• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

କରୋନା ଭୂତାଣୁ ରୋଗ ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ – ଘରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ

Proprietor Abhimanyu Maharana by Proprietor Abhimanyu Maharana
April 6, 2020
in Uncategorized, ଓଡ଼ିଶା, ଦେଶ, ହୋମ୍
0
କରୋନା ଭୂତାଣୁ ରୋଗ ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ – ଘରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ
Share on FacebookShare on TwitterWhatsapp

ଭୁବନେଶ୍ୱର, ରିପୋର୍ଟ (ଓଡିଶା ତାଜାନ୍ୟୁଜ୍ ) ଭୁବନେଶ୍ୱର କୃଷି ଓ କୃଷକ ସଶକ୍ତିକରଣ 6.4.2020 :– କରୋନା ଭୂତାଣୁ ରୋଗ (କୋଭିଡ୍‌-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଶ୍ରୀ ସୁବ୍ରତ ବାଗ୍‌ଚୀ, ସୂଚନା ଓ ଲୋକସଂପର୍କ କମିଶନର ତଥା ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ ଏବଂ ମିଶନ ଶକ୍ତିର କମିଶନର ତଥା ନିର୍ଦ୍ଦେଶକ ଶ୍ରୀମତୀ ସୁଜାତା କାର୍ତ୍ତିକେୟନ୍‌ ଆଜି ଅପରାହ୍ନରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

1 – ଓଡ଼ିଶାରେ ତୃତୀୟ ସରକାରୀ କୋଭିଡ୍‌-୧୯ ହସ୍‌ପିଟାଲ୍‌ କାର୍ଯ୍ୟାରମ୍ଭ କରିଛି । ମହାନଦୀ କୋଲ୍‌ ଫିଲଡସ୍‌ର ସହଯୋଗରେ ସୋଆ କ୍ୟାମ୍ପସ୍‌ରେ ନିର୍ମିତ ୫୦୦ ଶଯ୍ୟା ସହ ୨୫ ଶଯ୍ୟା ବିଶିଷ୍ଟ ଆଇସିୟୁ ରହିଥିବା ଏହି ହସ୍‌ପିଟାଲ୍‌କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଲୋକାର୍ପଣ କରିଛନ୍ତି । ହସ୍‌ପିଟାଲ୍‌ର ଡାକ୍ତର ଓ ସ୍ୱାସ୍ଥ୍ୟସେବାରେ ନିୟୋଜିତ କର୍ମଚାରୀମାନଙ୍କ ସହିତ ମତବିନିମୟ ପୂର୍ବକ କୋଭିଡ୍‌-୧୯ ମହାମାରୀ ସମୟରେ ଲୋକଙ୍କ ସେବା ନିମନ୍ତେ ସେମାନଙ୍କ ଉଦ୍ୟମକୁ ସେ ପ୍ରଶଂସା କରିଛନ୍ତି । କୋଭିଡ୍‌-୧୯ର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ସମସ୍ତ ପ୍ରଚେଷ୍ଟା ଓ ପଦକ୍ଷେପକୁ ମାନ୍ୟବର କେନ୍ଦ୍ର ପେଟ୍ରୋଲିୟମ୍‌ ଏବଂ ଇସ୍ପାତ୍‌ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଚ୍ଚପ୍ରଶଂସା କରିଛନ୍ତି । ଘରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ

2 – ରାଜ୍ୟରେ ବର୍ତ୍ତମାନ ୧୫୪୭ ଶଯ୍ୟା ବିଶିଷ୍ଟ ୭ଟି ସ୍ୱତନ୍ତ୍ର କୋଭିଡ୍‌ ହସ୍‌ପିଟାଲ୍‌ କାର୍ଯ୍ୟକ୍ଷମ ହୋଇ ସାରିଛି କଟକରେ ଅଶ୍ୱିନୀ ହସ୍‌ପିଟାଲ୍‌, ଯାଜପୁରର ଡୁବୁରୀଠାରେ ଟାଟା ହସ୍‌ପିଟାଲ୍‌, କେଉଁଝର ଜିଲ୍ଲାର ଯୋଡ଼ାଠାରେ ଟାଟା ହସ୍‌ପିଟାଲ୍‌, ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ୱରସ୍ଥିତ କିମସ୍‌ ଓ ସମ୍‌ ହସ୍‌ପିଟାଲ୍‌, ପୁରୀର ଆଇଡି ହସ୍‌ପିଟାଲ୍‌ ଏବଂ ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲାଠାରେ ହାଇଟେକ୍‌ ମେଡିକାଲ କଲେଜ୍‌ରେ ଏହି ସେବା ଉପଲବ୍ଧ ହେଉଛି ।

3 – ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଜି ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନବ କିଶୋର ଦାସ ତଥା ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ଦକ୍ଷିଣ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାରେ କୋଭିଡ୍‌-୧୯ ପରୀକ୍ଷଣ ସୁବିଧା(ଟେଷ୍ଟିଂ)କୁ ତ୍ୱରାନ୍ୱିତ କରିବା ଏବଂ ଯଥା ସମ୍ଭବ ଅଧିକ ପରୀକ୍ଷଣ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି । ବର୍ତ୍ତମାନ ତିନୋଟି ସ୍ଥାନରେ ଦୈନିକ ହାରାହାରି ୩୦୦ କୋଭିଡ୍‌-୧୯ ନମୁନା ପରୀକ୍ଷା କରାଯାଉଥିବାବେଳେ ଆସନ୍ତା ୫ ଦିନ ମଧ୍ୟରେ ଏହାକୁ ୧୦୦୦କୁ ବୃଦ୍ଧି କରିବା ପାଇଁ ଉଦ୍ୟମ କରାଯାଉଛି । ଖୁବ୍‌ ଶୀଘ୍ର ଭିମ୍‌ସାର (ବୁର୍ଲା), ଏମ୍‌କେସିଜି(ବ୍ରହ୍ମପୁର)ରେ କୋଭିଡ୍‌-୧୯ ପରୀକ୍ଷଣର ସୁବିଧା ଉପଲବ୍ଧ କରାଇବାକୁ ସମସ୍ତ ପ୍ରସ୍ତୁତି ଜାରି ରହିଛି । ଏହି ହସ୍‌ପିଟାଲ୍‌ ଦୁଇଟିକୁ କୋଭିଡ୍‌- ୧୯ ପରୀକ୍ଷଣ ନିମନ୍ତେ ସଂପୂର୍ଣ୍ଣ ରୂପେ ପ୍ରସ୍ତୁତ କରିବା ନିମନ୍ତେ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଚାଲୁରହିଛି ଏବଂ ଖୁବ୍‌ ଶୀଘ୍ର ଆଇସିଏମ୍‌ଆର୍‌ର ଅନୁମୋଦନ ପ୍ରାପ୍ତ ହେବାର ସମ୍ଭାବନା ରହିଛି ।

4 – କୋଭିଡ୍‌-୧୯ ମୁକାବିଲା ପାଇଁ ସ୍ୱାସ୍ଥ୍ୟସେବାକୁ ଅଧିକ ସକି୍ରୟ କରିବା ଲକ୍ଷ୍ୟରେ ଡାକ୍ତର, ଡାକ୍ତରୀ ଛାତ୍ର, ସ୍ୱାସ୍ଥ୍ୟ ବିଭାଗ ପଦାଧିକାରୀ, ଞ୍ଜଫଞ୍ଚଟ୍ଟ;ଘରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁି୩୯; ଜିଲ୍ଲା ଓ ବ୍ଲକ୍‌ସ୍ତରୀୟ ମାଷ୍ଟର ଟ୍ରେନରମାନଙ୍କୁ ତାଲିମ ପ୍ରଦାନ କରାଯାଉଛି । ଏହାକୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସାରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ଏସ୍‌ସିବି(କଟକ)ର ୮୯୧ ଛାତ୍ରଛାତ୍ରୀ, ଏମ୍‌କେସିଜି(ବ୍ରହ୍ମପୁର)ର ୩୨୫ ଛାତ୍ରଛାତ୍ରୀ, ଭୀମ୍‌ସାର(ବୁର୍ଲା)ର ୩୦୦ ଛାତ୍ରଛାତ୍ରୀ ଓ ଏମ୍‌କେସିଜି (ବ୍ରହ୍ମପୁର)ର ୨୪୭ ଅଧ୍ୟାପକ ଓ ସ୍ନାତକ ଛାତ୍ରଙ୍କୁ ମିଶାଇ ପ୍ରାୟ ୧୫୦୦ ଡାକ୍ତରୀ ଛାତ୍ରଛାତ୍ରୀ ଓ ସ୍ୱାସ୍ଥ୍ୟ ଅଧିକାରୀ ତାଲିମ ନେଇଛନ୍ତି । ଅନୁରୂପ ଭାବରେ, ୩୬୦ ଜିଲ୍ଲାସ୍ତରୀୟ ମାଷ୍ଟର ଟ୍ରେନର ଓ ୨୨୬୪ ବ୍ଲକ୍‌ସ୍ତରୀୟ ମାଷ୍ଟର ଟ୍ରେନରଙ୍କୁ ତାଲିମ ପ୍ରଦାନ କରାଯାଇଛି ।

5 – ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ନିଜର ତଥା ସମାଜର ଭଲ ପାଇଁ ଲକ୍‌ ଡାଉନ୍‌ ପାଳନ କରିବାକୁ ଆହ୍ୱାନ ଜଣାଇଛନ୍ତି । ସେ କହିଛନ୍ତି ଯେ, ଞ୍ଜଫଞ୍ଚଟ୍ଟ;କୋଭିଡ୍‌-୧୯ ବିରୁଦ୍ଧରେ ଆମର ସଂଗ୍ରାମରେ ହଜାର ହଜାର ପୋଲିସ୍‌ କର୍ମଚାରୀ ବ୍ୟକ୍ତିଗତ ଓ ପାରିବାରିକ ତ୍ୟାଗ ସ୍ୱୀକାର କରି ଜନସେବାରେ ବ୍ରତୀ ହୋଇଛନ୍ତି । ଘରେ ରହି ଏବଂ ସାମାଜିକ ଦୂରତା ବଜାୟ ରଖି ଆସନ୍ତୁ ସେମାନଙ୍କ ତ୍ୟାଗକୁ ସମ୍ମାନ ଜଣାଇବା । ଲକ୍‌ ଡାଉନ୍‌ ନିୟମକୁ କଡ଼ାକଡ଼ି କାର୍ଯ୍ୟକାରୀ କରିବା ଏବଂ ଯେକୌଣସି ସାଂପ୍ରଦାୟିକ ପରିସ୍ଥିତ ସୃଷ୍ଟି ହେଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ପୋଲିସ୍‌ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।

6 – ଓଡ଼ିଶାର ବିଭିନ୍ନ ସ୍ଥାନରେ ଅଟକି ରହିଥିବା ବାହାର ରାଜ୍ୟର ପ୍ରାୟ ୪୭,୦୦୦ ଅତିଥି ଶ୍ରମଜୀବୀଙ୍କୁ ୧୭୬୫ଟି ଶିବିର ଜରିଆରେ ଖାଇବା ଓ ରହିବା ସୁବିଧା ଯୋଗାଇ ଦିଆଯାଇଛି । ଏହି ସବୁ ଅତିଥି ଶ୍ରମିକମାନେ ଦେଶର ଅନ୍ୟାନ୍ୟ ରାଜ୍ୟରୁ ଆସି ଓଡ଼ିଶାର ବିଭିନ୍ନ ସ୍ଥାନରେ ରହିଛନ୍ତି । ଶିବିରଗୁଡ଼ିକରେ ମନସ୍ତାତ୍ୱିକ-ସାମାଜିକ ପରାମର୍ଶ ଞ୍ଜଫଞ୍ଚଟ୍ଟ;ଘରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ ଦିଆଯିବା ସହିତ ଭ୍ରାମ୍ୟମାଣ ଚିକିତ୍ସା କେନ୍ଦ୍ର ମାଧ୍ୟମରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି ା ଶିବିରରେ ଥିବା ମହିଳା ଓ ଶିଶୁମାନଙ୍କୁ ରନ୍ଧାଖାଦ୍ୟ ବ୍ୟତୀତ ଫଳ ଓ କ୍ଷୀର ମଧ୍ୟ ଯୋଗାଇ ଦିଆଯାଉଛି । ଅଭିଯୋଗ ଗ୍ରହଣ ପାଇଁ ଶ୍ରମିକ ସହାୟତା କଲ୍‌ ସେଣ୍ଟର ଟୋଲ୍‌ ଫି୍ର ନଂ- ୧୮୦୦୩୪୫୬୭୦୩ ଜାରି କରାଯାଇଛି ।

7 – ଆଜି ରାଜ୍ୟର ୫୨୪୭ ଗ୍ରାମ ପଞ୍ଚାୟତରେ ୩,୨୭,୬୭୫ ଜଣ ନିରାଶ୍ରୟ ଓ ଅସହାୟ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି । ସେହିପରି ୧୦୮ଟି ପୌରାଞ୍ଚଳରେ ୨୫,୨୩୯ ଜଣଙ୍କୁ ରନ୍ଧାଖାଦ୍ୟ ଦିଆଯାଇଛି ।

8 – କୋଭିଡ୍‌-୧୯ ସଂକ୍ରମଣ ସଂପର୍କିତ ସଚେତନତା ସୃଷ୍ଟିରେ ମିଶନ ଶକ୍ତି ଅନ୍ତର୍ଗତ ସ୍ୱୟଂ ସହାୟକ ଗୋଷ୍ଠୀମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ଗାଁ ଠାରୁ ସହର ପର୍ଯ୍ୟନ୍ତ ସମସ୍ତ ସ୍ଥାନରେ ସଚେତନତାର ବାର୍ତ୍ତାକୁ ମାତ୍ର ତିନିଦିନ ମଧ୍ୟରେ ପହଞ୍ଚାଇ ପାରିଛନ୍ତି । ଲକ୍‌ ଡାଉନ୍‌ ସମୟରେ ଜିଲ୍ଲା ପ୍ରଶାସନର ସହାୟତାରେ ୬୦୦ଟି ରାସନ୍‌ ଦୋକାନ ଏବଂ ଭ୍ରାମ୍ୟମାଣ ରାସନ୍‌ ଦୋକାନ ମାଧ୍ୟମରେ ଲୋକଙ୍କୁ ଅତ୍ୟାବଶ୍ୟକ ରାସନ୍‌ ସାମଗ୍ରୀ ଯୋଗାଇ ଦେଇଛନ୍ତି । ଗ୍ରାମାଞ୍ଚଳରେ ନିରାଶ୍ରିତ ଏବଂ ଅସହାୟମାନଙ୍କୁ ଏଯାବତ୍‌ ଏହି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀମାନେ ୨୫ ଲକ୍ଷ ମିଲ୍‌ ଯୋଗାଇ ସାରିଲେଣି । ସେହିଭଳି ଏପର୍ଯ୍ୟନ୍ତ ପ୍ରାୟ ୧୦ ଲକ୍ଷରୁ ଊଦ୍ଧ୍ୱର୍ ମାସ୍କ ପ୍ରସ୍ତୁତ କରି ଅତି ସ୍ୱଳ୍ପ ମୂଲ୍ୟରେ ଏହି ଏସ୍‌ଏଚ୍‌ଜି ସଦସ୍ୟାମନେ ସରକାରୀ କର୍ମଚାରୀ, ସ୍ୱାସ୍ଥ୍ୟକର୍ମୀ, ସେ୍ୱଚ୍ଛାସେବୀମାନଙ୍କୁ ଯୋଗାଇ ଦେଇଛନ୍ତି । ଏହି ସ୍ୱୟଂ ସହାୟକ ଗୋଷ୍ଠୀର ୭୦ ଲକ୍ଷ ମାି୩୯;ମାନେ ପୋଲିସ୍‌ ଭଳି ନିଜ ପରିବାର ସଦସ୍ୟଙ୍କୁ ଓ ଗୋଷ୍ଠୀଙ୍କୁ କୋଭିଡ୍‌-୧୯ର ନିୟମ ପାଳନ କରି ଘରେ ରହିବାକୁ ପ୍ରବର୍ତ୍ତାଇବା ନିମନ୍ତେ ଅନୁରୋଧ କରାଯାଇଛି । ଘରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ

9 – ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ଅପ୍ରେଲ ୫ରୁ ଅପ୍ରେଲ ୬ ତାରିଖ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୨୪୯ଟି ମାମଲା ଦାୟର କରାଯାଇଛି । ସେଥିରୁ ୨୩୩ଟି ମାମଲା ଲକ୍‌ ଡାଉନ୍‌ ସଂପର୍କିତ ହୋଇଥିବାବେଳେ ୫ଟି ଗୁଜବ ସୃଷ୍ଟି ପାଇଁ ଓ ୧୧ଟି କୋଭିଡ୍‌-୧୯ ସଂପୃକ୍ତ ନିୟମାବଳୀ ଉଲ୍ଲଂଘନ ପାଇଁ ଅନ୍ତର୍ଭୁକ୍ତ । ବିଭିନ୍ନ ଅଭିଯୋଗରେ ୪୨୭ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ଭଦ୍ରକ ସହରରେ ସାମାଜିକ ଦୂରତ୍ୱ ନିୟମ ଭଙ୍ଗ ଅଭିଯୋଗରେ ୨୯ ଜଣ ଦୋକାନୀଙ୍କୁ ପୋଲିସ୍‌ ଗିରଫ କରିଛି । ସର୍ବଶେଷ ସ୍ୱାସ୍ଥ୍ୟ ସୂଚନା

10 – ଭାରତୀୟ ଜନସ୍ୱାସ୍ଥ୍ୟ ପ୍ରତିଷ୍ଠାନ (ଆଇଆଇପିଏଚ୍‌)ଦ୍ୱାରା ଓଡ଼ିଶା ସରକାରଙ୍କୁ ପ୍ରଦତ୍ତ ରିପୋର୍ଟରୁ ଜଣାପଡ଼ିଛି ଯେ ଓଡ଼ିଶା ରାଜ୍ୟ ବର୍ତ୍ତମାନ ସୁଦ୍ଧା ଗୋଷ୍ଠୀ ସଂକ୍ରମଣ ଅର୍ଥାତ୍‌ ତୃତୀୟ ପର୍ଯ୍ୟାୟକୁ ପ୍ରବେଶ କରିନାହିଁ । ଏପର୍ଯ୍ୟନ୍ତ ମିଳିଥିବା କୋଭିଡ୍‌-୧୯ ଦ୍ୱାରା ସଂକ୍ରମିତ ବ୍ୟକ୍ତିବିଶେଷଙ୍କର ବାହାରକୁ ଗସ୍ତ ସମ୍ବନ୍ଧୀୟ ଇତିହାସ ରହିଛି ବା ସେମାନେ କୋଭିଡ୍‌-୧୯ ସଂକ୍ରମିତ ବ୍ୟକ୍ତିବିଶେଷଙ୍କ ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସିଛନ୍ତି । ଅବଶ୍ୟ ଭୁବନେଶ୍ୱରର କେତେକ ନିର୍ଦ୍ଦିଷ୍ଟ କ୍ଲଷ୍ଟରରେ ସ୍ଥାନୀୟ ସଂକ୍ରମଣ ହୋଇଛି । କରୋନା ସଂକ୍ରମଣ ପ୍ରବଣ ଅଞ୍ଚଳ ଭାବେ ଚିହ୍ନିତ ହୋଇଥିବା ସ୍ଥାନଗୁଡ଼ିକରେ ରୋଗ ନିରୀକ୍ଷଣ କାର୍ଯ୍ୟକ୍ରମକୁ ସକ୍ରିୟ କରାଯାଇଛି ଏବଂ ସଂପୃକ୍ତ ଅଞ୍ଚଳଗୁଡ଼ିକୁ ବ୍ୟାପକ ବିଶୋଧନ କରିବା ପ୍ରକି୍ରୟା ଜାରି ରହିଛି । ଘରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ

11 – ଆଜି ମଧ୍ୟାହ୍ନ ୧୨ଟା ସୁଦ୍ଧା ଓଡ଼ିଶାରେ ୧୮୮୮ଟି ନମୁନା କୋଭିଡ୍‌-୧୯ ପରୀକ୍ଷା ପାଇଁ ପଠାଯାଇଛି । ବର୍ତ୍ତମାନ ସୁଦ୍ଧା ସମୁଦାୟ ୩୯ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ତନ୍ମଧ୍ୟରୁ ଦୁଇଜଣ ବ୍ୟକ୍ତି ସଂପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

12 – କୋଭିଡ୍‌-୧୯ ପଜିଟିଭ୍‌ଙ୍କ ମଧ୍ୟରେ ଭୁବନେଶ୍ୱରରୁ ୩୧ ଜଣ, ଭଦ୍ରକରୁ ୩ ଜଣ ଓ କଟକ, କଳାହାଣ୍ଡି ଏବଂ ଯାଜପୁରରୁ ଜଣେ ଲେଖାଏଁ ଅନ୍ତର୍ଭୁକ୍ତ ।

13 – ଆଜି ୮୭ ଜଣ କରୋନା ସନ୍ଦିଗ୍ଧ ବିଭିନ୍ନ ଚିକିତ୍ସାଳୟରେ ପୃଥକ୍‌ବାସରେ ଅଛନ୍ତି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଅନ୍ତର୍ଜାତୀୟ ମହିଳା ଦିବସରେ ପୁରୀରେ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ପ୍ରଦାନ କଲେ – ମୁଖ୍ୟମନ୍ତ୍ରୀ

ଅନ୍ତର୍ଜାତୀୟ ମହିଳା ଦିବସରେ ପୁରୀରେ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ପ୍ରଦାନ କଲେ – ମୁଖ୍ୟମନ୍ତ୍ରୀ

March 10, 2026
ଶକ୍ତି ପଦଯାତ୍ରା ଅନୁଷ୍ଠିତ

ଶକ୍ତି ପଦଯାତ୍ରା ଅନୁଷ୍ଠିତ

March 10, 2026
ମହିଳା ଦିବସ ଉପଲକ୍ଷେ ସମାଜ ସେବା କ୍ଷେତ୍ରରେ ପ୍ରଭାସିନୀ

ମହିଳା ଦିବସ ଉପଲକ୍ଷେ ସମାଜ ସେବା କ୍ଷେତ୍ରରେ ପ୍ରଭାସିନୀ

March 10, 2026
କାଲିମେଳା ବ୍ଲକ ଭୁବନପାଲ୍ଲୀ ଗ୍ରାମ ପଞ୍ଚାୟତ ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

କାଲିମେଳା ବ୍ଲକ ଭୁବନପାଲ୍ଲୀ ଗ୍ରାମ ପଞ୍ଚାୟତ ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

March 10, 2026

Recent News

ଅନ୍ତର୍ଜାତୀୟ ମହିଳା ଦିବସରେ ପୁରୀରେ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ପ୍ରଦାନ କଲେ – ମୁଖ୍ୟମନ୍ତ୍ରୀ

ଅନ୍ତର୍ଜାତୀୟ ମହିଳା ଦିବସରେ ପୁରୀରେ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ପ୍ରଦାନ କଲେ – ମୁଖ୍ୟମନ୍ତ୍ରୀ

March 10, 2026
ଶକ୍ତି ପଦଯାତ୍ରା ଅନୁଷ୍ଠିତ

ଶକ୍ତି ପଦଯାତ୍ରା ଅନୁଷ୍ଠିତ

March 10, 2026
ମହିଳା ଦିବସ ଉପଲକ୍ଷେ ସମାଜ ସେବା କ୍ଷେତ୍ରରେ ପ୍ରଭାସିନୀ

ମହିଳା ଦିବସ ଉପଲକ୍ଷେ ସମାଜ ସେବା କ୍ଷେତ୍ରରେ ପ୍ରଭାସିନୀ

March 10, 2026
କାଲିମେଳା ବ୍ଲକ ଭୁବନପାଲ୍ଲୀ ଗ୍ରାମ ପଞ୍ଚାୟତ ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

କାଲିମେଳା ବ୍ଲକ ଭୁବନପାଲ୍ଲୀ ଗ୍ରାମ ପଞ୍ଚାୟତ ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

March 10, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଅନ୍ତର୍ଜାତୀୟ ମହିଳା ଦିବସରେ ପୁରୀରେ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ପ୍ରଦାନ କଲେ – ମୁଖ୍ୟମନ୍ତ୍ରୀ

ଅନ୍ତର୍ଜାତୀୟ ମହିଳା ଦିବସରେ ପୁରୀରେ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ପ୍ରଦାନ କଲେ – ମୁଖ୍ୟମନ୍ତ୍ରୀ

March 10, 2026
ଶକ୍ତି ପଦଯାତ୍ରା ଅନୁଷ୍ଠିତ

ଶକ୍ତି ପଦଯାତ୍ରା ଅନୁଷ୍ଠିତ

March 10, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version