No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୯ ଜୁନ୍ ମଙ୍ଗଳବାର)ବାଙ୍କୀ :-ଅଗ୍ରଣୀ ସ୍ୱେଚ୍ଛାସେବୀ ସଙ୍ଗଠନ “ନେସ୍କୋ”ର ନେତୃତ୍ୱରେ ଢ଼ଁସର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ “ମହାପର୍ବତ” ଠାରେ ଏକ ପରିବେଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି । ଏହି ଅବସରରେ ପଶୁପକ୍ଷୀମାନଙ୍କର ଖାଦ୍ୟ ଅଭାବ ଦୂର କରିବା ଉଦ୍ଦେଶ୍ୟରେ ବିଭିନ୍ନ ଫଳ ମଞ୍ଜି ଯଥା ପିଜୁଳି, ବରକୋଳି, ଜାମୁ କୋଳି, ଜମ୍ବୁଲ କୋଳି, ବଉଳ କୋଳି, କଇଁଆ ମଞ୍ଜି, ଆମ୍ବ ଟାକୁଆ ଇତ୍ୟାଦି ଫୋପଡା ଯାଇଥିଲା । ବର୍ଷାର ଆଗମନରେ ମଞ୍ଜିରୁ ଗଛ ହୋଇ ମହାପର୍ବତକୁ ସବୁଜ ସୁନ୍ଦର ସବୁଜିମା ଭରା ପରିବେଶ ସୃଷ୍ଟି କରିବା ସହିତ ପଶୁପକ୍ଷୀମାନଙ୍କର ଖାଦ୍ୟ ଅଭାବ ଦୂର ହୋଇ ପାରିବ ବୋଲି ଅନୁଷ୍ଠାନ ଲକ୍ଷ୍ୟ ରଖିଛି ।
ଆଜି ଏହି କାର୍ଯ୍ୟକ୍ରମକୁ “ନେସ୍କୋ”ର ସମ୍ପାଦକ ତଥା “ପ୍ରକୃତି ବନ୍ଧୁ” ବଳରାମ ପାଇକରାୟ କୋଷାଧ୍ୟକ୍ଷ ବସନ୍ତ କୁମାର ରାଉତ, ଉପଦେଷ୍ଟା ତଥା ସବୁଜ ବାହିନୀର ସଭାପତି ସୁରେନ୍ଦ୍ର କୁମାର ପଣ୍ଡା ପ୍ରମୁଖ ପରିଚାଳନା କରିଥିବା ବେଳେ ସି.ଆର.ସି.ସି ତପନ କୁମାର ରାମ,ତୁଳସୀପୁରର ସମାଜସେବୀ ଭ୍ରମରବର ରାଉତ, ସବୁଜ ବାହିନୀର ସଭ୍ୟ ସୁରେଶ କୁମାର ରାଉତ ଓ କିଶନ କୁମାର ଦାଶ ପ୍ରମୁଖ ସହଯୋଗ କରିଥିଲେ । ସାମ୍ପ୍ରତିକ ପରିସ୍ଥିତିରେ ଏଭଳି ଅଭିନବ ଉପାୟରେ ପରିବେଶ ସୃଷ୍ଟି ଓ ସଚେତନତା କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଅଧ୍ୟକ୍ଷ ଉମାକାନ୍ତ ପଣ୍ଡା ଓ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀମାନେ ପ୍ରଶଂସା କରିଛନ୍ତି । ରିପୋର୍ଟ ଗୌତମ ମିଶ୍ର।
No Result
View All Result