No Result
View All Result
ଓଡ଼ିଶା ତାଜା ନ୍ୟୁଜ (୦୫ ଜୁନ୍ ଶନିବାର ) ବାଙ୍କୀ :- ଓଡିଶା ର ବିଭିନ୍ନ ସ୍ଥାନରେ ଅକ୍ଷୟ ତୃତୀୟା ଠାରୁ ଚନ୍ଦନ ଯାତ୍ରା ଆରମ୍ଭ ହୋଇ ୨୧ଦିନରେଶେଷ ହେଉଥିବା ବେଳେ ବାଙ୍କୀ ରେ ଶେଷ ତିନି ଦିନ କେଉଁ ଆବାହନ କାଳରୁ ପ୍ରଚଳିତ ହୋଇଆସୁଛି । ଆଜି ବାଙ୍କୀ ରେ ମା ଚର୍ଚ୍ଚିକା ଙ୍କ ଚନ୍ଦନ ଯାତ୍ରା କେବଳ ବିଧି ଅନୁସାରେ କିଛି ସେବାୟତ ଙ୍କ ଦ୍ଵାରା କୋଭିଡ କଟକଣା ରେ ଶେଷ ହୋଇଛି ।

ମା ଚର୍ଚ୍ଚିକା ଙ୍କୁ ବିମାନରେ ଚର୍ଚ୍ଚିକା ଗ୍ରାମ ଦେଇ ରେଣୁକା ତୁଠ କୁ ନେଇ ଚାପ ଖେଳେଇ ଦିବ୍ୟ ଆନନ୍ଦ ଅନୁଭବ କରିଥିଲେ । ସେବାୟତ ସଙ୍ଘ ସମ୍ପାଦକ ନୀଳମଣି ମହାପାତ୍ର, ଉପସଭାପତି ସନ୍ତୋଷ କୁମାର ରଣା,ସଭ୍ୟ ବାବୁ କୁମାର ରଣା, ଅନନ୍ତ ରଣା,ଅଶୋକ ରଣା,ସୁଧୀର ରଣା,ଚନ୍ଦନ ରଣା ଙ୍କ ସମିତ କିଛି ସେବାୟତ ଏହି ବିଧିରେ ହେଉଥିବା ଚନ୍ଦନ ଯାତ୍ରା ରେ ସହଯୋଗ କରିଥିଲେ (ରିପୋର୍ଟ :ଗୌତମ ମିଶ୍ର)

No Result
View All Result