• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଅପରାଧ

ପୁଣି ଅଶାନ୍ତ ବ୍ରାହ୍ମଣଛାଇ ପ୍ରେମ ସର୍ମ୍ପକ ଓ ପୂର୍ବ ଶତୃତାକୁ କେନ୍ଦ୍ର କରି ଗୋଷ୍ଠୀ ସଂର୍ଘଷ : ଗ୍ରାମରେ ଉତେଜନା ଓ ପୁଲିସ ଫୋର୍ସ ମୃତୟନ ଆକ୍ରମଣ ଓ ପ୍ରତି ଆକ୍ରମଣରେ ୮ ଗୁରୁତର, ଜଣେ ଆହତ

Proprietor Abhimanyu Maharana by Proprietor Abhimanyu Maharana
July 7, 2021
in ଅପରାଧ, ଓଡ଼ିଶା, ଗଞ୍ଜାମ, ହୋମ୍
0
ପୁଣି ଅଶାନ୍ତ ବ୍ରାହ୍ମଣଛାଇ ପ୍ରେମ ସର୍ମ୍ପକ ଓ ପୂର୍ବ ଶତୃତାକୁ କେନ୍ଦ୍ର କରି ଗୋଷ୍ଠୀ ସଂର୍ଘଷ : ଗ୍ରାମରେ ଉତେଜନା ଓ ପୁଲିସ ଫୋର୍ସ ମୃତୟନ ଆକ୍ରମଣ ଓ ପ୍ରତି ଆକ୍ରମଣରେ ୮ ଗୁରୁତର, ଜଣେ ଆହତ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୦୭ ଜୁଲାଇ ୨୦୨୧, ବୁଧବାର ) ହିଞ୍ଜିଳିକାଟୁ :-  କିଛି ଦିନର ନୀରବତା ପରେ ଗଂଜାମ ଜିଲ୍ଲା ହିଂଜିଳି ଥାନା ବ୍ରାହ୍ମଣଛାଇ ଗ୍ରାମ ପୁଣି ଅଶାନ୍ତ ହୋଇ ପଡ଼ିଛି । ପ୍ରେମ ସର୍ମ୍ପକ ଓ ପୂର୍ବ ଶତୃତାକୁ କେନ୍ଦ୍ର କରି ମଙ୍ଗଳବାର ଦିନତମାମ ଗ୍ରାମର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ କୁହୁଳି ଉଠୁଥିବା ନିଆଁ ରାତ୍ର ସମୟରେ ଉଗ୍ର ରୂପ ଧାରଣ କରିଛି । ଗ୍ରାମର ଉଭୟ ଗୋଷ୍ଠୀର ଲୋକଙ୍କ ଖଣ୍ଡା, କାତି ଓ ବିଭିନ୍ନ ମାରଣାସ୍ତ୍ରର ଆକ୍ରମଣ ଓ ପ୍ରତି ଆକ୍ରମଣରେ ସଂପୃକ୍ତ ପଂଚାୟତର ସରଂପଚଙ୍କ ସମେତ ୮ ଜଣ ଗୁରୁତର ଆହତ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି । ଆହତ ମାନେ ହେଲେ ସଂପୃକ୍ତ ପଂଚାୟତର ସରଂପଚ ସତ୍ୟ ନାରାୟଣ ପୃଷ୍ଟି, ବିଜୟ ଚନ୍ଦ୍ର ଜେନା, ତାଙ୍କରି ଦୁଇ ପୁଅ ଜଗବନ୍ଧୁ ଜେନା, ନାରାୟଣ ଜେନା, ସ୍ୱରାଜ୍ୟ ପ୍ରଧାନ, ଶଙ୍କର ପ୍ରଧାନ, ଚନ୍ଦନ ପ୍ରଧାନ, ଶିବରାମ ପ୍ରଧାନ ଓ କୃଷ୍ଣ ପ୍ରଧାନ । ଖବର ପାଇ ଆସିକା ପୁଲିସ ଉପଖଣ୍ଡ ଅଧିକାରୀ ଉମାଶଙ୍କର ସିଂ, ହିଂଜିଳି ଥାନା ଆଇଆଇସି ଅଭିମନ୍ୟୁ ଦାସ, ଥାନା ଏସଆଇ ବାସୁଦେଇ ଭୋଇ, ଗୋପାଳକୃଷ୍ଣ ଆଗୁ ପାତ୍ର, ରାଘବ ପ୍ରଧାନ, ଏଏସଆଇ ରାଜନ ବିଷୋୟୀ ଓ ପୁଲିସ ଫୋର୍ସ ସଦଳବଳେ ଘଟଣା ସ୍ଥଳରେ ପଂହଚି ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ସକାଶେ ପୁଲିସ ଭ୍ୟାନ ଓ ୧୦୮ ଆମ୍ବୁଲାନ୍ସ ଯୋଗେ ହିଂଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଥିଲେ ।

ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ବିଜୟଙ୍କୁ ବାଦ ନେଇ ଅନ୍ୟ ୮ ଜଣ ଆହତଙ୍କୁ ଅଧିକ ଚିକିତ୍ସା ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଥିମଧ୍ୟରୁ ସତ୍ୟ ଓ ଜଗବନ୍ଧୁଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ବୁଧବାର ଭୋରରେ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡ଼ିଛି । ପୁଲିସ ଗ୍ରାମର ୫ ଜଣଙ୍କୁ ଆଣି ଥାନାରେ ଅଟକ ରଖି ଘଟଣାର ତଦନ୍ତ ଚଳାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି । ଅନ୍ୟପକ୍ଷରେ ଗ୍ରାମରେ ଚାପା ଉତେଜନା ଲାଗି ରହିଥିବାରୁ ପୁଲିସ ଫୋର୍ସ ମୃତୟନ କରାଯାଇଥିବା ଜଣାପଡ଼ିଛି । ଏ ନେଇ ଉଭୟ ଗୋଷ୍ଠୀ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ଏ ନେଇ ହିଂଜିଳି ଥାନାରେ ନଂ- ୩୫୧, ୩୫୨/୨୧ରେ ୨ଟି ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି । ମିଳିଥିବା ସୂଚନା ପ୍ରକାରେ, ଗତ ପ୍ରାୟ ୧ମାସ ପୂର୍ବେ ଗ୍ରାମର ଗଣେ ଝିଅ ସହ ସେହି ଗ୍ରାମର ଡ଼ାକ ପ୍ରଧାନଙ୍କ ପୁଅ ଶିବରାମଙ୍କ ପ୍ରେମ ସର୍ମ୍ପକକୁ କେନ୍ଦ୍ର କରି ଗ୍ରାମରେ ଏକ ଅପ୍ରିତୀକର ପରିସ୍ଥିତି ସୃଷ୍ଟି ହୋଇଥିଲା ।

ପରିବାର ସଦସ୍ୟଙ୍କ ଅନୁପସ୍ଥିତରେ ଶିବରାମ ଝିଅ ଘରେ ପଶିଥିବା ଦେଖି ଝିଅର ସର୍ମ୍ପକୀୟ ଓ ଗ୍ରାମର କିଛି ଲୋକ ଦେଖିପାରି ଯୁବକଙ୍କୁ ମାଡ଼ ମାରିବା ସହ ଅଟକ ରଖି ହିଂଜିଳି ପୁଲିସକୁ ଖବର ଦେଇଥିଲେ । ଖବର ପାଇ ହିଂଜିଳି ପୁଲିସ ଘଟଣା ସ୍ଥଳରେ ପଂହଚି ଅଟକ ଯୁବକ ସମେତ ଉଭୟ ପରିବାର ସଦସ୍ୟଙ୍କୁ ଥାନାକୁ ଡ଼ାକି ଆପୋଷ ବୁଝାମଣା କରିଥିଲେ । ଯୁବକ ଜଣକ ସଂପୃକ୍ତ ଯୁବତୀଙ୍କୁ ବିବାହ କରିବାର ପ୍ରତିଶୃତି ଦେବା ପରେ ଥାନାରୁ ମୁକୁଳିଥିଲେ । ସେହିଦିନ ଠାରୁ ଯୁବତୀ ଜଣକ ଯୁବକଙ୍କ ଘରେ ରହି ଆସୁଥିଲେ । ମଙ୍ଗଳବାର ପୂର୍ବାହ୍ନରେ ପୁଅ- ଝିଅଙ୍କ ନିର୍ବନ୍ଧ ପାଇଁ ଉଭୟ ପରିବାର ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । କୌଣସି କାରଣରୁ କୂଳ ମୁଖିଆ ବୈଠକକୁ ଆସିପାରିନଥିଲେ । ଦୀର୍ଘ ୩ ଘଂଟା ବିଳମ୍ବ ପର୍ଯ୍ୟନ୍ତ କୂଳ ମୁଖିଆ ନଆସିବାରୁ ଉତେଜନା ଦେଖା ଦେବା ସହ ଜାଣିଶୁଣି ନିର୍ବନ୍ଧ କାର୍ଯ୍ୟକୁ ଭଣ୍ଡୁର କରାଯାଇଥିବାକୁ କେନ୍ଦ୍ର କରି ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଥିଲା ।

ରାତ୍ର ପ୍ରାୟ ୮ଘଂଟା ସମୟରେ ପୁଣିଥରେ କୂଳ ବୈଠକ ଆୟୋଜନ କରାଯାଇଥିବା ବେଳେ ଗ୍ରାମର ଗୋଟିଏ ଗୋଷ୍ଠୀ ଖଣ୍ଡା, କାତି ଓ ବିଭିନ୍ନ ମାରଣାସ୍ତ୍ରରେ ଅର୍ତକିତ ଆକ୍ରମଣ କରିଥିଲେ । ଉଭୟ ଗୋଷ୍ଠୀର ଆକ୍ରମଣ ଓ ପ୍ରତି ଆକ୍ରମଣରେ ୯ ଜଣ ଆହତ ହୋଇଥିଲେ । ଅନ୍ୟପକ୍ଷରେ ଗତ ୨୦୧୭ ମସିହା ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନ ସମୟରେ ସଂପୃକ୍ତ ଗ୍ରାମର ୨ ଗୋଷ୍ଠୀଙ୍କ ମଧ୍ୟରେ ସଂର୍ଘଷ ଘଟି ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସଂପୃକ୍ତ ପଂଚାୟତରେ ନିର୍ବାଚନକୁ ବାତିଲ କରାଯାଇଥିଲା । ସେହି ଦିନ ଠାରୁ ଗ୍ରାମର ୨ ଗୋଷ୍ଠୀଙ୍କ ମଧ୍ୟରେ ତିକ୍ତତା ଲାଗି ରହିଛି । ଘଟଣା ନେଇ ଗ୍ରାମରେ ଶାନ୍ତି କମିଠି ଗଠନ କରାଯାଇଥିଲେ ମଧ୍ୟ ଦୀର୍ଘ ବର୍ଷ ଧରି ଅଶାନ୍ତର ବାତାବରଣ ଲାଗି ରହିଛି । ଆଗାମୀ ଦିନରେ ସଂପୃକ୍ତ ପଂଚାୟତରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ରହିଥିବା ଛକାପଂଝାକୁ ଆୟତ କରାନଗଲେ ଆହୁରି ଅଧିକ ମୁଣ୍ଡ ଗଡିବାର ସମ୍ଭାବନା ରହିଛି ବୋଲି ଅଂଚଳର ବୁଦ୍ଧିଜୀବିଙ୍କ ମହଳରେ ମତ ପ୍ରକାଶ ପାଇଛି ।   ( ରିପୋର୍ଟ ଶୁସାନ୍ତ ପ୍ରଧାନ )

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବ୍ୟକ୍ତିତ୍ୱ ବିକାଶ ହିଁ ସଫଳତାର ଚାବିକାଠି : ଶକ୍ତିଶ୍ରୀ ସଚେତନତା କାର୍ଯ୍ୟକ୍ରମ

ବ୍ୟକ୍ତିତ୍ୱ ବିକାଶ ହିଁ ସଫଳତାର ଚାବିକାଠି : ଶକ୍ତିଶ୍ରୀ ସଚେତନତା କାର୍ଯ୍ୟକ୍ରମ

September 20, 2026
ନକଲି ଏମ୍‌ଭିଆଇ ଅଧିକାରୀ ଗିରଫ

ନକଲି ଏମ୍‌ଭିଆଇ ଅଧିକାରୀ ଗିରଫ

September 20, 2026
ଡିଜେ ସାଉଣ୍ଡରେ ଅସ୍ତବ୍ୟସ୍ତ ଜନଜୀବନ : ହୃଦ୍‌ରୋଗୀଙ୍କ ପାଇଁ ବିପଦ, ମେଡିକାଲରେ ରୋଗୀଙ୍କ ଚିକିତ୍ସାରେ ବାଧା

ଡିଜେ ସାଉଣ୍ଡରେ ଅସ୍ତବ୍ୟସ୍ତ ଜନଜୀବନ : ହୃଦ୍‌ରୋଗୀଙ୍କ ପାଇଁ ବିପଦ, ମେଡିକାଲରେ ରୋଗୀଙ୍କ ଚିକିତ୍ସାରେ ବାଧା

September 20, 2026
ଜନଭାଗିଦାରୀ ରେ ସ୍ବଛତା ଦୀର୍ଘସ୍ଥାୟୀ : ଉପ ମୁଖ୍ୟମନ୍ତ୍ରୀ

ଜନଭାଗିଦାରୀ ରେ ସ୍ବଛତା ଦୀର୍ଘସ୍ଥାୟୀ : ଉପ ମୁଖ୍ୟମନ୍ତ୍ରୀ

September 20, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବ୍ୟକ୍ତିତ୍ୱ ବିକାଶ ହିଁ ସଫଳତାର ଚାବିକାଠି : ଶକ୍ତିଶ୍ରୀ ସଚେତନତା କାର୍ଯ୍ୟକ୍ରମ

ବ୍ୟକ୍ତିତ୍ୱ ବିକାଶ ହିଁ ସଫଳତାର ଚାବିକାଠି : ଶକ୍ତିଶ୍ରୀ ସଚେତନତା କାର୍ଯ୍ୟକ୍ରମ

September 20, 2026
ନକଲି ଏମ୍‌ଭିଆଇ ଅଧିକାରୀ ଗିରଫ

ନକଲି ଏମ୍‌ଭିଆଇ ଅଧିକାରୀ ଗିରଫ

September 20, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version