର ସି ଆର୍ ସି ସି ବିଜୟ କୁମାର ସାହୁ ,ନୂଆଗାଁ କ୍ଲଷ୍ଟର ସି ଆର୍ ସି ସି କୈଳାଶ ନାୟକ ପ୍ରମୁଖ ଯୋଗଦେଇ ଶିକ୍ଷଣ ଫଳାଫଳ ସମ୍ପର୍କିତ ଶିକ୍ଷଣ କାର୍ଯ୍ୟ କିପରି ଉଚ୍ଚ କୋଟିର ଏବଂ ଛାତ୍ର ଛାତ୍ରୀ ଙ୍କୁ ଆକୃଷ୍ଟ କରିବ , ଯାହାଦ୍ଵାରା କି ଛାତ୍ର ଛାତ୍ରୀ ଙ୍କ ପାଠ୍ୟ ପ୍ରତି ଆଗ୍ରହ ସୃଷ୍ଟି ହେବା ସହ ବୋଧଗମ୍ୟ ହୋଇପାରିବ ସେ ସମ୍ପର୍କରେ ପରାମର୍ଶ ଦେଇଥିଲେ। (ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ)
No Result
View All Result