No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୨ ଜୁନ୍ ,ଶନିବାର ) ପାଟଣାଗଡ଼ :- ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲାପଡା ବ୍ଳକ ଖଲିପଥର ପଞ୍ଚାୟତ ତେନ୍ତୁଳି ମୁଣ୍ଡା ଗ୍ରାମ ର ଈଶ୍ଵର ସୁନା ଙ୍କ ପୁଅ ରାଘବ ସୁନା ବୟସ (୭) । ରାଘବ ଦୀର୍ଘ ୫ ବର୍ଷ ହେବ କିଡନୀ ରୋଗରେ ପୀଡିତ ହୋଇଛନ୍ତି । ଈଶ୍ଵର ଜଣେ ଦିନ ମଜୁରୀଆ ହୋଇଥିବା ରୁ ନିଜ ପୁଅ ଙ୍କ ଚିକିତ୍ସା ପାଇଁ ଜମି ବାଡ଼ି ବିକିବା ସହ ଧାର କରଜ କରି ଚିକିତ୍ସା କରୁଥିଲେ ମଧ୍ୟ ରାଘବ ଭଲ ହୋଇନାହିଁ । ଏନେଇ ସେବା ଚେରି ଟେବୁଲ୍ ଟ୍ରଷ୍ଟ ର ହସ୍ତକ୍ଷେପ ପରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଙ୍କୁ ଜଣାଇଥିବା ।
ଖବର ପାଇଁ ସ୍ବାସ୍ଥ୍ୟ ବିଭାଗ ପହଞ୍ଚି ରାଘବ ଙ୍କୁ ପାଟଣାଗଡ଼ ଉପଖଣ୍ଡ ଡ଼ାକ୍ତରଖାନା ଆଣି ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଉଚ୍ଚ ଚିକିତ୍ସା ପାଇଁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି । ରାଘବ ଙ୍କ ଚିକିତ୍ସା ପାଇଁ ସମସ୍ତ ପ୍ରକାର ସରକାରୀ ସୁବିଧା ସୁଯୋଗ ଦିଆଯିବ ବୋଲି ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ରାଘବ ଙ୍କ ଚିକିତ୍ସା ପାଇଁ ହସ୍ତକ୍ଷେପ କରିଥିବାରୁ ସ୍ବାସ୍ଥ୍ୟ ବିଭାଗ ପାଟଣାଗଡ଼ ଓ ବଲାଙ୍ଗୀର ଙ୍କ ଡାକ୍ତର ମନୋଜ କୁମାର ଆଚାର୍ଯ୍ୟ ଙ୍କୁ ସେବା ଚେରି ଟେବୁଲ୍ ଟ୍ରଷ୍ଟ ପକ୍ଷରୁ ସାଧୁବାଦ ଜଣାଇଛନ୍ତି । ପାଟଣାଗଡ଼ ( ଗୋରେଖନାଥ ବରିହା )
No Result
View All Result