No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୪ ଜୁଲାଇ ଶନିବାର) ବାଙ୍କୀ :- ଆଜି ବାଙ୍କୀ ଚର୍ଚ୍ଚିକା ସାହି ମହାଦେବ ମନ୍ଦିର ପାଖରେ ୮ନମ୍ବର ୱାର୍ଡ ରେ ଜଣେ ଅଜ୍ଞାତ ମହିଳା ଜଣଙ୍କ ପିଣ୍ଡା ରେ ବସିବା ଓ ଶୋଇବା କୁ ଲକ୍ଷ କରି ଜଣେ ଗଣମାଧ୍ୟମ ପ୍ରତିନିଧି ବାଙ୍କୀ ପୋଲିସ କୁ ଫୋନ କଲେ । ବର୍ତ୍ତମାନ ବାଙ୍କୀ ର ଉପଖଣ୍ଡ ଥାନା ଅଧିକାରୀ ଓ ବାଙ୍କୀ ଥାନା ଅଧିକାରୀ ଅସୁସ୍ଥ ଅଛନ୍ତି । ବାଙ୍କୀ ଥାନା ର ଏସାଇସୂର୍ଯ୍ୟା°ଶୁ ପାଢ଼ୀ ବାବୁ ଓ ଅନ୍ୟ କିଛି ପୋଲିସ ପୁରୀ ରଥ ଯାତ୍ରା ଡିଉଟି ରେ ତେଣୁ ଏଏସାଇ ସତ୍ୟ ରଞ୍ଜନ ସେନାପତି ଙ୍କୁ ଯୋଗାଯୋଗ କରାଯାଇଥିଲା।ସେ କହିଲେ ହଉ ତାହା ପରେ ପୋଲିସ ପଠାଯାଇ ଉକ୍ତ ମହିଳା ଙ୍କୁ ଅନ୍ୟତ୍ର ନେବା ପାଇଁ ଅନୁରୋଧ କରାଗଲା ପରେ ସେ କହିଲେ ମୁଁ ଦେଖୁଛି।ପୁନଃ ଫୋନ କରାଯିବା ପରେ ସେ କହିଲେ ଉକ୍ତ ମହିଳା ପାଗେଲି ତାକୁ ମୁଁ କୁଆଡେ ନେବି !
ଏଠି ପ୍ରଶ୍ନ ଉଠୁଛି ଅଜଣା ମହିଳା ଗୋଟିଏ ସାହି ରେ ଜଣଙ୍କ ପିଣ୍ଡା ରେ ଶୋଇଛି ସେ କିଏ କେଉଁଠି ଆସିଛି ତାହା ପୋଲିସ ର ପ୍ରାଥମିକତା ତଦନ୍ତ ନୁହେଁକି? ବାଙ୍କୀ ପୋଲିସ ଷ୍ଟେସନରେ ଥିବା ଅଭ୍ୟଧ୍ୟନା କକ୍ଷ କାହା ଉଦ୍ଦେଶ୍ୟ ରେ ସେଠାରେ କଣ ପୋଲିସ ବାବୁ ମାନେ ବିଶ୍ରାମ ନେବେ । ଆଚର୍ଯ୍ୟ ଓ ଗୁରୁତ୍ୱପୂର୍ଣ୍ଣ କଥା ବାଙ୍କୀ ଥାନା ରେ ମୋ ସରକାର ୫ଟି ବିଫଳ ଏଠି ଦଲାଲ ମାନଙ୍କ ମାଧ୍ୟମରେ ପୋଲିସ ତାର କାର୍ଯ୍ୟ କରେ ଥାନା କୁ ଯାଉଥିବା ଲୋକଙ୍କ ପାଇଁ ପିଇବା ପାଣି ର ବ୍ୟବସ୍ଥା କରିନାହିଁ କି ବସିବା ପାଇଁ ସ୍ଥାନ ନାହିଁ ବଉଳ ଗଛ ମୂଳେ ଲୋକେ ସେମିତି ଅପେକ୍ଷା କରିଥିବେ ପୋଲିସ ବାବୁ ମାନଙ୍କୁ।ଅଜ୍ଞାତ ମହିଳା ସମ୍ପର୍କରେ ତଦନ୍ତ ଓ ଆଶ୍ରୟ ନେବା ସାହି ପିଣ୍ଡା ରୁ ଉଦ୍ଧାର ପାଇଁ ଏଏସାଇ ସେନାପତି ବାବୁ ଙ୍କ ଠାରୁ ନିରାଶ ପରେ ଅତିରିକ୍ତ ପୋଲିସ କଟକ ଗ୍ରାମାଞ୍ଚଳ ଅଧ୍ୟକ୍ଷକ ଅଲେଖ ପହି ଙ୍କୁ ଫୋନ ରେ ଯୋଗାଯୋଗ କରିବା ପରେ ସେ କହିଲେ ମୁଁ ପୁରୀ ରଥ ଡିଉଟି ରେ ଅଛି ଅନ୍ୟତମ ଅତିରିକ୍ତ ପୋଲିସ କଟକ ଗ୍ରାମାଞ୍ଚଳ ଅଧ୍ୟକ୍ଷକ ପ୍ରଦୀପ ଜେନା ସାର ଙ୍କ ନମ୍ବର ନିଅ ତାଙ୍କୁ ଯୋଗାଯୋଗ କର । ଅତିରିକ୍ତ ପୋଲିସ କଟକ ଗ୍ରାମାଞ୍ଚଳ ଅଧ୍ୟକ୍ଷକ ଜେନା ଙ୍କ ସହ ଯୋଗାଯୋଗ କରିବାରୁ ସେ କହିଲେ ମୁଁ ସେନାପତି ବାବୁ ଙ୍କୁ କହୁଛି ।
ପୁନଃ ଜେନା ବାବୁ ଙ୍କୁ ଯୋଗାଯୋଗ କରିବାରୁ ସେ କହିଲେ ମୁଁ କଥା ହୋଇଛି ଓ ଉପଖଣ୍ଡ ପୋଲିସ ଅଧିକାରୀ ଙ୍କୁ ଅବଗତ କରେଇଛି । ପୁନଃ ସେନାପତି ବାବୁ ଙ୍କୁ ଯୋଗାଯୋଗ କରିବାରୁ ସେ ରୋକ ଠୋକ ମନା କଲେ ଆମେ ଉକ୍ତ ମହିଳା କୁ ଅନ୍ୟତ୍ର ନେଇପାରିବୁ ନାହିଁ କାଳେ ତାକୁ କରୋନା ହୋଇଥିବ ଓ ଉକ୍ତ ମହିଳା ପାଗେଳି ଟା ମୁଁ କୁଆଡେ ନେବି ତୁମେ ଗୋଟେ ଘର କରିଦେଉନ ଇତ୍ୟାଦି ଅନେକ କଥା । ବିନା ତଦନ୍ତ ଓ ଘଟଣା ସ୍ଥଳକୁ ନଆସି ଏପରି ପୋଲିସ ବାବୁଙ୍କ ମନ୍ତବ୍ୟ ବାସ୍ତବିକ ଚିନ୍ତା ଓ ତଦନ୍ତ ସାପେକ୍ଷ। ସେନାପତି ବାବୁ ବହୁତ ଭଦ୍ର ଲୋକ ସେଥିରେ ସନ୍ଦେହ ନାହିଁ ମାତ୍ର ତାଙ୍କର ଏହି ପ୍ରକାର ଉତ୍ତର ବାଙ୍କୀ ପୋଲିସ ର ପରିବା ପଣିଆ କୁ ରାଜରାସ୍ତା କୁ ଆଣିଛି । ଆଲୋଚନା ର ବିଷୟ ଗ୍ରାମ ରେ ଛୋଟ ପିଲା ଓ ଅନ୍ୟାନ୍ୟ ବ୍ୟକ୍ତି ଯିବା ଆସିବା କରୁଛନ୍ତି ଯଦି ଉକ୍ତ ମହିଳା କୁ କରୋନା ହୋଇଥିବ ତେବେ ତାହା ସଂକ୍ରମଣ ହେବ କି ନାହିଁ ? ତାଲା ବନ୍ଦ ସମୟ ରେ ଜଣେ ଅଜ୍ଞାତ ମହିଳା ଜଣଙ୍କ ପିଣ୍ଡା ରେ ବସିବ ଶୋଇବ ତାହାର କୌଣସି ଖୋଜ ଖବର ତନଖି ନନେଇ ପୋଲିସ ବାବୁ ଏମିତି କହିବା ଠିକ କି !
ଯଦି ପୋଲିସ ବାଙ୍କୀ ଏନଏସି କିମ୍ବା ସ୍ୱାସ୍ଥ୍ୟ ବିଭାଗ ର କର୍ମଚାରୀ ଙ୍କ ଦ୍ୱାରା ପିପି କିଟ ପିନ୍ଧେଇ ୱାର୍ଡ ସୁପ୍ରଭାଇଜର ଙ୍କ ମାଧ୍ୟମରେ ଅନ୍ୟତ୍ର ସ୍ଥାନାନ୍ତରିତ କରିଥିଲେ ଅସୁବିଧା କଣ ହୋଇଥାନ୍ତା । ଏବେବି ଉକ୍ତ ଅଜ୍ଞାତ ବୃଦ୍ଧା ଚର୍ଚ୍ଚିକା ସାହି ର ଜଣଙ୍କ ବାରେଣ୍ଡା ରେ ଶୋଇ ରହୁଛି ପୋଲିସ ନିରବ । ବାଙ୍କୀ ରେ ଆଜି ପର୍ଯ୍ୟନ୍ତ ଏନଏସି ପକ୍ଷରୁ ଅସହାୟ , ପାଗେଲି ,ବୃଦ୍ଧା ବୃଦ୍ଧ ଙ୍କ ପାଇଁ ଆଶ୍ରୟ ସ୍ଥଳ କି ରାତ୍ରି ଆଶ୍ରୟ ସ୍ଥଳ ନାହିଁ ! ତାହା ବାସ୍ତବିକ ଚିନ୍ତା ର ବିଷୟ। ବାଙ୍କୀ ର ବହୁ ବୁଦ୍ଧି ଜୀବୀ ପ୍ରକାଶ କରିଛନ୍ତି ବାଙ୍କୀ ପୋଲିସ କାହିଁକି ଏତେ ଅସହାୟ ତାହା ଚିନ୍ତା ର ବିଷୟ।ଉକ୍ତ ମହିଳା ପାଖକୁ ପୋଲିସ ଓ ପ୍ରଶାସନ ଯାଇ ତାହାର ତଦନ୍ତ କରିବା ସହ ସ୍ୱାବ ପରୀକ୍ଷା କରେଇ ତାଙ୍କର ଗ୍ରାମ ରେ ଛାଡିବା ପାଇଁ ବହୁ ବୁଦ୍ଧି ଜୀବୀ ଅନୁରୋଧ କରିଛନ୍ତି ଯଦି ଉକ୍ତ ମହିଳା ର କେହି ନାହିଁ ତେବେ ତାଙ୍କୁ ବୃଦ୍ଧା ଆଶ୍ରମ ରେ ଛାଡିବା ପାଇଁ ପ୍ରୟାସ କରିବାକୁ ବହୁ ବରିଷ୍ଠ ନାଗରିକ ପ୍ରଶାସନ କୁ ଅନୁରୋଧ କରିଛନ୍ତି ।
No Result
View All Result