No Result
View All Result
ଓଡ଼ିଶା ତାଜା ନ୍ୟୁଜ (୦୬ ଜୁଲାଇ ମଙ୍ଗଳବାର ) ବାଙ୍କୀ : – ଗତକାଲି ଓ ଆଜି ବାଙ୍କୀ ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନା ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟ,ସୁବର୍ଣ୍ଣପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଓ ଡମପଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ପୃଥକ ପୃଥକ ଭାବେ କରୋନା ସ୍ତିତି ସମ୍ପର୍କରେ ସମୀକ୍ଷା ବୈଠକ କରିଥିଲେ । ଆଜି ବାଙ୍କୀ ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନା ବାଙ୍କୀ ଉପଖଣ୍ଡ ଚିକିତ୍ସାଲୟଅଧୀନ ରେ ଥିବା ବାଙ୍କୀ ଏନଏସି ର କରୋନା ସ୍ଥିତି ସମ୍ପର୍କରେ ଉପଜିଲ୍ଲାପାଳ କାର୍ଯ୍ୟାଳୟ ରେ ସମୀକ୍ଷା ବୈଠକ କରିଥିଲେ ।ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟ ର ଅଧ୍ୟକ୍ଷ ଡାକ୍ତର ମୃତ୍ୟୁଞ୍ଜୟ ମହାପାତ୍ର ବର୍ତମାନ ସୁଦ୍ଧା ବାଙ୍କୀ ଏନଏସି ର କରୋନା ସ୍ଥିତି ସମ୍ପର୍କରେ ଉକ୍ତ ସମୀକ୍ଷା ବୈଠକ ରେ ଉପଜିଲ୍ଲାପାଳ ଶ୍ରୀ ଜେନାଙ୍କୁ ଅବଗତ କରାଇଥିଲେ ।ଉପଜିଲ୍ଲାପାଳ ଶ୍ରୀ ଜେନା ବାଙ୍କୀ ଏନଏସି ରେ ଥିବା ୧୭ ଗୋଟି ୱାର୍ଡ ରେ ଆଶା ଓ ଅଙ୍ଗନବାଡି କର୍ମୀ ଙ୍କ ଦ୍ୱାରା ଘରଘର ବୁଲି ଅକ୍ସି ମିଟର ଓ ଥର୍ମାଲ ସ୍କାନର ରେ ଲୋକମାନଙ୍କ କିପରି ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି ଓ କି କି ପ୍ରକାର ଅସୁବିଧା ଉପଲବ୍ଧି ହେଉଛି ତାହା ପଚାରି ବୁଝିଥିଲେ।

ସ୍ୱାସ୍ଥ୍ୟ କେନ୍ଦ୍ର ରେ କିପରି ଟିକା କରଣ ହେଉଛି ତାହା ବୁଝିବା ସହ ଟିକା କରଣ କିପରି ଅଧିକ ରୁ ଅଧିକ କରାଯାଇପାରିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା। ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟ ପ୍ରାଙ୍ଗଣ ରେ ହେଉଥିବା ଟିକା କରଣ କେନ୍ଦ୍ର ରେ ଟିକା କରଣ କୁ ନେଇ ଅଧିକାଂଶ ସମୟରେ ଉତ୍ତେଜନା କୁ କିପରି ନିୟନ୍ତ୍ରଣ କରାଯିବ ତାହା ଆଲୋଚନା କରାଯାଇଥିଲା। ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟ ରେ ସ୍ୱାବ ସଂଗ୍ରହ ଶିବିର ରେ ଅଧିକ ରୁ ଅଧିକ ସ୍ୱାବ ସଂଗ୍ରହ କରାଯିବା ପାଇଁ ଉପଜିଲ୍ଲାପାଳ ପରାମର୍ଶ ଦେଇଥିଲେ।ସ୍ୱାବ ପରୀକ୍ଷା ରୁ ଚିହ୍ନଟ କରୋନା ଆକ୍ରାନ୍ତ ବ୍ୟକ୍ତି ଙ୍କୁ ହୋମ ଆଇସଲେସନ କିପରି ରହିବେ ଓ ଡାକ୍ତର ଙ୍କ ପରାମର୍ଶ ଅନୁସାରେ କିପରି ଔଷଧ ଖାଇବେ ତାହା ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଆକାନ୍ତ ବ୍ୟକ୍ତି ଙ୍କ ପରିବାର ଓ ବ୍ୟକ୍ତି ଙ୍କୁ ବୁଝେଇବା ପାଇଁ ଉପଜିଲ୍ଲାପାଳ ଶ୍ରୀ ଜେନା ଏହି ବୈଠକରେ ଆଲୋଚନା କରିଥିଲେ।ଯେପରି ହୋମ ଆଇସଲେସନ ରେ ଥିବା କୌଣସି ବ୍ୟକ୍ତି ଙ୍କ କରୋନା ରେ ମୃତ୍ୟୁ ନହେବ ସେଥିପାଇଁ ଆଶା, ଅଙ୍ଗନବାଡି କର୍ମୀ ଓ ଡାକ୍ତର ମାନେ ଗୁରୁତ୍ୱ ର ସହ ହୃଦୟଗମ କରିବା ଆବଶ୍ୟକ ଉକ୍ତ ବ୍ୟକ୍ତି ଙ୍କ ପ୍ରତ୍ୟେକ ଦିନ ସ୍ୱାସ୍ଥ୍ୟ ସମ୍ପର୍କରେ ବୁଝିବା ପାଇଁ ଉପଜିଲ୍ଲାପାଳ ସମସ୍ତ ଙ୍କୁ ଅନୁରୋଧ କରିଥିଲେ।ଯେଉଁ ବ୍ୟକ୍ତି ଙ୍କ ଆଶା ଅଙ୍ଗନବାଡି କର୍ମୀ କ ରୋନା ଲକ୍ଷଣ ବୋଲି ଅନୁମାନ କରି ସ୍ୱାସ୍ଥ୍ୟ କେନ୍ଦ୍ର କୁ ଅବଗତ କରାଉଛନ୍ତି ଉକ୍ତ ବ୍ୟକ୍ତି ଙ୍କ ପାଖରୁ ଡାକ୍ତର ମୋବାଇଲ ଟିମ ସ୍ୱାବ ସଂଗ୍ରହ କିପରି କରୁଛନ୍ତି ତାହା ପଚାରି ବୁଝିଥିଲେ।ଉକ୍ତ ବୈଠକରେ ବାଙ୍କୀ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଡକ୍ଟର ପ୍ରଭୁ କଲ୍ୟାଣ ଦାସ,

ଡମପଡା ବ୍ଲକ ସମନ୍ୱିତ ଶିଶୁ ଓ ମହିଳା ବିକାଶ ବିଭାଗ ର ସିଡିପିଓ ନିର୍ମଳା ପଣ୍ଡା , ମହିଳା କ୍ଷେତ୍ର ପରିଦର୍ଶିତା ,ଅଙ୍ଗନବାଡି ଓ ଆଶା କର୍ମୀ ଏହି ସମୀକ୍ଷା ବୈଠକରେ ଭାଗ ନେଇଥିଲେ।ସେହିପରି ଗତକାଲି ବାଙ୍କୀ ଉପଜିଲ୍ଲାପାଳ ଶ୍ରୀ ଜେନା ସୁବର୍ଣ୍ଣପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଗ୍ରସ୍ତ କରିସେଠାରେ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଅଧକ୍ଷ ଡାକ୍ତର ଅମରେଶ ସାହୁ ଙ୍କ ଠାରୁ ବାଙ୍କୀ ବ୍ଲକ ର ବର୍ତମାନ ସୁଦ୍ଧା କରୋନା ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ ଓ ସମୀକ୍ଷା ବୈଠକ କରିଥିଲେ ।ଉପଜିଲ୍ଲାପାଳ ଶ୍ରୀ ଜେନା ବାଙ୍କୀ ବ୍ଲକ ରେ ଥିବା ୨୦ ଗୋଟି ପଞ୍ଚାୟତରେ ଆଶା ଓ ଅଙ୍ଗନବାଡି କର୍ମୀ ଙ୍କ ଦ୍ୱାରା ଘରଘର ବୁଲି ଅକ୍ସି ମିଟର ଓ ଥର୍ମାଲ ସ୍କାନର ରେ ଲୋକମାନଙ୍କ କିପରି ସ୍ୱାସ୍ଥ୍ୟ ପରୀକ୍ଷା ହେଉଛି ତାହା ପଚାରି ବୁଝିଥିଲେ।ସ୍ୱାସ୍ଥ୍ୟ କେନ୍ଦ୍ର ରେ କିପରି ଟିକା କରଣ ହେଉଛି ତାହା ବୁଝିବା ସହ ଟିକା କରଣ କିପରି ଅଧିକ ରୁ ଅଧିକ କରାଯାଇପାରିବ ସେ ସମ୍ପର୍କରେ ଆଲୋଚନା କରିଥିଲେ ।ସ୍ୱାସ୍ଥ୍ୟ କେନ୍ଦ୍ର ଓ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନ ରେ ଥିବା ଉପ ସ୍ୱାସ୍ଥ୍ୟ କେନ୍ଦ୍ର ,ସ୍ୱାବ ସଂଗ୍ରହ ଶିବିର ରେ ଅଧିକ ରୁ ଅଧିକ ସ୍ୱାବ ସଂଗ୍ରହ କରାଯିବା ପାଇଁ ପରାମର୍ଶ ଦେଇଥିଲେ।
ସ୍ୱାବ ପରୀକ୍ଷା ରୁ ଚିହ୍ନଟ କରୋନା ଆକ୍ରାନ୍ତ ବ୍ୟକ୍ତି ଙ୍କୁ ହୋମ ଆଇସଲେସନରହିଲେ ମଧ୍ୟ ସେମାନଙ୍କ ପରିବାର ଲୋକଙ୍କ ସ୍ୱାବ ପରୀକ୍ଷା ସହ ଆକ୍ରାନ୍ତ ବ୍ୟକ୍ତି କିପରି ଔଷଧ ଖାଇବେ ସେ ସମ୍ପର୍କରେ ବୁଝେଇବା ପାଇଁ ଉପଜିଲ୍ଲାପାଳ ଶ୍ରୀ ଜେନା ଏହି ବୈଠକରେ ଆଲୋଚନା କରିଥିଲେ।ଯେପରି ହୋମ ଆଇସଲେସନ ରେ ଥିବା କୌଣସି ବ୍ୟକ୍ତି ଙ୍କ କରୋନା ରେ ମୃତ୍ୟୁ ନହେବ ସେଥିପାଇଁ ଆଶା, ଅଙ୍ଗନବାଡି କର୍ମୀ ଓ ଡାକ୍ତର ମାନେ ଗୁରୁତ୍ୱ ର ସହ ହୃଦୟଗମ କରିବା ଆବଶ୍ୟକ ଆକ୍ରାନ୍ତ ବ୍ୟକ୍ତି ଙ୍କ ପ୍ରତ୍ୟେକ ଦିନ ସ୍ୱାସ୍ଥ୍ୟ ସମ୍ପର୍କରେ ବୁଝିବା ପାଇଁ ଉପଜିଲ୍ଲାପାଳ ସମସ୍ତ ଙ୍କୁ ଅନୁରୋଧ କରିଥିଲେ।ଉକ୍ତ ବୈଠକରେ ବାଙ୍କୀ ତହସିଲଦାର ସତ୍ୟ ରଞ୍ଜନ ପଣ୍ଡା, ବାଙ୍କୀ ବ୍ଲକ ବିଡିଓ ପ୍ରଦୀପ କୁମାର ଶତପଥୀ, ସମନ୍ୱିତ ଶିଶୁ ଓ ମହିଳା ବିକାଶ ବିଭାଗ ର ପ୍ରତିନିଧି, ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ପୁରୁଷ ସ୍ୱାସ୍ଥ୍ୟ ସୁପରଭାଇଜର ମାନ ଭଞ୍ଜନ ଦଳେଇ, ଆଶା ଓ ଅଙ୍ଗନବାଡ଼ି କର୍ମୀ ଏହି ସମୀକ୍ଷା ବୈଠକରେ ଭାଗ ନେଇଥିଲେ।
ଏଥିସହ ଗତକାଲି ଅପରାହ୍ନ ରେ ବାଙ୍କୀ ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନା ଡମପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଗ୍ରସ୍ତ କରି ସେଠିକାର ଟିକା କରଣ କେନ୍ଦ୍ର ପରିଦର୍ଶନ କରି ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମିଳନୀ କକ୍ଷରେ ଡମପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର କରୋନା ସ୍ଥିତି ସମୀକ୍ଷା କରିଥିଲେ।ଡମପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ବିଶ୍ଵଜିତ ପଣ୍ଡା ଡମପଡା ବ୍ଲକ ର ୧୭ଗୋଟି ପଞ୍ଚାୟତ କୋଭିଡ ସ୍ଥିତି ସମ୍ପର୍କରେ ଆଲୋଚନା କରି ଆଶା ଓ ଅଙ୍ଗନବାଡି କର୍ମୀ କିପରି ଘର ଘର ବୁଲି ବିଭିନ୍ନ ବ୍ୟକ୍ତି ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି, କିପରି ଡମପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ସ୍ୱାବ ପରୀକ୍ଷା ଓ ଟିକା କରଣ କରାଯାଉଛି ଏବଂ କରୋନା ଆକ୍ରାନ୍ତ କିପରି ହୋମ ଆଇସଲେସନ ରେ ଅଛନ୍ତି ସେମାନଙ୍କ ସହ କିପରି ଡାକ୍ତର ଦୈନିକ କଥା ହୋଇ ଔଷଧ ପ୍ରଦାନ ଓ ସେମାନେ କିପରି ସୁସ୍ଥ ହେଉଛନ୍ତି ତାହାର ସବିଶେଷ ତଥ୍ୟ ପ୍ରଦାନ କରିଥିଲେ।ଏହି ସମୀକ୍ଷା ବୈଠକରେ ଡମପଡା ତହସିଲଦାର କ୍ଷୀତିସ ବେହେରା, ବିଡିଓ ଆର୍ତ୍ତବନ୍ଧୁ ଲେଙ୍କା, ସିଡିପିଓ ନିର୍ମଳା ପଣ୍ଡା ଓ ଡମପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଅପର୍ଣ୍ଣା ମହାପାତ୍ର ଅଂଶ ଗ୍ରହଣ କରିଥିଲେ। ବାଙ୍କୀ ଉପଖଣ୍ଡ କୁ କିପରି କରୋନା ମୁକ୍ତ କରାଯିବ ସେଥିନେଇ ଆଜିର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା ବୋଲି ବିଶେଷ ସୂତ୍ର ରୁ ପ୍ରକାଶ ।
No Result
View All Result