No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୭ ଜୁଲାଇ ମଙ୍ଗଳବାର ) ଭୁବନେଶ୍ୱର :- ତିନି ମାସରୁ କମ୍ ସମୟ ଭିତରେ ରାଜସ୍ଥାନ ସରକାରଙ୍କ ମୁଖ୍ୟମନ୍ତ୍ରୀ ଚୀରଞ୍ଜିବୀ ସ୍ୱାସ୍ଥ୍ୟ ବୀମା ଯୋଜନା ଦ୍ୱାରା ୧.୨ ଲକ୍ଷରୁ ଅଧିକ ଲୋକ ଉପକୃତ ହୋଇଛନ୍ତି । ଏହି ସ୍କିମ୍ ଏଭଳି ଏକ ସମୟରେ ଘୋଷଣା କରାଯାଇଥିଲା ଯେତେବେଳେ ସାରା ଦେଶ କରୋନା ମହାମାରୀର ଦ୍ୱିତୀୟ ଲହରକୁ ନେଇ ସଂଘର୍ଷ କରୁଥିଲା । ଏହି ସ୍କିମ୍ରେ ମିଳୁଥିବା କ୍ୟାସ୍ଲେସ୍ ଚିକିତ୍ସା ସୁବିଧା ଲୋକମାନଙ୍କ ଚିକିତ୍ସା ଖର୍ଚକୁ ହ୍ରାସ କରିବାରେ ସହାୟକ ହୋଇଥିଲା । ମୁଖ୍ୟମନ୍ତ୍ରୀ ଚୀରଞ୍ଜିବୀ ସ୍ୱାସ୍ଥ୍ୟ ବୀମା ଯୋଜନାରେ ୧.୩ କୋଟିରୁ ଅଧିକ ପରିବାର ପଞ୍ଜୀକୃତ ହୋଇଛନ୍ତି ଯାହା ରାଜ୍ୟର ମୋଟ ଜନସଂଖ୍ୟାର ୮୦ ପ୍ରତିଶତ ପାଖାପାଖି । ଷ୍ଟେଟ୍ ହେଲ୍ଥ ଆସ୍ୟୁରାନ୍ସ ଜୟପୁରର ସିଇଓ ଅରୁଣା ରାଜୋରିଆ କହିଛନ୍ତି ଯେ, “ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ ଗେହଲୋଟ୍ ନିରୋଗୀ ରାଜସ୍ଥାନର ଲକ୍ଷ୍ୟ ଦେଇଛନ୍ତି ଏବଂ ମୁଖ୍ୟମନ୍ତ୍ରୀ ଚୀରଞ୍ଜିବୀ ସ୍ୱାସ୍ଥ୍ୟ ବୀମା ଯୋଜନା ହେଉଛି ସେ ଦିଗରେ ଏକ ପ୍ରମୁଖ ସଫଳତା । ରାଜ୍ୟର ସମସ୍ତ ନାଗରିକ ଯେଭଳି ନିଜ ଘର ପାଖରେ ଥିବା ହସ୍ପିଟାଲ୍ରେ ବିନା ମୂଲ୍ୟର ଚିକିତ୍ସା ପାଇାପରିବେ ତାହାକୁ ରାଜସ୍ଥାନ ସରକାର ପ୍ରାଥମିକତା ଦେଉଛନ୍ତି ।’’
ଏହି ସ୍ୱାସ୍ଥ୍ୟ ବୀମା ସ୍କିମ୍ରେ ପରିବାର ପିଛା ମାତ୍ର ୮୫୦ ଟଙ୍କାର ପ୍ରିମିୟମ୍ରେ ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତର ସ୍ୱାସ୍ଥ୍ୟ ବୀମା ପ୍ରଦାନ କରାଯାଉଛି । ଏହି ସ୍କିମ୍ରେ ବିନା ମୂଲ୍ୟରେ ପଞ୍ଜୀକରଣ କରିବାର ସୁବିଧା ରାଜ୍ୟର ନାଗରିକମାନଙ୍କୁ ପ୍ରଦାନ କରାଯାଇଛି । ଯେଉଁମାନେ ଜାତୀୟ ଖାଦ୍ୟ ନିରାପତ୍ତା ଆଇନ୍, ସାମାଜିକ-ଅର୍ଥନୈତିକ ସର୍ଭେ ୨୦୧୧ର ହିତାଧିକାରୀ, କୋଭିଡ୍-୧୯ ଅନୁକମ୍ପା ରାଶି ତାଲିକାଭୁକ୍ତ, ଚୁକ୍ତି ଭିତ୍ତିକ ଶ୍ରମିକ ଏବଂ କ୍ଷୁଦ୍ର ଓ ନାମମାତ୍ର ଚାଷୀ ସେମାନଙ୍କୁ ଏହି ସୁବିଧା ମିଳୁଛି । ଲୋକମାନଙ୍କୁ ଉନ୍ନତ ଚିକିତ୍ସା ସେବା ପ୍ରଦାନ କରିବା ଲାଗି ମୁଖ୍ୟମନ୍ତ୍ରୀ ଚୀରଞ୍ଜିବୀ ସ୍ୱାସ୍ଥ୍ୟ ବୀମା ଯୋଜନାରେ ୪୫୦ ଘରୋଇ ଓ ୭୫୬ ସରକାରୀ ହସ୍ପିଟାଲ୍କୁ ଏମ୍ପାନେଲ୍ କରାଯାଇଛି । ଏହି ସ୍କିମ୍ରେ ଅଧିକରୁ ଅଧିକ ରୋଗର ଚିକିତ୍ସା ଯୋଡ଼ିବା ଲାଗି ସରକାର ଉଦ୍ୟମ କରୁଛନ୍ତି । ନିକଟରେ ବ୍ଲାକ୍ ଫଙ୍ଗସ୍ ଚିକିତ୍ସାକୁ ଏଥିରେ ସାମିଲ କରାଯାଇଛି । ଏହି ସ୍କିମ୍ର ହିତାଧିକାରୀମାନଙ୍କ ଲାଗି ୨୪ ଘଌକ୍ଷଗ୍ଧ;ିଆ କଲ୍ ସେଌକ୍ଷଗ୍ଧ;ର୍ର ବ୍ୟବସ୍ଥା କରାଯାଇଛି ଯାହା ଜରିଆରେ ସେମାନେ ଅଭିଯୋଗ ଦାଖଲ କରିପାରୁଛନ୍ତି । ପ୍ରତି ଜୋନ୍ ପାଇଁ ନୋଡାଲ୍ ଅଫିସର ମୂତୟନ କରାଯାଇଛି । ଯେଉଁ ଘରୋଇ ହସ୍ପିଟାଲ୍ ରୋଗୀଙ୍କ ଠାରୁ କୋଭିଡ୍ କିମ୍ବା ବ୍ଲାକ୍ ଫଙ୍ଗସ୍ ରୋଗର ଚିକିତ୍ସା ପାଇଁ ଟଙ୍କା ନେଇଛନ୍ତି ସେମାନେ ସେହି ଟଙ୍କା ଯେଭଳି ଫେରାଇବେ ସେଥିପାଇଁ ସରକାର ବ୍ୟବସ୍ଥା କରିଛନ୍ତି ।
No Result
View All Result