No Result
View All Result
ଓଡ଼ିଶା ତାଜା ନ୍ୟୁଜ (୩୦ ଜୁନ ବୁଧବାର ) ବାଙ୍କୀ :- ଡମପଡ଼ା ବ୍ଲକ ତାଳବସ୍ତ ପଞ୍ଚାୟତ ସାମନ୍ତରାପୁର ଗ୍ରାମର ସାମନ୍ତରାପୁର ଆଞ୍ଚଳିକ ମଞ୍ଚ ତରଫରୁ ଆଜି ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମଞ୍ଚର ସଭାନେତ୍ରୀ ଶ୍ରୀମତୀ ନୀଳମଣି ରଣା ତଥା ସମାଜସେବୀ ତଥା ଗୋଷ୍ଠୀ ସହାୟୀକା ଶ୍ରୀମତୀ ଆଲୋକ ରଶ୍ମୀ ସାମନ୍ତରାୟଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
କଟକ ଜିଲ୍ଲା ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ସୁରେଶ ଚନ୍ଦ୍ର ତ୍ରିପାଠୀ, ମୁଖ୍ୟ ଅତିଥି ଡମପଡ଼ା ବ୍ଲକ ଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ପାତ୍ର ଓ ରେଞ୍ଜର ଅଶୋକ ଦାଶ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ବୃକ୍ଷରୋପଣର ଉପକାରିତା ସମ୍ପର୍କରେ ମହିଳା ଓ ଗ୍ରାମବାସୀମାନଙ୍କୁ ସଚେତନତା କରାଇବା ସହିତ ବୃକ୍ଷରୋପଣ ପାଇଁ ମହିଳାମାନଙ୍କୁ ଉତ୍ସାହିତ କରିଥିଲେ । ଗ୍ରାମର ଆଇନଜୀବି ବିଶ୍ୱ ପ୍ରସାଦ ରଥ, ସତ୍ୟବାଦୀ ସାହୁ ଏବଂ ସ୍ୱୟଂସହାୟକ ଗୋଷ୍ଠୀର ମା’ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । (ରିପୋର୍ଟ ଗୌତମ ମିଶ୍ର )
No Result
View All Result