No Result
View All Result
ଓଡ଼ିଶା ତାଜା ନ୍ୟୁଜ (୩୦ ଜୁନ ବୁଧବାର ) ବାଙ୍କୀ :- ବାଙ୍କୀ ବ୍ଲକ କେନ୍ଦୁପଲ୍ଲୀ ପଞ୍ଚାୟତ ଠାରେ ସେବା ସମବାୟ ସମିତିର ନୂତନ ଗୃହ ବାଙ୍କୀ ର ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଭୂମି ପୂଜା କରି ଶୁଭ ପ୍ରଦାନ କରିଥିଲେ।ବହୁ ଦିନରୁ ଏଠାରେ ଏକ ସେବା ସମବାୟ ସମିତିର ନୂତନ ଗୃହ ର ଆବଶ୍ୟକତା ଥିଲା ଏହାକୁ ଅନୁଭଵ କରି ଆଜି ତାହାର ଶୁଭ ପ୍ରଦାନ କରାଯାଇଛି ବୋଲି ବିଧାୟକ ଶ୍ରୀ ତ୍ରିପାଠୀ ପ୍ରକାଶ କରିଥିଲେ।ଅନ୍ୟତମ ବିଶେଷ ଅତିଥି ଭାବେ ବାଙ୍କୀ ର ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇ କହିଥିଲେ ଏହି ସେବା ସମବାୟ ସମିତି ର ନୂତନ ଗୃହ ର ଭୂମି ପୂଜା ଆଜି ଅନୁଷ୍ଠିତ ହୋଇଛି ଖୁବ ଶୀଘ୍ର ନୂତନ ଗୃହ ନିର୍ମାଣ ହେବ ଯାହା ଏଠିକାର ପଞ୍ଜି କୃତ ଚାଷୀ ଙ୍କ ପାଇଁ ବହୁତ ସୁବିଧା ହୋଇପାରିବ ମଣ୍ଡି ର ନିୟନ୍ତ୍ରଣ ମଧ୍ୟ ଏଠାରେ ହୋଇ ପାରିବ ବୋଲି କହିଥିଲେ ।

କୋଭିଡ କଟକଣା ରେ ଏହି ଭୂମି ପୂଜା କାର୍ଯ୍ୟକ୍ରମ ରେ ଭାରପ୍ରାପ୍ତ ସହକାରୀ ନିବନ୍ଧକ ସମବାୟ ବିଭାଗ ଜ୍ୟୋତି ରଞ୍ଜନ ସେଠୀ, ବାଙ୍କୀ ବିଜେଡି ର ବରିଷ୍ଠ ନେତା ସୁବାସ ଚନ୍ଦ୍ର ପାଢ଼ୀ ,ଜଗନ୍ନାଥ ପୁର ସରପଞ୍ଚ ବିଜନ ସାହୁ,କେନ୍ଦୁପଲ୍ଲୀ ପୂର୍ବତନ ସରପଞ୍ଚ ପ୍ରଦୁନ୍ନ ସୁବୁଦ୍ଧି(କାଳୁ)ଙ୍କ ସମିତ ବହୁ ପଞ୍ଜି କୃତ ଚାଷୀ କୋଭିଡ କଟକଣା ରେ ଉପସ୍ଥିତ ଥିଲେ।କେନ୍ଦୁପଲ୍ଲୀ ସେବା ସମବାୟ ସମିତିର ସମ୍ପାଦକ ଧରଣୀ ଧର ନାୟକ ଏହି ଭୂମି ପୂଜା କାର୍ଯ୍ୟକ୍ରମ କୁ ପରିଚଳନା କରିଥିଲେ। (ରିପୋର୍ଟ ଗୌତମ ମିଶ୍ର )
No Result
View All Result