No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୯ ଜୁନ ବୁଧବାର ) ବାଙ୍କୀ :- ଓଡ଼ିଶାର ଅଗ୍ରଣୀ ପରିବେଶ ଓ ସାମାଜିକ ଅନୁଷ୍ଠାନ ଅସ୍ତିତ୍ବ ପକ୍ଷରୁ ବିଶ୍ୱ ପରିବେଶ ସପ୍ତାହ ଓ ବିଶ୍ୱ ସମୁଦ୍ର ଦିବସ ଉପଲକ୍ଷେ ବାଙ୍କୀ ର ବିଭିନ୍ନ ଅଞ୍ଚଳ ବେଦପୁର, ତାଳବସ୍ତ,ଦୋଳଣା ପୁର ଓ ଜାତମୁଣ୍ଡିଆ ଠାରେ ବୃକ୍ଷ ରୋପଣ କରାଯାଇଥିଲା।ଅନୁଷ୍ଠାନ ର ସମ୍ପାଦକ ପକୃତିବନ୍ଧୁ, ସାମାଜିକ କର୍ମୀ ତଥା ସାମ୍ବାଦିକ ଗୌତମ ମିଶ୍ର ଆମ୍ବ,କଦମ୍ବ, ଲିମ୍ବ,ଅର୍ଜ୍ଜୁନ ଓ ଜାମୁ ବୃକ୍ଷ କୋଭିଡ ନିୟମ ଅନୁଯାୟୀ ସ୍ଥାନୀୟ ଲୋକଙ୍କ ସହଯୋଗ ରେ ରୋପଣ କରିଥିଲେ।

ବାଙ୍କୀ ବେଦପୁର ଭାରତ ସଞ୍ଚାର ନିଗମ ଲିମିଟେଡ଼ କାର୍ଯ୍ୟାଳୟ ପ୍ରାଙ୍ଗଣ ରେ ପ୍ରଥମେ ନିସ୍ତିପୁର ଉଚ୍ଚ ବିଦ୍ୟାଳୟ ର ଆଦର୍ଶ ପ୍ରଧାନ ଶିକ୍ଷକ ଶରତ କୁମାର ସାହୁ ବୃକ୍ଷ ରୋପଣ କରି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରି ଥିଲେ।ଶ୍ରୀ ସାହୁ ପରିବେଶ ପରିବର୍ତ୍ତନ ବୃକ୍ଷ ରୋପଣ ର ଆବଶ୍ୟକତା ସମ୍ପର୍କରେ ବିଭିନ୍ନ ପଥ ଚାରି ଙ୍କୁ ବୁଝିବା ସହ ସମସ୍ତେ ସପ୍ତାହ ରେ ଥରେ ନିଜ ନିଜ ବାଡ଼ି ରେ ବୃକ୍ଷ ରୋପଣ କରିବାକୁ ଅନୁରୋଧ କରିଥିଲେ।ଆଜି ସମଗ୍ର ବିଶ୍ୱ ରେ ସମୁଦ୍ର ଦିବସ ପାଳନ ହେଉଥିବା ରୁ ଉକ୍ତ ଦିବସ ସମ୍ପର୍କରେ ଓ ଚଳିତ ମାସ ୫ତାରିଖ ରୁ ଚାଲୁଥିବା ବିଶ୍ୱ ପରିବେଶ ସପ୍ତାହ ସମ୍ପର୍କ
ଶ୍ରୀମିଶ୍ରଆଜିବେଦପୁର,ତାଳବସ୍ତ,ଦୋଳଣାପୁର ଓ ଜାତମୁଣ୍ଡିଆ ଗ୍ରାମ ମାନଙ୍କ ରେ ଜନ ସାଧାରଣ ମାନଙ୍କୁ ଅବଗତ କରାଇ ନିମ୍ବ,ଆମ୍ବ, ଅର୍ଜ୍ଜୁନ, ଅଁଳା ବୃକ୍ଷ ଚାରା ରୋପଣ କରିଥିଲେ। ଏଥି ସହ ଅନୁଷ୍ଠାନ ପକ୍ଷରୁ ଶ୍ରୀ ମିଶ୍ର ଆଜି ୨୬ଗୋଟି ବର, ଅଶ୍ୱସ୍ତ ଓ ନିମ୍ବ ବୃକ୍ଷ ଚାରା ପଥ ଚାରି ଙ୍କୁ ବଣ୍ଟନ କରିଥିଲେ।ଆଜି ର ଏହି ବୃକ୍ଷ ଚାରା ରୋପଣ ଓ ସଚେତନତା କାର୍ଯ୍ୟକ୍ରମ ରେ ଅବସର ପ୍ରାପ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଜଗଦୀଶ ପଣ୍ଡା,ପରିବେଶ ପ୍ରେମୀ ଅମିତ କୁମାର ସାହୁ, ଇଞ୍ଜିନିୟର ଶ୍ରୀକାନ୍ତ ପଣ୍ଡା , ଦେବୀ ପ୍ରସାଦ ପଣ୍ଡା ଓ ପ୍ରତୀକ ମିଶ୍ର ଅଂଶ ଗ୍ରହଣ କରି ଲୋକ ମାନଙ୍କୁ ବୃକ୍ଷ ରୋପଣ ସମ୍ପର୍କରେ ସଚେତନ କରାଇଥିଲେ।ଆଜିର ଏହି କାର୍ଯ୍ୟକ୍ରମ ଅନ୍ତରାଷ୍ଟ୍ରୀୟ କଳିଙ୍ଗ କୃତି ସଂସ୍ଥାନ ଓ ଅସ୍ତିତ୍ବ ର ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମ କୁ ବାଙ୍କୀ ର ବହୁ ପରିବେଶ ପ୍ରେମୀ ଓ ବୁଦ୍ଧିଜୀବି ପ୍ରଶଂସା କରିଛନ୍ତି। (ରିପୋର୍ଟ : ଗୌତମ ମିଶ୍ର )
No Result
View All Result