No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୪ ଜୁଲାଇ ଶନିବାର) ବାଙ୍କୀ :- ଆଜି ବାଙ୍କୀ ଏନେସିର ୭,୮,୯ ନମ୍ବର ୱାର୍ଡ ର ଅଙ୍ଗନବାଡି କେନ୍ଦ୍ର ସ୍ଥାନ ନିରୂପଣ ପାଇଁ ଗ୍ରାମର ବରିଷ୍ଠ ସମାଜସେବୀ ଶୁଭେନ୍ଦୁ ମିଶ୍ର ଙ୍କ ତତ୍ୱାବଧାନ ଗ୍ରାମବାସୀ କୋଭିଡ ନିୟମ ରେ ବାଙ୍କୀ ତହସିଲଦାର ସତ୍ୟ ରଞ୍ଜନ ପଣ୍ଡା ଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି । ଗ୍ରାମର ଏହି ତିନିଗୋଟି ୱାର୍ଡ ର ଅଙ୍ଗନବାଡ଼ି କେନ୍ଦ୍ର ର କୁନି କୁନି ପିଲା ମାନେ କେତେବେଳେ କ୍ଲବ ବାରଣ୍ଡା ତ କେତେବେଳେ ସ୍କୁଲ ବାରଣ୍ଡା ରେ ପାଠ ପଢୁଛନ୍ତି ।ଗର୍ଭବତୀ ଓ ପ୍ରସୂତି ମହିଳା ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ଅଙ୍ଗନବାଡି ଓ ଆଶା କର୍ମୀ ନାନା ପ୍ରକାର ଅସୁବିଧା ର ସମ୍ମୁଖିନ ହେବାକୁ ପଡୁଛି କାରଣ ଏକ ଅଙ୍ଗନବାଡି କେନ୍ଦ୍ର ନଥିବାରୁ ବିଦ୍ୟାଳୟବାରେଣ୍ଡା କି କ୍ଲବ ଘର ରେ ପ୍ରସୂତି ଓ ଗର୍ଭବତୀ ମହିଳା ମାନେ ସେଠାକୁ ଆସୁନାହାଁନ୍ତି । ଅଙ୍ଗନବାଡି କର୍ମୀ ଓ ଆଶା ସେମାନଙ୍କ ଘରକୁ ଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରୁଥିଲେ ବହୁ ଗ୍ରାମବାସୀ ପ୍ରକାଶ କରିଛନ୍ତି । ସୂଚନା ଯୋଗ୍ୟ ବାଙ୍କୀ ତହସିଲ ପକ୍ଷରୁ କଚେରୀ ନିକଟରେ ଥିବା ଐଶ୍ବlନେଶ୍ୱର ମହାଦେବ ମନ୍ଦିର ନିକଟରେ ଥିବା ଇଂରେଜ ଅମଳର ସାକ୍ଷୀ ଘରକୁ ଅଙ୍ଗନବାଡି କେନ୍ଦ୍ର କରିବା ପାଇଁ ସ୍ଥାନ ନିରୂପଣ ହୋଇଥିବା ଖବର ମିଳିଲା ପରେ ଆଜି ଗ୍ରାମ ବାସୀ ଉକ୍ତ ସ୍ଥାନ ମହାଦେବ ମନ୍ଦିର କାର୍ଯ୍ୟ ରେ ନିୟୋଜିତ ହେଉଛି ତେଣୁ ସେଠାରେ ନକରିବା ପାଇଁ ତହସିଲଦାର ଙ୍କୁ ଅନୁରୋଧ କରାଯାଇଥିଲା ।
ଗ୍ରାମବାସୀ ଓ କିଛି ବୁଦ୍ଧିଜୀବୀ ଗ୍ରାମର ଏକ ସରକାରୀ ଜାଗା ଦର୍ଶାଇ ସେଠାରେ ଅଙ୍ଗନବାଡି କେନ୍ଦ୍ର କରିବା ପାଇଁ ପ୍ରସ୍ତାବ ଦେଇଥିଲେ।ଉକ୍ତ ସରକାରୀ ସ୍ଥାନରେ ଜୈନିକ ତହସିଲ ର ପୂର୍ବତନ କର୍ମଚାରୀ ଚାକିରୀ ରୁ ଅବସର ନେଲା ପରେ ମଧ୍ୟ ଜବରଦସ୍ତ ବହୁ ଦିନରୁ ନିଜ ପରିବାର ସହ ରହିଆସୁଛନ୍ତି ଗ୍ରାମ ପକ୍ଷରୁ ବାରମ୍ବାର ଉକ୍ତ ସ୍ଥାନରେ ଅଙ୍ଗନବାଡି କେନ୍ଦ୍ର ପାଇଁ ବାଦୀ କରାଯାଉଥିଲେ ବି କାହା ପ୍ରଭାବ ରେ ପ୍ରଶାସନ ଗ୍ରାମବାସୀ ଙ୍କ ବାଦୀ କୁ ଦୀର୍ଘ ବର୍ଷ ହେବ କର୍ଣ୍ଣପାତ କରୁନାହିଁ ତାହା ତଦନ୍ତ ସାପେକ୍ଷ । ବିଭିନ୍ନ ଗ୍ରାମବାସୀ କହିବା ମୁତାବକ ଉକ୍ତ ଅବସରରେପ୍ରାପ୍ତ ତହସିଲ କର୍ମଚାରୀ ଉକ୍ତ ସ୍ଥାନକୁ ନିଜ ନାମରେ କରିବା ପାଇଁ ସରକାରୀ ବାବୁ ଓ ରାଜ ନେତା ଙ୍କୁ ହାତ କରିଛନ୍ତି ତାହା କେତେ ଦୂର ସତ୍ୟ ତାହାର ପ୍ରମାଣ ନାହିଁ କେବଳ ଗ୍ରାମ ବାସୀ ଙ୍କ ଠାରୁ ଶୁଣିବା କଥା।ଆଜି ଗ୍ରାମ ର ୫ଜଣିଆ ଦଳ କୋଭିଡ କଟକଣା ରେ ତହସିଲଦାର ଙ୍କୁ ଏହି ସ୍ଥାନ ସମ୍ପର୍କରେ ଅବଗତ କରେଇବା ସହ ଉକ୍ତ ସରକାରୀ ସ୍ଥାନରେ ଜବର ଦଖଲ ଉଚ୍ଛେଦ କରି ଅଙ୍ଗନବାଡି କେନ୍ଦ୍ର ପାଇଁ ଦାବି କରିଥିଲେ।ତହସିଲଦାର ଶ୍ରୀ ପଣ୍ଡା ଦାବି ପତ୍ର ଗ୍ରହଣ କରି କହିଲେ ଉକ୍ତ ବ୍ୟକ୍ତି ଙ୍କୁ ୭ଦିନିଆ ଭିତରେ ଉକ୍ତ ସ୍ଥାନକୁ ଖାଲି କରିବାକୁ ଏକ ନୋଟିସ ସୋମବାର ପ୍ରଦାନ କରାଯିବ ୭ଦିନ ପରେ ଉକ୍ତ ସ୍ଥାନରୁ ଜବର ଦଖଲ ଉଛେଦ କରାଯିବ।
ଏ ସମ୍ପର୍କରେ ବାଙ୍କୀ ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନା ଙ୍କୁ ପଚରିବାରୁ ସେ କହିଲେ ତହସିଲଦାର ଙ୍କ ସହ ମୁଁ ଏହି ଘଟଣା ସମ୍ପର୍କରେ ଆଲୋଚନା କରି ଉକ୍ତ ସ୍ଥାନରୁ ଜବର ଦଖଲ ଉଚ୍ଛେଦ କରିବା ସହ ଉକ୍ତ ସ୍ଥାନରେ କିପରି ଅଙ୍ଗନବାଡ଼ି କେନ୍ଦ୍ର ହେବ ସେଥିପାଇଁ ଉଦ୍ୟମ କରାଯିବ।ତହସିଲଦାର ଙ୍କୁ ଦାବି ପତ୍ର ରବି ନାରାୟଣ ପଣ୍ଡା,ବିରଞ୍ଚି ନାରାୟଣ ମିଶ୍ର, ନିମେଇ ସାମଲ,ଇନ୍ଦ୍ରମଣୀ ସାହୁ,ରତ୍ନାକର ଦାସ,ରମେଶ ଚନ୍ଦ୍ର ପଣ୍ଡା ଙ୍କ ସମିତ ବହୁ ଗ୍ରାମବାସୀ ପ୍ରଦାନ କରିଥିଲେ।ଏଥିସହ ଏ ଘଟଣା ସମ୍ପର୍କରେ ୫ଟି,ମୋସରକାର , କଟକ ଜିଲ୍ଲାପାଳ ଓ ରାଜସ୍ୱ ସଚିବ ଙ୍କୁ ନିବେଦନ କରା ଯାଇ ଦାବିପତ୍ର ପଠାଯାଇଛି।
No Result
View All Result