CHANDESWAR MANDIR – RANPUR
ଓଡ଼ିଶା ତାଜା ନ୍ୟୁଜ୍ (୦୯ ଜୁନ୍ , ବୁଧବାର ) ଚାନ୍ଦପୁର ଓ ରଣପୁର /ଅଭିମନ୍ୟୁ ରିପୋର୍ଟ :- କରୋନା ଭଳି ମହାମାରୀ ରେ ସାରା ବିଶ୍ୱ ଲଢେଇ କରୁଛି । ଯାହାପାଇଁ ପରମ୍ପରା , ରୀତି ନୀତି , ଯଜ୍ଞ , ବିବାହ ଉତ୍ସବ ଇତ୍ୟାଦି ରେ ଲାଗିଛି କଟକଣା । ସଂକ୍ରମଣର ପ୍ରକୋପ ସବୁ ରାଜ୍ୟରେ ମଧ୍ୟ ଦେଖିବାକୁ ମିଳିଛି ।

ଓଡ଼ିଶାର ପର୍ବ ପର୍ବାଣି ବଳି ପଡି ଯାଉଛି କରୋନା ବିଭୀଷିକା ରେ । ଆଜି ସାବିତ୍ରୀ ବ୍ରତ , ଘରେ ଘରେ ସଧବା ନାରୀ ମାନେ ପତି ମାନଙ୍କ ଲମ୍ବା ଆୟୁଷ କାମନା କରି ଏହି ବ୍ରତ ପାଳନ କରିଥାନ୍ତି ।

ହେଲେ ଚଳିତ ବର୍ଷ କରୋନା କଟକଣା ମଧ୍ୟରେ ପାଳିତ ହୋଇଯାଇଛି ସାବିତ୍ରୀ ବ୍ରତ । ବଜାର ଘାଟ ଶୂନ ଶାନ ଥିବା ଦେଖିବାକୁ ମିଳିଛି । ସେହିପରି ରଣପୁର ବ୍ଲକ ର ରଣପୁର ଏବଂ ଚାନ୍ଦପୁର ଅଞ୍ଚଳରେ ଏହାର ପ୍ରଭାବ ପଡିଛି । ସ୍ଥାନୀୟ ପୋଲିସ ପ୍ରଶାସନ ତରଫରୁ କଡା ବ୍ୟବସ୍ଥା କରାଯାଇଛି ।
CHANDPUR

ସମସ୍ତ ଦେବାଳୟ ଗୁଡିକ ରେ ଶାନ୍ତି ଶୃଙ୍ଖଳା ର ସହ କୋଭିଡ ଗାଇଡ଼ ଲାଇନ ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା । ଲୋକଙ୍କ ଗହଳି କୁ ସମ୍ପୂର୍ଣ୍ଣ ବାରଣ କରାଯିବା ସହ ସୁରୁଖୁରୁରେ ପୂଜା ସମାପନ ନିମନ୍ତେ ଯଥା କଥିତ ବ୍ରାହ୍ମଣ ନିୟୋଜିତ କରାଯାଇଛି ।

ଏହା ଛଡା ଚାନ୍ଦପୁର ପୋଲିସ ରଶ୍ମି ରଞ୍ଜନ ଦାଶ ବଜାର ଘାଟ ରେ କେତେକ ଫଳଦୋକାନ କୁ ଛାଡି ଅନ୍ୟାନ୍ୟ ଦୋକାନ ବଜାର କୁ ବନ୍ଦ ରଖିବା ସହ ବଜାରରେ ଲୋକଙ୍କ ଭିଡ଼ କୁ ବାରଣ କରିଛନ୍ତି । ତା ଛଡା ଚାନ୍ଦପୁର ଭଳି ରଣପୁର ରେ ଜ୍ୟୋତି ପ୍ରକାଶ ପଣ୍ଡା ଙ୍କ ନେତୃତ୍ୱରେ ପୋଲିସ କର୍ମଚାରୀ ଦ୍ୱାରା କଡା ନିୟମ ଗ୍ରହଣ କରାଯାଇଛି ।















