• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

କରୋନା ଭୂତାଣୁ ରୋଗ (କୋଭିଡ୍-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ – ଆଜି ଚିହ୍ନଟ ହୋଇଥିବା ୩୫ ବର୍ଷ ବୟସ୍କ ପୁରୁଷ

Proprietor Abhimanyu Maharana by Proprietor Abhimanyu Maharana
April 13, 2020
in Uncategorized, ଓଡ଼ିଶା, ଦେଶ, ହୋମ୍
0
କରୋନା ଭୂତାଣୁ ରୋଗ (କୋଭିଡ୍-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ – ଆଜି ଚିହ୍ନଟ ହୋଇଥିବା ୩୫ ବର୍ଷ ବୟସ୍କ ପୁରୁଷ
Share on FacebookShare on TwitterWhatsapp

ଭୁବନେଶ୍ୱର ,ରଣପୁର, ରିପୋର୍ଟ (ଓଡିଶା ତାଜା ନ୍ୟୁଜ୍‌) ଭୁବନେଶ୍ୱର, ସୋମବାର, ଏପ୍ରିଲ 13.4.2020 :- କରୋନା ଭୂତାଣୁ ରୋଗ (କୋଭିଡ୍-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଶ୍ରୀ ସୁବ୍ରତ ବାଗ୍ଚୀ, ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଓଡ଼ିଶା ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶକ ଶ୍ରୀମତୀ ଯାମିନୀ ଷଡଙ୍ଗୀ ଏବଂ ଭୁବନେଶ୍ୱର ମହାନଗର ନିଗମର କମିଶନର ଶ୍ରୀ ପ୍ରେମଚନ୍ଦ୍ର ଚୌଧୁରୀ ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ରାଜ୍ୟରେ କୋଭିଡ୍-୧୯ ମୁକାବିଲା ନିମନ୍ତେ ଆଜି ସୁଦ୍ଧା ୧୬ଟି ଜିଲ୍ଲାରେ ୧୭ଟି ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ୍/ସ୍ୱାସ୍ଥ୍ୟ ଯତ୍ନ କେନ୍ଦ୍ର କାର୍ଯ୍ୟ କରୁଛି । ଏହି ସବୁ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ୍ ଗଜପତି, ଗଞ୍ଜାମ, ଯାଜପୁର, କେଉଁଝର, ଖୋର୍ଦ୍ଧା, ପୁରୀ, କଟକ, ସୁନ୍ଦରଗଡ଼, ଭଦ୍ରକ, ରାୟଗଡ଼ା, ମାଲକାନଗିରି, ଢେଙ୍କାନାଳ, ବୌଦ୍ଧ, କେନ୍ଦ୍ରାପଡ଼ା , ବାଲେଶ୍ୱର ଓ କୋରାପୁଟ ଜିଲ୍ଲାରେ କାର୍ଯ୍ୟ କରୁଥିବାବେଳେ ଏଗୁଡ଼ିକର ସମୁଦାୟ ଶଯ୍ୟା ସଂଖ୍ୟା ୨୭୯୦ । ନବରଙ୍ଗପୁରଠାରେ ଏକ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ୍ ସ୍ଥାପନ ନିମନ୍ତେ ନବରଙ୍ଗପୁର ଜିଲ୍ଲାପାଳ, ନାଲ୍କୋ ଓ ସ୍ଥାନୀୟ ଖ୍ରୀଷ୍ଟିଆନ୍ ହସ୍ପିଟାଲ୍ ମଧ୍ୟରେ ଏକ ତ୍ରିପାକ୍ଷିକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ଆସନ୍ତା ୫ ମାସ ପାଇଁ ରାଜ୍ୟରେ ଯଥେଷ୍ଟ ପରିମାଣର ଅତ୍ୟାବଶ୍ୟକ ଔଷଧ ଯଥା- ଆଣ୍ଟିବାୟୋଟିକ୍ସ, ଆନାଲ୍ଜେସିକ୍ସ ଓ ଆଣ୍ଟିଇନ୍ଫ୍ଲାମେଟାରୀ ଉପଲବ୍ଧ ରହିଛି ।

ଏହା ବ୍ୟତୀତ ଯଥେଷ୍ଟ ପରିମାଣର ତିନିପରସ୍ତ ସର୍ଜିକାଲ୍ ମାସ୍କ, ଏନ-୍ ୯୫ ମାସ୍କ, ହ୍ୟାଣ୍ଡ ସାନିଟାଇଜର, ବ୍ୟକ୍ତିଗତ ସୁରକ୍ଷା ଉପକରଣ ମହଜୁଦ ରହିଛି । ଅନୁରୂପ ଭାବରେ ଆଇ.ସି.ୟୁ ଭେଣ୍ଟିଲେଟର, ଅକ୍ସିଜେନ୍ କନ୍ସେନ୍ଟ୍ରେଟର୍ସ ଓ ନେବୁଲାଇଜର ଇତ୍ୟାଦି ଉପଲବ୍ଧ ରହିଛି । ଆଉି ୪ ମାସ ପାଇଁ ଔଷଧ ଆମଦାନୀ ନିମନ୍ତେ ଆଦେଶ ଦିଆଯାଇଛି । ରାଜ୍ୟର ୬୭୯୮ ଗ୍ରାମ ପଞ୍ଚାୟତରେ ୭୦୨୦ଟି ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ଖୋଲାଯାଇଛି । ଏସବୁରେ ୧,୬୨,୬୫୯ଟି ଶଯ୍ୟାର ବ୍ୟବସ୍ଥା କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁସାରେ କୋଭିଡ୍-୧୯ ପରିପ୍ରେକ୍ଷୀରେ ରାଜ୍ୟର ସମସ୍ତ ରାସନ୍ କାର୍ଡଧାରୀଙ୍କୁ ମାସିକ ୫ କି.ଗ୍ରା. ଚାଉଳ ଓ ୧ କି.ଗ୍ରା. ଡାଲି ଅପ୍ରେଲ୍ରୁ ତିନି ମାସ ପାଇଁ ମାଗଣା ପ୍ରଦାନ କରାଯିବ । ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଭୁକ୍ତ ହିତାଧିକାରୀମାନଙ୍କୁ ଦିଆଯାଉଥିବା ମାସିକ ରାସନ୍ ସାମଗ୍ରୀ ସହିତ ଏହି ଚାଉଳ ଓ ଡାଲି ପ୍ରଦାନ କରାଯିବ । ରାଜ୍ୟରେ ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଭୁକ୍ତ ୫୧,୦୭,୬୫୬ ହିତାଧିକାରୀଙ୍କୁ ଆଗତୁରା ଅପ୍ରେଲ୍, ମଇ ଓ ଜୁନ୍ ମାସର ରାସନ୍ ଯୋଗାଇ ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ୫୧,୪୬,୬୯୬ ଜଣ ରାସନ୍ କାର୍ଡଧାରୀଙ୍କୁ ଟ.୧୦୦୦/- ଲେଖାଏଁ ଆର୍ଥିକ ସହାୟତା ବାବଦରେ ୫୧୪,୬୬,୯୬,୦୦୦ ଟଙ୍କା ପ୍ରଦାନ କରାଯାଇଛି ।

ବିଭିନ୍ନ ଶିଳ୍ପ ସଂସ୍ଥା/ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡ଼ିକରେ ସରକାରୀ ନିର୍ଦ୍ଦେଶନାମା ଅନୁସାରେ କର୍ମଚାରୀମାନେ ସଂପୃକ୍ତ ସଂସ୍ଥା ପରିସରରେ ସାମାଜିକ ଦୂରତା ବଜାୟ ରଖି କାର୍ଯ୍ୟ କରିବେ । ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ସମସ୍ତ ଯାନବାହନ ଚଳାଚଳ କରିବ । ସ୍ୱାସ୍ଥ୍ୟ ବିଭାଗ ସମେତ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସେବା ଯୋଗାଉଥିବା ସଂସ୍ଥାଗୁଡ଼ିକର ଯାନବାହନ ଚଳାଚଳ କଟକଣାମୁକ୍ତ ରହିବ । ଦ୍ୱିତୀୟ ପର୍ଯ୍ୟାୟ ଲକ୍ ଡାଉନ୍ ଅବଧି ମଧ୍ୟରେ ଜଙ୍ଗଲ ଓ ପରିବେଶ ବିଭାଗର ବୃକ୍ଷ ରୋପଣ, ନର୍ସରୀ କାର୍ଯ୍ୟକ୍ରମ, କେନ୍ଦୁପତ୍ର ତୋଳା, ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ, ପ୍ରକ୍ରିୟାକରଣ ଓ ବିକ୍ରିବଟା, ବନ୍ୟପ୍ରାଣୀମାନଙ୍କ ନିମନ୍ତେ ଜଙ୍ଗଲରେ ଜଳାଶୟ ନିର୍ମାଣ ଓ ସେଗୁଡ଼ିକର ମରାମତି କାର୍ଯ୍ୟ କରାଯାଇପାରିବ । ଦ୍ୱିତୀୟ ପର୍ଯ୍ୟାୟ ଲକ୍ ଡାଉନ୍ ସମୟରେ ସଂପୃକ୍ତ ଜିଲ୍ଲାପାଳମାନଙ୍କ ନିର୍ଦ୍ଦେଶକ୍ରମେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ଦ୍ୱାରା ବିଭିନ୍ନ ଉତ୍ପାଦନ ଓ ବିପଣନ କାର୍ଯ୍ୟ ସମେତ ମିଶନ ଶକ୍ତି କାର୍ଯ୍ୟକ୍ରମ ଜାରି ରହିବ । ଲକ୍ ଡାଉନ୍ ଘୋଷଣା ପରେ ସ୍ୱଳ୍ପ ସମୟ ମଧ୍ୟରେ ୭୨ ହଜାରରୁ ଉର୍ଦ୍ଧ୍ଵ ଅଙ୍ଗନବାଡ଼ି କର୍ମୀଙ୍କ ଜରିଆରେ ରାଜ୍ୟର ୪୧,୨୭,୦୫୦ ଗର୍ଭବତୀ, ପ୍ରସୂତି ଓ ଶିଶୁ ହିତାଧିକାରୀଙ୍କୁ ଶୁଖିଲା ରାସନ୍, ଅଣ୍ଡା (ସାପ୍ତାହିକ) ସେମାନଙ୍କ ଘରେ ବିତରଣ କରାଯାଇଛି । ସ୍ୱତନ୍ତ୍ର ଭାବରେ ତାଲିମପ୍ରାପ୍ତ ଅଙ୍ଗନବାଡ଼ି କର୍ମୀ /ସହାୟିକା ଗାଁ ଗାଁରେ ପ୍ରତି ଘରେ ସୂଚନା ପ୍ରଚାର ସାମଗ୍ରୀ ବିତରଣ କରି ସଚେତନତା ସୃଷ୍ଟି, ଗାଁକୁ ଫେରିଥିବା ଲୋକଙ୍କୁ ଚିହ୍ନଟ କରି ସଙ୍ଗରୋଧରେ ରହିବା ନିମନ୍ତେ ପ୍ରବର୍ତ୍ତାଇବା, ଆଶାକର୍ମୀମାନଙ୍କ ସହ ସମନ୍ୱୟ ରକ୍ଷା କରି ପ୍ରତ୍ୟେକ ଘରର ସ୍ୱାସ୍ଥ୍ୟ ସମସ୍ୟାର ଡାଟାବେସ୍ ତିଆରି କରିବା, ପିଡିଏସ୍ ସାମଗ୍ରୀ ବିତରଣ ଏବଂ ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ।

ସେମାନଙ୍କ କଠିନ୍ ପରିଶ୍ରମ, ସହଯୋଗ, ଉତ୍ସର୍ଗୀକୃତ କର୍ତ୍ତବ୍ୟନିଷ୍ଠାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିବା ସହ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଓଡ଼ିଶାର ବିଭିନ୍ନ ସ୍ଥାନରେ ଅଟକି ରହିଥିବା ବାହାର ରାଜ୍ୟର ପ୍ରାୟ ୭୭,୦୦୦ ଅତିଥି ଶ୍ରମଜୀବୀଙ୍କୁ ୨୫୫୩ ଟି ଶିବିର ଜରିଆରେ ଖାଇବା ଓ ରହିବା ସୁବଧି । ସହିତ ଆବଶ୍ୟକ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇଛି । ଏହି ସବୁ ଅତିଥି ଶ୍ରମଜୀବୀମାନେ ଦେଶର ଅନ୍ୟାନ୍ୟ ରାଜ୍ୟରୁ ଆସି ଓଡ଼ିଶାର ବିଭିନ୍ନ ସ୍ଥାନରେ ରହିଛନ୍ତି । ଅଭିଯୋଗ ଗ୍ରହଣ ପାଇଁ ଶ୍ରମଜୀବୀ ସହାୟତା କଲ୍ ସେଣ୍ଟର ଟୋଲ୍ ଫ୍ରି ନଂ- ୧୮୦୦୩୪୫୬୭୦୩ ଜାରି କରାଯାଇଛି । ଆଜି ରାଜ୍ୟର ୫୪୭୩ ଗ୍ରାମ ପଞ୍ଚାୟତରେ ୩,୪୧,୯୦୭ ଜଣ ନିରାଶ୍ରୟ ଓ ଅସହାୟ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି । ସେହିପରି ୧୧୪ଟି ପୌରାଞ୍ଚଳରେ ୩୭,୦୧୧ ଜଣଙ୍କୁ ରନ୍ଧାଖାଦ୍ୟ ଦିଆଯାଇଛି । ରାଜ୍ୟରେ କୋଭିଡ୍-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ଅପ୍ରେଲ ୧୨ରୁ ଅପ୍ରେଲ ୧୩ ତାରିଖ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୧୨୨ଟି ମାମଲା ଦାୟର କରାଯାଇଛି ।

ସେଥିରୁ ୧୧୮ଟି ମାମଲା ଲକ୍ ଡାଉନ୍ ସଂପର୍କିତ ହୋଇଥିବାବେଳେ ୧ଟି ହୋମ୍ କ୍ୱାରାଣ୍ଟାଇନ୍ ଉଲ୍ଲଂଘନ ପାଇଁ, ୧ଟି ଗୁଜବ ସୃଷ୍ଟି ପାଇଁ ଓ ୨ଟି କୋଭିଡ୍-୧୯ ସଂପୃକ୍ତ ନିୟମାବଳୀ ଉଲ୍ଲଂଘନ ପାଇଁ ଅନ୍ତର୍ଭୁକ୍ତ । ବିଭିନ୍ନ ଅଭିଯୋଗରେ ୧୫୩ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ଆଜି ସକାଳ ୯ଟା ସୁଦ୍ଧା ଓଡ଼ିଶାରେ ୪୧୭୦ଟି ନମୁନା କୋଭିଡ୍-୧୯ ପରୀକ୍ଷା ପାଇଁ ପଠାଯାଇଛି । ବର୍ତ୍ତମାନ ସୁଦ୍ଧା ସମୁଦାୟ ୫୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତନ୍ମଧ୍ୟରୁ ୧୩ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି । ଆଜି ଜଣେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୩୫ ବର୍ଷ ବୟସ୍କ ଏହି ପୁରୁଷ ବମିଖାଲ ସଂକ୍ରମଣ ପ୍ରତିରୋଧ ଅଞ୍ଚଳର ହୋଇଥିବାବେଳେ ପଜିଟିଭ୍ ନଂ-୭, ୮, ୨୨ ଓ ୩୯ଙ୍କର ପଡୋଶୀ ଅଟନ୍ତି । ଜଣେ କୋଭିଡ୍-୧୯ ରୋଗୀଙ୍କର ମୃତ୍ୟୁ ହୋଇଥିବାବେଳେ ୪୧ ଜଣ ଚିକିତ୍ସିତ ହେଉଛନ୍ତି । ଆଜି ୧୧୬ ଜଣ କରୋନା ସନ୍ଦିଗ୍ଧ ବିଭିନ୍ନ ଚିକିତ୍ସାଳୟରେ ପୃଥକ୍ବାସରେ ଅଛନ୍ତି । ପୂର୍ବରୁ ଚିହ୍ନଟ ହୋଇଥିବା ସୁନ୍ଦରପଦା ଏବଂ ଯଦୁପୁର-ବେଗୁନିଆ ଅଞ୍ଚଳକୁ ଭୁବନେଶ୍ୱରର ସଂକ୍ରମଣ ପ୍ରତିରୋଧ ଅଞ୍ଚଳ (କଣ୍ଟେନ୍ମେଣ୍ଟ ଜୋନ୍) ମଧ୍ୟରୁ ବାଦ୍ ଦିଆଯାଇଛି । ସେହି ଅଞ୍ଚଳର ସମସ୍ତଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ହୋଇଛି ଏବଂ ନିରୀକ୍ଷଣ ଜାରି ରହିଛି

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
International Women’s Day 2026 Observed with Service Initiative at Red Cross Bhawan

International Women’s Day 2026 Observed with Service Initiative at Red Cross Bhawan

March 11, 2026
ରଣପୁରରେ ଧୁମଧାମରେ ପଞ୍ଚୁଦୋଳ ଯାତ୍ରା : ଯୋଗ ଦେଲେ ବାଚସ୍ପତି 

ରଣପୁରରେ ଧୁମଧାମରେ ପଞ୍ଚୁଦୋଳ ଯାତ୍ରା : ଯୋଗ ଦେଲେ ବାଚସ୍ପତି 

March 10, 2026
ଦୋଳପୂର୍ଣ୍ଣିମା ଉପଲକ୍ଷେ ବାଦୀପlଲା ଉଦଯାପିତ

ଦୋଳପୂର୍ଣ୍ଣିମା ଉପଲକ୍ଷେ ବାଦୀପlଲା ଉଦଯାପିତ

March 10, 2026
ପୁରୀ କୋର୍ଟରେ ବୋମା ଗୁଜବ ପୋଲିସ ଅନୁସନ୍ଧାନ ପରେ କୋର୍ଟକାର୍ଯ୍ଯ ସ୍ବାଭାବିକ

ପୁରୀ କୋର୍ଟରେ ବୋମା ଗୁଜବ ପୋଲିସ ଅନୁସନ୍ଧାନ ପରେ କୋର୍ଟକାର୍ଯ୍ଯ ସ୍ବାଭାବିକ

March 10, 2026

Recent News

International Women’s Day 2026 Observed with Service Initiative at Red Cross Bhawan

International Women’s Day 2026 Observed with Service Initiative at Red Cross Bhawan

March 11, 2026
ରଣପୁରରେ ଧୁମଧାମରେ ପଞ୍ଚୁଦୋଳ ଯାତ୍ରା : ଯୋଗ ଦେଲେ ବାଚସ୍ପତି 

ରଣପୁରରେ ଧୁମଧାମରେ ପଞ୍ଚୁଦୋଳ ଯାତ୍ରା : ଯୋଗ ଦେଲେ ବାଚସ୍ପତି 

March 10, 2026
ଦୋଳପୂର୍ଣ୍ଣିମା ଉପଲକ୍ଷେ ବାଦୀପlଲା ଉଦଯାପିତ

ଦୋଳପୂର୍ଣ୍ଣିମା ଉପଲକ୍ଷେ ବାଦୀପlଲା ଉଦଯାପିତ

March 10, 2026
ପୁରୀ କୋର୍ଟରେ ବୋମା ଗୁଜବ ପୋଲିସ ଅନୁସନ୍ଧାନ ପରେ କୋର୍ଟକାର୍ଯ୍ଯ ସ୍ବାଭାବିକ

ପୁରୀ କୋର୍ଟରେ ବୋମା ଗୁଜବ ପୋଲିସ ଅନୁସନ୍ଧାନ ପରେ କୋର୍ଟକାର୍ଯ୍ଯ ସ୍ବାଭାବିକ

March 10, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

International Women’s Day 2026 Observed with Service Initiative at Red Cross Bhawan

International Women’s Day 2026 Observed with Service Initiative at Red Cross Bhawan

March 11, 2026
ରଣପୁରରେ ଧୁମଧାମରେ ପଞ୍ଚୁଦୋଳ ଯାତ୍ରା : ଯୋଗ ଦେଲେ ବାଚସ୍ପତି 

ରଣପୁରରେ ଧୁମଧାମରେ ପଞ୍ଚୁଦୋଳ ଯାତ୍ରା : ଯୋଗ ଦେଲେ ବାଚସ୍ପତି 

March 10, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version