No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୨ ଅଗଷ୍ଟ ଗୁରବାର ) ନୟାଗଡ଼ :- ନୟାଗଡ଼ ଜିଲ୍ଲା ରାଜ ସୁନାଖଳାରେ ଥିବା ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ (ଡି.ଆଇ.ଇ.ଟି)କୁ ସ୍ୱଚ୍ଛତା ନିମନ୍ତେ ‘ଗ୍ରୀନ ଚାମ୍ପିୟନ’ ଜାତୀୟସ୍ତରୀୟ ପୁରସ୍କାର ମିଳିଛି । କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଅଧୀନସ୍ଥ ଉଚ୍ଚଶିକ୍ଷା ବିଭାଗର ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ଶିକ୍ଷା ପରିଷଦ ଏହି ପୁରସ୍କାର ପ୍ରଦାନ କରିଛି । ସ୍ୱଚ୍ଛ ଓ ସବୁଜମା ପରିବେଶ ସାଙ୍ଗକୁ ଜଳ ଓ ବର୍ଯ୍ୟବସ୍ତୁ ସୁପରିଚାଳନା କ୍ଷେତ୍ରରେ ନୟାଗଡ଼ ଜିଲ୍ଲା ରାଜସୁନାଖଳା ଡି.ଆଇ.ଇ.ଟି ପାରଦର୍ଶିତା ହାସଲ କରିଛି ।

ଏଥିପାଇଁ ବିଦ୍ୟାଳୟକୁ ମିଳିଛି ଜାତୀୟସସ୍ତରୀୟ ‘ଗ୍ରୀନ ଚାମ୍ପିୟନ’। ଡି.ଆଇ.ଇ.ଟିର ଏହି ସଫଳତାକୁ ଜିଲ୍ଲାପାଳ ଡକ୍ଟର ପୋମା ଟୁଡ଼ୁ ପ୍ରଶଂସା କରିଛନ୍ତି । ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ଶିକ୍ଷା ପରିଷଦ ଦ୍ୱାରା ପ୍ରଦତ ମାନପତ୍ରକୁ ଜିଲ୍ଲାପାଳ ଡି.ଆଇ.ଇ.ଟିର ଅଧ୍ୟକ୍ଷାଙ୍କୁ ପ୍ରଦାନ କରିଛନ୍ତି ।
ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ଡି.ଆଇ.ଇ.ଟିର ଅଧ୍ୟକ୍ଷା ଡକ୍ଟର. ମଞ୍ଜୁବାଳା ସାହୁ ଓ ବରିଷ୍ଠ ଶିକ୍ଷକ ଡକ୍ଟର ସନ୍ତୋଷ କୁମାର ପରିଡ଼ା ଏବଂ ବିଦ୍ୟାଳୟର ସମସ୍ତ କର୍ମଚାରୀଙ୍କୁ ଜିଲ୍ଲାପାଳ ପ୍ରଶଂସା କରିଥିଲେ ।ଡି.ଆଇ.ଇ.ଟିର ଏହି ସଫଳତାକୁ ଜିଲ୍ଲାବ୍ୟାପୀ ସ୍ୱାଗତ କରାଯାଇଛି । ବିଦ୍ୟାଳୟ ଅଧ୍ୟକ୍ଷା ସମସ୍ତଙ୍କ ନିକଟରେ କୃତଜ୍ଞତା ଅର୍ପଣ କରିଛନ୍ତି । (ରିପୋର୍ଟ -ରାମକୃଷ୍ଣ ରଥ)
No Result
View All Result