No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ନେଉଜ ମହାପ୍ରଭାଵ
ଓଡ଼ିଶା ତାଜା ନ୍ୟୁଜ୍ ରେ ଖବର ପ୍ରକାଶ ପରେ ବାଙ୍କୀ ତହସିଲ ନିଦ ଭାଙ୍ଗିଗଲା, ରାଜସ୍ୱ ରଥ ମାଧ୍ୟମ ରେ ହିତାଧିକାରୀଙ୍କ ଘରେ ଘରେ ପହଞ୍ଚି ପଟା ଓ ଜାତି ଗତ ପ୍ରମାଣ ପତ୍ର ବଣ୍ଟନ
ଓଡ଼ିଶା ତାଜା ନ୍ୟୁଜ୍ (୦୯ ଜୁନ ବୁଧବାର ) ବାଙ୍କୀ :- ବାଙ୍କୀ ତହସିଲଦାର ସତ୍ୟ ରଞ୍ଜନ ପଣ୍ଡା ଙ୍କ ଅନୁପସ୍ତିତ ରେ ବାଙ୍କୀ ଅତିରିକ୍ତ ତହସିଲଦାର ନୀଳ ମାଧବ ମହାନ୍ତି ବାଙ୍କୀ ତହସିଲ ରେ ବିଭିନ୍ନ ଗ୍ରାମ କୁ ରାଜସ୍ୱ ରଥ ରେ ଗ୍ରସ୍ତ କରି ୧୫ରୁ ଅଧିକ ହିତାଧିକାରୀ ଙ୍କୁ ପଟା ବଣ୍ଟନ କରିଛନ୍ତି।କରୋନା ସମୟ ଜନସାଧାରଣ ଙ୍କୁ ତହସିଲ ଅଫିସ କୁ ଆସିବା କଟକଣା ଅନଲାଇନ ମାଧ୍ୟରେ ଲୋକେ ଆବେଦନ କରିଛନ୍ତି ।

ହିତାଧିକାରୀ ମାନେ କରୋନା ସଂକ୍ରମଣ ର ଶିକାର ହେବେନାହିଁ ଓ ତାଲା ବନ୍ଦ ରେ ଯେପରି କୌଣସି ହିତାଧିକାରୀ ତହସିଲ ସେବା ରୁ ବଞ୍ଚିତ ହେବେ ନାହିଁ ସେ ଉଦ୍ୟଶରେ ରାଜ୍ୟ ସରକାର ଙ୍କ ନିର୍ଦେଶ ରେ ରାଜ୍ୟ ର ସମସ୍ତ ତହସିଲ ରେ ରାଜସ୍ୱ ରଥ ଗାଁ ଗାଁ ବୁଲି ହିତାଧିକାରୀଙ୍କ ଘରେ ପହଞ୍ଚି ପଟା, ଜାତିଗତ ପ୍ରମାଣ ପତ୍ର ଯୋଗାଇବା ପାଇଁ ନିୟମ କରିଥିଲେ ।

ବାଙ୍କୀ ତହସିଲ ରେ ଏହି ସେବା କିଛି ଦିନ ପୂର୍ବରୁ ଆରମ୍ଭ ହୋଇ କୋମା ରେ ଥିଲା ଓଡ଼ିଶା ତାଜା ନ୍ୟୁଜ୍ ରେ ହିତାଧିକାରୀ ସେବା ପାଉନଥିବା ଖବର ପ୍ରକାଶ ପାଇବା ପରେ ପୁଣି ଜାଗ୍ରତ ହୋଇପଡିଛି ବାଙ୍କୀ ତହସିଲ।ଆଜି ବାଙ୍କୀ ରେ ରାଜସ୍ୱ ରଥ ପୁନର୍ବାର ଗଡେଇ ଅତିରିକ୍ତ ତହସିଲଦାର ଶ୍ରୀ ମହାନ୍ତି ୧୫ ହିତାଧିକାରୀ ଙ୍କୁ ପଟା ଓ କିଛି ଲୋକଙ୍କୁ ଜାତିଗତ ପ୍ରମାଣ ପତ୍ର ପ୍ରଦାନ କରିଥିଲେ।ଏହି ବଣ୍ଟନ କାର୍ଯ୍ୟକ୍ରମ ରେ ବରିଷ୍ଠ ତହସିଲ କର୍ମଚାରୀ କେଳୁ ଚରଣ ରଣା ଓ ଆରାଇ ଶ୍ୟାମଳେନ୍ଦୁ ସାହୁ ଶ୍ରୀ ମହାନ୍ତି ଙ୍କୁ ସହଯୋଗ କରିଥିଲେ। (ରିପୋର୍ଟ : ଗୌତମ ମିଶ୍ର )
No Result
View All Result