No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୦ ଜୁନ୍ ,ରବିବାର ) ଭୁବନେଶ୍ୱର :- କରୋନା ସହ ଗତ ମେ’ ମାସରୁ ସଂଘର୍ଷ କରି କରି ଶନିବାର ରାତି ୧୧ଟା ୧୫ ବେଳକୁ ସେ ସବୁଦିନ ପାଇଁ ଆଖି ବୁଜିଦେଲେ । ତାଙ୍କ ବିୟୋଗରେ ସାରା ଓଡ଼ିଶାବାସୀଙ୍କ ସମେତ ସମଗ୍ର କଳା ଜଗତ ଓ ବିଭିନ ମହଲରେ ଶୋକ ଖେଳି ଗଲାଣି । କରୋନାରେ ଆକ୍ରାନ୍ତ ହୋଇ ଗତ କିଛିଦିନ ହେବ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍ରେ ଚିକିତ୍ସିତ ହେଉଥିଲେ । ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଥିଲା । ତାଙ୍କର ଅକ୍ସିଜେନ୍ ଲେବୁଲ୍ ମଧ୍ୟ କମି ଯାଇଥିଲା । ତାଙ୍କୁ ଆଇସିୟୁରେ ରଖାଯାଇ ଚିକିତ୍ସା ଜାରି ରହିଥିଲା । ହେଲେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।
ସୂଚନାଯୋଗ୍ୟ, ଗତ ୨୮ ଦିନ ହେଲା ସେ ମହାମାରୀ କରୋନାରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ । ପ୍ରଥମେ ଗୋଟିଏ ହସ୍ପିଟାଲ୍ରେ ୬ଦିନ ଚିକିତ୍ସା ହେବା ପରେ ଆଉ ଏକ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଥିଲା । ସେ ଗୁରୁତର ହୋଇପଡ଼ିଥିବା ଖବର ଆସିବା ପରେ କଳାକାରମାନେ ତାଙ୍କ ଆଶୁ ଆରୋଗ୍ୟ କାମନା କରି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଥିଲେ ।ଅନ୍ୟପକ୍ଷରେ ତପୁଙ୍କ ଚିକିତ୍ସା ପାଇଁ ସମସ୍ତ କଳାକାର ସହଯୋଗର ହାତ ବଢ଼ାଇଥିଲେ ।ସେହିପରି ପ୍ରବାସୀ ଓଡ଼ିଆମାନେ ମଧ୍ୟ ତପୁଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥିଲେ । (ଅଶୃଳ ଶ୍ରଦ୍ଧାଞ୍ଜଳି ,ସକାଳ ସାଥୀ)
No Result
View All Result