No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୩ ଜୁନ୍ ବୁଧବାର) ଭୁବନେଶ୍ୱର :- ପ୍ରଥମେ ସେ ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସର କାର୍ଯ୍ୟନିର୍ବାହୀ ସଭାପତି ଥିଲେ । ତାପରେ ତାଙ୍କୁ ଓଡିଶା ପ୍ରଦେଶ ମହିଳା କଂଗ୍ରେସର କାର୍ଯ୍ୟକାରୀ ସଭାପତି ଦାୟିତ୍ବ ଦିଆଯାଇଥିଲା । ତେବେ ଶେଷରେ ତାଙ୍କୁ ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସର ସଭାପତି ଦାୟିତ୍ବ ଦିଆଯାଇଛି ।

ଏ ନେଇ ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଓଡ଼ିଶା ସମେତ ହରିୟାଣା ଓ ହିମାଚଳ ପ୍ରଦେଶ ମହିଳା କଂଗ୍ରେସ କମିଟି ପାଇଁ ନୂଆ ସଭାପତି ନିଯୁକ୍ତ କରାଯାଇଛି । ମରିନା କେଙ୍ଗଲାଙ୍ଗଙ୍କୁ ଅରୁଣାଚଳ ପ୍ରଦେଶ ଓ ସୁଧା ଭରଦ୍ବାଜଙ୍କୁ ହରିୟାଣା ମହିଳା କଂଗ୍ରେସର ସଭାପତି ଭାବେ ନିଯୁକ୍ତ କରାଯାଇଛି ।
No Result
View All Result