No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୪ ଜୁଲାଇ ଶନିବାର) ନୟାଗଡ଼ :- ନୟାଗଡ଼ ସେବା ଉତ୍ସବ ସମିତି ଆନୁକୂଲ୍ୟରେ ଦୀର୍ଘ 10ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲାବ୍ୟାପି ସେବା ଉତ୍ସବ -2021 ଆଜି ଗଣିଆ ବ୍ଲକର ବିଭିର୍ଣ୍ଣ ସ୍ଥାନରେ ଅନୁଷ୍ଠିତ ହୋଇଯାଇଛି l ସେବା ଉତ୍ସବର କର୍ମକର୍ତା ମାନେ ଏହି ଅବସରରେ ଗଣିଆବ୍ଲକର ବିଭିନ୍ନ ସ୍ଥାନରେ ଗରିବ ଓ ଅସହାୟଲୋକଙ୍କୁ ବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନ କରିଥିଲେ l

ନୟାଗଡ଼ ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମାଜସେବୀ ସଦାଶିବ ମିଶ୍ର, ସମାଜସେବୀ ଦାମୋଦର ସାହୁ, କରଡ଼ାପଡା ସରପଞ୍ଚ ବେଣୁଧର ଦାଶ, ଗଣିଆ ପୂର୍ବତନ ସରପଞ୍ଚ ଫକୀର ମୋହନ ଡାକୁଆ, ସମାଜସେବି ଅଜୟ କୁମାର ଲେଙ୍କା,
ଜ୍ୟୋତିରଞ୍ଜନ ମହାପାତ୍ର, ପରମେଶ୍ୱର ସାହୁ, ସୌମ୍ୟରଞ୍ଜନ ଦାଶ, ସହଦେଵ ଜେନା ପ୍ରମୁଖ ସାମିଲ ହୋଇଥିଲେ l ଅନ୍ୟପକ୍ଷେ ଗତ 15ଜୁଲାଇରୁ ନୟାଗଡ଼ ବ୍ଲକରୁ ଆରମ୍ଭ ହୋଇଥିବା ଏହି ଉତ୍ସବ ଆସନ୍ତା ଜୁଲାଇ 25ତାରିଖରେ ଭରଚୁଆଲ ମାଧ୍ୟମରେ ଉଦଯାପିତ ହେବ ବୋଲି ସମିତି ପକ୍ଷରୁ ସୂଚନା ଦିଆଯାଇଛି l (ରିପୋର୍ଟ -ରାମକୃଷ୍ଣ ରଥ)
No Result
View All Result