No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୫ ଜୁନ ମଙ୍ଗଳବାର) ବାଙ୍କୀ :- କରୋନାକୁ ସାମାଜିକ ସଂକ୍ରମଣରୁ ରକ୍ଷା କରିବା ପାଇଁ ସମଗ୍ର ରାଜ୍ୟରେ ତାଳବନ୍ଦ ହୋଇଛି। ମନ୍ଦିର ମାନଙ୍କରେ ସାଧାରଣ ଦର୍ଶନ ବାରଣ ହୋଇଛି । ବାଙ୍କୀରେ ସମସ୍ତ ମନ୍ଦିର ରେ ସରକାର ନିୟମ ଅନୁଯାଇ ସାଧାରଣ ଦର୍ଶନ ପାଇଁ ବନ୍ଦ କରାଯାଇଛି । କେବଳ ସେବାୟତ ଓ ପୂଜାରେ ନିୟୋଜିତ ଥିବା ଭକ୍ତ ମାନଙ୍କ ଛଡା କାହାକୁ ମନ୍ଦିର ଭିତରକୁ ପ୍ରବେଶ କରାଯାଉନାହିଁ । ସେବାୟତମାନେ ଶାରୀରିକ ଦୂରତାକୁ ମାନି ମନ୍ଦିରରେ ପୂଜାର୍ଚ୍ଚାନ କରୁଛନ୍ତି ।

ଆଜି ଦେବଦେବ ମହାଦେବଙ୍କ ବିବାହ ଉତ୍ସବ । ବିଭିନ୍ନ ଶିବାଳୟରେ ସାମାଜିକ ଦୂରତା ରକ୍ଷା କରି କାଁ ଭାଁ ସେବାୟତମାନଙ୍କ ଦ୍ୱାରା ଦେବଦେବଙ୍କ ବିବାହ ମାତା ପାର୍ବତୀଙ୍କ ସହ ବୈଦେଇକ ରୀତି ରେ ବିବାହ ଅନୁଷ୍ଠିତ ହୋଇଯାଇଛି । ବାଙ୍କୀର ପ୍ରମୁଖ ଶିବାଳୟ ପ୍ରଭୁ ସିଂହନାଥ,ଅଖଣ୍ଡେଶ୍ୱର, ଐଶ୍ୱନେଶ୍ୱର , ଜଳେଶ୍ୱର, ସିଦ୍ଧେଶ୍ୱର ଙ୍କ ମନ୍ଦିରରେ ପୂଜାର୍ଚ୍ଚନା ସେବାୟତଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି । ଶିବଭକ୍ତମାନେ ନିଜ ନିଜ ଘରେ ଦେବଦେବ ମହାଦେବଙ୍କୁ ପୂଜାର୍ଚ୍ଚନା କରି ବିଶ୍ୱରୁ କରୋନା ମୁକ୍ତିପାଇଁ ପ୍ରାର୍ଥନା କରିଥିଲେ (ରିପୋର୍ଟ :ଗୌତମ ମିଶ୍ର )
No Result
View All Result