No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୯ ଜୁନ୍ ଶନିବାର ) ପାଟଣାଗଡ଼ :- ବହୁ ଚର୍ଚ୍ଚିତ ଏକ ହତ୍ୟା ମାମଲାରେ ୩ ଅଭିଯୁକ୍ତ ଦୀର୍ଘ ଦୁଇ ବର୍ଷ ପରେ ଗିରଫ ହୋଇଥିବା ପାଟଣାଗଡ଼ ଏସଡିଏମଓ ଜ୍ୟୋତିର୍ମୟ ଭୁକ୍ତା ଏକ ପ୍ରେସ ବିବୃତିରେ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଏକ ଲୋମହର୍ଷଣକାରୀ ଘଟଣା ରେ ଗୁଣିଗାରେଡ଼ି ସନ୍ଦେହରେ ଚିଟିକାମାଲ ଗ୍ରାମ ର ଦୁଇ ପତିପତ୍ନୀ ଚିନ୍ତାମଣି ବରିହା ( ୫୫) ରୁକ୍ମଣୀ ବରିହା (୫୦) ଙ୍କୁ ନୃଶଂସ ଭାବେ ହତ୍ୟା କରି ଫିଙ୍ଗି ଦିଆଯାଇଥିଲା ଚିତାଡୁଙ୍ଗୁରୀ ରେ । ଏହି ଘଟଣା ସାରା ରାଜ୍ୟରେ ସେତେବେଳେ ଚହଳ ସୃଷ୍ଟି କରିଥିଲା । ସୂଚନା ଅନୁସାରେ ଗତ ୧୬ ସେପ୍ଟେମ୍ବର ୨୦୧୯ ରେ ଲରମ୍ଭା ଥାନା ଅଧୀନସ୍ଥ ଗୈାଡପାଲି ଗ୍ରାମ ର ଗ୍ରାମରକ୍ଷୀ ସୁରେନ୍ଦ୍ର ମହାନନ୍ଦ ଲରମ୍ଭା
ଥାନା ରେ ଏ ସଂକ୍ରାନ୍ତରେ ଅଭିଯୋଗ କରିଥିଲେ ଏବଂ ୧୮ ସେପ୍ଟେମ୍ବର ୨୦୧୯ ରେ ତତ୍ କାଳୀନ ଲରମ୍ଭା ଥାନା ଆଇଆଇସି ବିନୋଦ ବିହାରୀ ନାୟକ ଏହି ଘଟଣା ରେ ସଂପୃକ୍ତ ଥିବା ଅଭିଯୁକ୍ତ ନାରାୟଣ ବରିହା,ସ୍ଵରୁପା ଘିଭେଲା , ଗୈାରାଙ୍ଗ ପୋଢ , ଏବଂ କୃଷ୍ଣ ବରିହା ଓରଫ ଝାଙ୍କର ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ତେବେ ଏହି ଘଟଣା ରେ ଆହୁରି ୩ ଜଣ ଅଭିଯୁକ୍ତ ଙ୍କ ସଂପୃକ୍ତି ଥିବା ଅନୁସନ୍ଧାନ ରୁ ଜଣାପଡିବା ପରେ ଅଭିଯୁକ୍ତ କଲାର ସିଂ ମହାନନ୍ଦ , ଲକ୍ଷ୍ମଣ ମହାନନ୍ଦ ଓ ସତ୍ୟରାଉତ କୁ ଚିଟିକାମାଲ୍ ଗାଁ ରୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଥିବା ଏସ୍ ଡିପିଓ ଶ୍ରୀ ଭୁକ୍ତା ସୂଚନା ଦେଇଛନ୍ତି । (ପାଟଣାଗଡ଼/ ଗୋରେଖନାଥ ବରିହା)
No Result
View All Result