No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୦୯ ଜୁଲାଇ , ଶୁକ୍ରବାର ) ଓଡ଼ଗାଁ :- ଓଡ଼ଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଭିତ୍ତିଭୂମି ର ବିକାଶ ହେବ । ୪ କୋଟି ୨୧ ଲକ୍ଷ ଟଙ୍କା ବିନିମୟରେ ନୂତନ କୋଠା ନିର୍ମାଣ କରାଯିବ । ଏଥିପାଇଁ ଟେଣ୍ଡର ପ୍ରକ୍ରିୟା ସରିଛି । କାର୍ଯ୍ୟ ଆରମ୍ଭ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି ବୋଲି ମନ୍ତ୍ରୀ ଡଃ ଅରୁଣ କୁମାର ସାହୁ ସୂଚନା ଦେଇଛନ୍ତି । ୨୦୧୧ ମସିହାରୁ ଓଡ଼ଗାଁ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ଉନ୍ନତୀ କରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ମାନ୍ୟତା ଦେଇଥିଲେ ।
ପୂର୍ବରୁ ମଧ୍ୟ ଉକ୍ତ ସ୍ବାସ୍ଥ୍ୟ କେନ୍ଦ୍ରରେ ରୋଗୀ ରୋଗୀ ସେବା ନିମନ୍ତେ ଭିତ୍ତିଭୂମିର ଅଭାବ ରହିଥିଲା । ବର୍ତମାନ ବିଶେଷ କରି ମହିଳା, ଶିଶୁ , ପୁରୁଷ ମାନଙ୍କ ନିମନ୍ତେ ୩୦ ଶଯ୍ୟା ବିଶିଷ୍ଟ କୋଠରୀ ନିର୍ମାଣ ହେବ । ଓଡ଼ଗାଁ ଅଞ୍ଚଳର ଜନସାଧାରଣ ଏକ ଉନ୍ନତ ସ୍ବାସ୍ଥ୍ୟସେବା ପାଇପାରିବେ । ( ଓଡ଼ଗାଁ ରିପୋର୍ଟ – ଅଶ୍ଵିନୀ କୁମାର ସାହୁ )
No Result
View All Result