No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୭ ଜୁନ୍ ରବିବାର) ବାଙ୍କୀ :- କରୋନା ସଂକ୍ରମଣ କୁ ରୋକ ଲଗାଇବା ପାଇଁ ରାଜ୍ୟ ସରକାର ୨ବର୍ଷ ହେବ ବିଦ୍ୟାଳୟ ବନ୍ଦ କରିସାରିଲେଣି।ଯାହାର ସିଧା ପ୍ରଭାବ ପଡୁଛି ଛାତ୍ର ଛାତ୍ରୀ ଙ୍କ ଉପରେ।ଅଧିକାଂଶ ପାଠ ବନ୍ଦ କରିଲେଣି ଯାହା ବିଭିନ୍ନ ସଂସ୍ଥା ଦ୍ୱାରା ସର୍ଭେ ରୁ ଜାଣିବାକୁ ମିଳୁଛି। ବିଦ୍ୟାଳୟ ସ୍ୱାଭାବିକ ଭାବେ ଚାଲୁଥିବା ବେଳେ ଆମ ଶିକ୍ଷା ବ୍ୟବସ୍ଥା ଅତି ନିମ୍ନ ମାନର ଥିଲା ମିଶନ ଜିରୋ ଏଫ ମାଧ୍ୟମରେ ୧୦ମ ଶ୍ରେଣୀ ର ସମସ୍ତ ପିଲାଙ୍କୁ ପାସ ପାଇଁ କଟକ ଜିଲ୍ଲାପାଳ ସ୍ୱପ୍ନ ଦେଖି ୨ବର୍ଷ ତଳେ କାର୍ଯ୍ୟକାରୀ କରିଥିଲେ।ମାତ୍ର ସେଥିରେ ବି କିଛି ଅତି ନିମ୍ନ ନମ୍ବର ରଖିଥିବା ବେଳେ ବିଭିନ୍ନ ମହାବିଦ୍ୟାଳୟ ରେ ଆଡମିଶନ କଷ୍ଟ ହୋଇଥିଲା।ଅଧିକାଂଶ ପଢ଼ା ଛାଡି ଘରେ ବସିରହିଲେ ଏଥି ପାଇଁ ଆମ ଶିକ୍ଷା ବ୍ୟବସ୍ଥା ଓ ବିଦ୍ୟାଳୟ ରେ ଶିକ୍ଷକ ଓ ଶିକ୍ଷତ୍ରି ଙ୍କ ଆନ୍ତରିକତା ଅଭାବ।ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ବିଦ୍ୟାଳୟ କୁ ପିଲା ଆସି ପାଠ ପଢ଼ାଇବା ପାଇଁ ବିଭିନ୍ନ ଆକର୍ଷଣ ଯୋଜନା କରିଛନ୍ତି ଯଥା ମଧ୍ୟାହ୍ନ ଭୋଜନ, ଜୋତା ମୋଜା, ଖାତା ବହି, ବିଦ୍ୟାଳୟ ପୋଷାକ ଯୋଗେଇ ଦେଲେ ବି ପିଲା ମାନେ ବିଦ୍ୟାଳୟ ପ୍ରତି ଆକର୍ଷିତ ନଥିବା ଦୃଷ୍ଟି ଗୋଚର ହେଉଛି।ବର୍ତ୍ତମାନ କରୋନା
ସମୟରେ ତାଲା ବନ୍ଦ ଯୋଗୁଁ ରାଜ୍ୟ ସରକାର ଙ୍କ ଶିକ୍ଷା ବିଭାଗ ଅନଲାଇନ ରେ ଗତ ବର୍ଷ ଠାରୁ ପାଠ ପଢ଼ାଉ ଛନ୍ତି।ମାତ୍ର ସରକାର ଓଡ଼ିଶା କୁ ବିକଶିତ ରାଜ୍ୟ ଭାବି ଏହି ଯୋଜନା କରୁଛନ୍ତି କି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ବାଙ୍କୀ ନିର୍ବାଚନ ମଣ୍ଡଳୀ ର ଲୋକେ କରୋନା ରେ ସେମାନଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଛି।କରୋନା ସହ ବାତ୍ୟା ସହ ନଦୀ ବଢି ବାଙ୍କୀ ର କୃଷକ , ଶ୍ରମିକଓ ବିଭିନ୍ନ ବର୍ଗର ଲୋକଙ୍କ ଅର୍ଥନୀତି କୁ ଦୋହଲେଇ ଦେଇଛି।ସମାନେ ସେମାନଙ୍କ ପିଲାଙ୍କୁ ଏଣିକି କିପରି ପାଠ ପଢେଇବେ ତାହା ପ୍ରଶ୍ନ ବାଚି ସୃଷ୍ଟି କରିଛି।ସରକାର ଙ୍କ ଅଜବ ନୀତି ଅନଲାଇନ ରେ ପାଠ ପଢା ବାଙ୍କୀ ରେ ଅଧିକାଂଶ ଛାତ୍ର ଛାତ୍ରୀ ଙ୍କ ସ୍ମାର୍ଟ ଫୋନ ନାହିଁ, ଅଧିକାଂଶ ସ୍ଥାନରେ ଇନଟରନେଟ ସୁବିଧା ନାହିଁ, ବାଙ୍କୀ ରେ ବିଦୁତ ସମସ୍ୟା ନକହିଲେ ଭଲ ଏସବୁ ଭିତରେ ଫୋନ ନଥିବା ବିଦ୍ୟାର୍ଥି କିପରି ଅନଲାଇନ ରେ ପାଠ ପଢିବ।ରାଜ୍ୟ ସରକାର ନିଜର ବାଃ ବାଃ ନେବା ପାଇଁ କିଛି ଦିନ ତଳେ ଇଉଟୁଭ ମାଧ୍ୟମରେ ୧ମ ରୁ ୧୦ଶ୍ରେଣୀ ର ବିଦ୍ୟାର୍ଥି ଙ୍କୁ ପାଠ ପଢ଼ାଯିବ ବୋଲି ଘଷଣା କରାଯାଇଛି
ମାତ୍ର ବିନା ସ୍ମାର୍ଟ ଫୋନ ବିନା ଇଣ୍ଟରନେଟ ରେ କିପରି ଏହା ସମ୍ଭବ ବାଙ୍କୀ ର ବହୁ ଅଞ୍ଚଳରେ ଆଜି ବି ଲୋକେ ଅନେକ ଅସୁବିଧା ରେ ଅଛନ୍ତି ଓଲିଏ ଖାଇଲେ ଓଳିଏ ଉପାସ କରୋନା ର ତାଲା ବନ୍ଦ ଯୋଗୁଁ ସେମାନଙ୍କ ରୋଜଗାର ଠପ ଏପରି ପରିସ୍ଥିତି ରେ ରାଜ୍ୟ ସରକାର ଙ୍କ ନୂତନ ପ୍ରଣାଳୀରେ ଇଉଟୁଭ ମାଧ୍ୟମରେ ଶିକ୍ଷା ଦାନ ଦ୍ବାରା ସରକାର ପ୍ରତ୍ୟକ୍ଷ ଭାବେ ବହୁତ ବିଦ୍ୟାର୍ଥି ଙ୍କୁ ମୂର୍ଖ କରିବା ପାଇଁ ଦାୟୀ ବୋଲି ବାଙ୍କୀ ର ବିଜେପି ବିଧାୟକ ପ୍ରାଥି ଶୁଭ୍ରାଂଶୁ ମୋହନ ପ୍ରକାଶ କରିଛନ୍ତି ଏଥିସହ ରାଜ୍ୟ ସରକାର ସମସ୍ତ ଙ୍କୁ ସ୍ମାର୍ଟ ଫୋନ ଓ ସମସ୍ତ ସ୍ତାନରେ ଇଣ୍ଟରନେଟ ର ସୁବିଧା ଉପଲବ୍ଧ କରିବା ସହ ଯଦି ବିଦ୍ୟାର୍ଥି ଙ୍କୁ ତାହାର ତାଲିମ ଦିଆଯାଏ ତେବେ ଏହା ସଫଳ ହେବ ନହଲେ ଏହା ଶସ୍ତା ରାଜନୀତି ବୋଲି ଶ୍ରୀ ପାଢ଼ୀ ପ୍ରକାଶ କରିଛନ୍ତି। ରିପୋର୍ଟ ଗୌତମ ମିଶ୍ର
No Result
View All Result