No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୩ ଜୁନ୍ ବୁଧବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ଯୁବ କଂଗ୍ରେସର ଜଣେ ଟାଣୁଆ ଯୁବ ନେତା ସ୍ୱର୍ଗତ ଗୌତମ ପଣ୍ଡା ( ବାପି )ଙ୍କ ବିୟୋଗରେ ୧୪ତମ ଦିନରେ ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଠାରେ ଯୁବ କଂଗ୍ରେସ ପକ୍ଷରୁ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଜିଲ୍ଲା ରେଡକ୍ରସର କର୍ମକର୍ତ୍ତା ଏଥିରେ ଉପସ୍ଥିତ ରହି ୩୨ ୟୁନିଟ ରକ୍ତ ସଂଗ୍ରହ କରିଥିଲେ । ରକ୍ତଦାନ କରିଥିବା ସ୍ୱେଚ୍ଛାସେବୀଙ୍କୁ ଉତ୍ସାହିତ କରିବା ପାଇଁ ବିଭିନ୍ନ ପୃଷ୍ଟିକର ଖାଦ୍ୟ ଦିଆଯାଇଥିଲା । ଯୁବ କଂଗ୍ରେସର ଏହି ରକ୍ତଦାନ ଶିବିର ଆୟୋଜନ କରି ଜନସେବାକୁ ପ୍ରାଧାନ୍ୟ ଦିଆଯାଉଛି

ବୋଲି ଏହି ଅବସରରେ ଜିଲ୍ଲା ଯୁବ କଂଗ୍ରେସ ସଭାପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି । ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଭି.ଚନ୍ଦ୍ରଶେଖର ନାଇଡୁ ପୃଷ୍ଠପୋଷକତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ ସଭାପତି ତଥା ମୋହନା ବିଧାୟକ ଦାଶରଥି ଗମାଙ୍ଗ, ଟାଉନ୍ କଂଗ୍ରେସ ସଭାପତି ବସନ୍ତ ପଣ୍ଡାଙ୍କ ସମେତ ପ୍ରବୀଣ ଲିମା, ସୁମିତ ପାତ୍ର, ବିବେକାନ୍ଦ ଶବର, ସନ୍ତୋଷ ନାୟକ, ଶଙ୍କର ଗୌଡ, ମଣ୍ଟୁ ପାଣି ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଜିଲ୍ଲା ଯୁବ କଂଗ୍ରେସ ସଭାପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ( ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )
No Result
View All Result