No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୪ ଜୁଲାଇ, ବୁଧବାର )ଗଣିଆ :- ନୟାଗଡ ଜିଲ୍ଲା ଗଣିଆ ବ୍ଲକ ଅନ୍ତର୍ଗତ କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠ ପରିସରରେ ପ୍ରଧାନ ଶିକ୍ଷୟତ୍ରୀ ବିଜୟଲକ୍ଷ୍ମୀ ମିଶ୍ର ଙ୍କ ଅଧ୍ୟକ୍ଷତାରେ ମୋ ସ୍କୁଲ୍ ଅଭିଯାନ ର ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ କୃଷି ତଥା ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ଼. ଅରୁଣ କୁମାର ସାହୁ ଯୋଗଦେଇ ସ୍କୁଲ୍ ର ପବିତ୍ରତା ବଜାୟ ରଖିବା ସହିତ ଭଲ କାମ କରିବା ଏବଂ ଗୁଣାତ୍ମକ ଶିକ୍ଷା ର ବିକାଶ ପାଇଁ ମୋ ସ୍କୁଲ୍ ଅଭିଯାନ ର ଉଦ୍ଦେଶ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ ।

ଛାତ୍ର ଛାତ୍ରୀ ଙ୍କୁ ଠିକ୍ ଭାବେ ଶିକ୍ଷାଦାନ କରିବା ସହ ଉନ୍ନତ ମଣିଷ ଭାବେ ଗଢି ତୋଳିବା ଏହି ଯୋଜନା ର ଲକ୍ଷ୍ୟ ବୋଲି କହିବା ସହ ପୁରାତନ ଛାତ୍ର ଛାତ୍ରୀ ଙ୍କୁ ଏକତ୍ରିତ କରି ଏକ ଡାଟା ବେସ୍ ତିଆରି କରିବା ଏବଂ ଏକ ହ୍ୱାଟ୍ସ ଅପ୍ ଗ୍ରୁପ୍ କରି ସମସ୍ତଙ୍କୁ ମୋ ସ୍କୁଲ୍ ଅଭିଯାନ ରେ ସାମିଲ କରିବା ପାଇଁ ପ୍ରଧାନ ଶିକ୍ଷୟତ୍ରୀ ଙ୍କୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ ।

କନ୍ଧମାଳ ସାଂସଦ ଙ୍କ ପ୍ରତିନିଧି ସଦାଶିବ ମିଶ୍ର,ଜିଲ୍ଲା ପରିଷଦ ସଭ୍ୟ ମହେଶ୍ୱର ମହାରଣା,ବିଡ଼ିଓ ସିରିୟାଲ୍ ଶୁଭ୍ର ପଟେଲ,ଗଣିଆ ଉନ୍ନୟନ କମିଟି ସଭାପତି ତଥା ପୂର୍ବତନ ଛାତ୍ରୀ ଉଷାରାଣୀ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ମୋ ସ୍କୁଲ୍ ଅଭିଯାନ ର ଲକ୍ଷ୍ୟ ସମ୍ପର୍କରେ ମତାମତ ଦେଇଥିଲେ । (ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ )
No Result
View All Result