No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧ ଅଗଷ୍ଟ ରବିବାର ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧିନରେ ଥିବା ମହିପୁର ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଉତ୍କଳ ଘଣ୍ଟ ଯଦୁମଣି ମହାପାତ୍ର,ଉତ୍କଳ ଗୌରବ ମଧୁସୂଦନ ଦାସ,ଉତ୍କଳ ମଣି ଗୋପବନ୍ଧୁ ଦାସ,ନେତାଜୀ ସୁବାଷ ଚନ୍ଦ୍ର ବୋଷ,

କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ।ତତ୍ ସହିତ ପ୍ରତିମୂର୍ତ୍ତି ବିଦ୍ୟାଳୟ ଗୁଡିକରେ ସ୍ଥାପିତ ହେବା ଦ୍ବାରା ଛାତ୍ର ଛାତ୍ରୀ ମହାପୁରୁଷ ମାନଙ୍କ ଆଦର୍ଶ ରେ ଅନୁପ୍ରାଣିତ ହେବେ ବୋଲି ଦଶପଲ୍ଲା ବିଧାୟକ କହିଥିଲେ।ସମ୍ମାନୀତ ଅତିଥି ଭାବେ ନୂଆଗାଁ ବ୍ଲକ୍ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ,

ସାଂସଦ ଙ୍କ ଜିଲ୍ଲା ପ୍ରତିନିଧି ସଦାଶିବ ମିଶ୍ର,ବ୍ଲକ୍ ପ୍ରତିନିଧି ବିଜୟ କୁମାର ଶାସମଲ୍,ସରପଞ୍ଚ ମାଳତି ସାହୁ ,ଯୁବ ସଂଗଠକ ସଞ୍ଜୟ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ,ପୂର୍ବତନ ପ୍ରଧାନ ଶିକ୍ଷକ ଏବଂ ଶିକ୍ଷକ ଶିକ୍ଷୟତ୍ରୀ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । (ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ)
No Result
View All Result