No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୯ ଜୁଲାଇ ସୋମବାର) ବାଙ୍କୀ :- ସରଣ୍ଡା ଅଂଶୁପା ଟାୱାର ଠାରେ ବାଙ୍କୀ ଉପଖଣ୍ଡରେ ଉଠା ଜଳସେଚନ ପ୍ରକଳ୍ପ ଗୁଡିକର କାର୍ଯ୍ୟକାରୀତା ସଂପର୍କରେ ଏକ ସମୀକ୍ଷା ବୈଠକ ଉଠା ଜଳସେଚନ ନିଗମର ଅଧ୍ୟକ୍ଷ ଅମରେଶ ପତ୍ରିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ଯୋଗଦେଇ ବାଙ୍କୀ ଉପଖଣ୍ଡର ବିଭିନ୍ନ ଉଠା ଜଳସେଚନ ପ୍ରକଳ୍ପର ସମସ୍ୟା ସଂପର୍କରେ ଆଲୋକପାତ କରିଥିଲେ । ମହାନଦୀରେ ପାଣି ଶୁଖିଯିବା ହେତୁ ୧୬୨ଉଠା ଜଳସେଚନ ପଏଣ୍ଟ୍ ମଧ୍ୟରୁ ୯୦ଗୋଟି ପଏଣ୍ଟ୍ କାର୍ଯ୍ୟ କରୁଛି । ତେଣୁ ଅଚଳ ପଏଣ୍ଟ୍ ଗୁଡିକରେ ବୋରୱେଲ୍ ନିର୍ମାଣ କରାଯାଇ ସେଗୁଡିକୁ କାର୍ଯ୍ୟକ୍ଷମ କରିବାକୁ ବିଧାୟକ ଶ୍ରୀ ତ୍ରିପାଠୀ ଅଧ୍ୟକ୍ଷ ଅମରେଶ ପତ୍ରିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ଏହା ସହିତ ଢ଼ୁ ଢ଼ୁଆ ପାଇଲ ବନ୍ଧ ଠାରେ ସ୍ଥାପିତ ୭ଗୋଟି ଉଠା ଜଳସେଚନ ପ୍ରକଳ୍ପକୁ ବିଦ୍ୟୁତ୍କ କରଣ କରିବା ସହିତ ବନ୍ୟା ଦାଉରୁ ରକ୍ଷା ପାଇଁ ସିମେଣ୍ଟ୍ ଷ୍ଟ୍ରକଚର୍ ନିର୍ମାଣ ପାଇଁ ଅର୍ଥ ବରାଦ କରିବା ପାଇଁ ବିଧାୟକ ଶ୍ରୀ ତ୍ରିପାଠୀ ଦାବି କରିଥିଲେ । ଉଠା ଜଳସେଚନ ବିଭାଗ ନିଗମ ଅଧ୍ୟକ୍ଷ ଶ୍ରୀ ପାତ୍ର ଓ ବିଧାୟକ ଶ୍ରୀ ତ୍ରିପାଠୀ ପାଥପୁର ଓ ରତାଗଡ ଠାରେ ୨ଟି ପ୍ରକଳ୍ପକୁ ପରିଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବିଜେଡି ନେତା ସୁବାସ ଚନ୍ଦ୍ର ପାଢ଼ୀ, ଗତିକୃଷ୍ଣ ସ୍ୱାଇଁ, ଜିଲ୍ଲା ପରିଷଦ ସଭ୍ୟ ତ୍ରିଲୋଚନ ରାଉତ, ମାନସ ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ନାୟକ, ଯୋଗୀ ପଟ୍ଟନାୟକ, ବିକାଶ ମହାରଣା, ମହେଶ୍ୱର ଖଟୁଆ, ରମେଶ ଖଟୁଆ, ନିତ୍ୟାନନ୍ଦ ସାମଲ, ହରିହର ଖଟୁଆ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।
No Result
View All Result