No Result
View All Result

ଓଡ଼ିଶା ତାଜା ନ୍ୟୁଜ (୨ ଅଗଷ୍ଟ ସୋମବାର) :- ସବୁ ସମ୍ପର୍କର ଉର୍ଦ୍ଧ୍ବରେ ବନ୍ଧୁତ୍ବର ସମ୍ପର୍କ। ସୁଖ, ଦୁଃଖ, ବିପଦ, ଆପଦରେ ଵିନା ସ୍ୱାର୍ଥରେ ଯିଏ ପାଖରେ ଛିଡା ହୁଏ ସେ ହିଁ ପ୍ରକୃତ ବନ୍ଧୁ କୁହାଯାଉଥିବା ବେଳେ ବୃକ୍ଷକୁ ହିଁ ପ୍ରକୃତ ବନ୍ଧୁ ଭାବେ ମାନି ନେଇଛନ୍ତି ନୟାଗଡ଼ର କିଛି ପ୍ରକୃତିପ୍ରେମୀ ମଣିଷ। ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ମା’ ଫାଉଣ୍ଡେସନର ସମ୍ପାଦକ ରଞ୍ଜନ ରଶ୍ମି ଜେନା ଓ ଉପ ସଭାପତି ଗୋପୀନାଥ ସେଠୀଙ୍କ ପ୍ରତକ୍ଷ୍ଯ ତତ୍ବାବଧାନରେ ପାଳିତ ହୋଇଥିବା ବିଶ୍ବ ବନ୍ଧୁତ୍ବ ଦିବସରେ ବୃକ୍ଷ ରୋପଣ କରି ଏହି ବାର୍ତ୍ତା ଦେଇଛନ୍ତି ଅନୁଷ୍ଠାନର ସଦସ୍ୟମାନେ।

ଗତକାଲି ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସମାଜସେବୀ ଦାମୋଦର ସାହୁ, ସମାଜସେବୀ ନିରଞ୍ଜନ ମିଶ୍ର, ଯୁବ ସମାଜସେବୀ ବିପ୍ଳବ ସତ୍ଯ ସୁନ୍ଦର ଦାଶ, ପ୍ରକୃତି ପ୍ରେମୀ ଲକ୍ଷ୍ମୀନାରାୟଣ ରଥ ପ୍ରମୁଖ ଅଂଶ ଗ୍ରହଣ କରି ସହରସ୍ଥିତ ପଠାଣି ସାମନ୍ତ ସାଂସ୍କୃତିକ ଭବନ ପରିସରରେ ବୃକ୍ଷ ରୋପଣ କରିଥିଲେ। ପରେ ବୃକ୍ଷ ଗୁଡିକୁ ଷ୍ଟିଲ୍ ଗାର୍ଡ ଦ୍ବାରା ଆବଦ୍ଧ କରାଯାଇଥିଲା । ଅନୁଷ୍ଠାନର ସମ୍ପାଦକ ବିଜୟାନନ୍ଦ ମହାପାତ୍ର ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ( ରିପୋର୍ଟ -ରାମକୃଷ୍ଣ ରଥ)

No Result
View All Result