No Result
View All Result
ଓଡ଼ିଶା ତାଜା ନ୍ୟୁଜ (୦୪ ଜୁନ ଶୁକ୍ରବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାରେ ଚଳିତ ବର୍ଷ ୭ ଟି ବ୍ଳକରେ କୃଷି ବିଭାଗ ପକ୍ଷରୁ ରିହାତି ଦରରେ ଚାଷୀଙ୍କୁ ଧାନ ବିହନ ଯୋଗାଇ ଦିଆଯାଇଛି । ଚଳିତ ବର୍ଷ ସମବାୟ ସମିତି, ଲେମ୍ପସ ପ୍ୟାକ, ପ୍ରାଇଭେଟ ଡିଲର ମାଧ୍ୟମରେ ପଞ୍ଜିକୃତ ଚାଷୀଙ୍କୁ ବିଭିନ୍ନ କିସମର ଧାନ ପ୍ରଦାନ କରାଯାଉଛି । ଏମ୍ ଟି ୟୁ ୧୦୦୧,ଏମ୍ ଟି ୟୁ ୧୦୬୧,ଏମ୍ ଟି ୟୁ ୧୦୬୪ ,ଏମ୍ ଟି ୟୁ ୧୦୭୫, ପୂଜା,ଏମ୍ ଟି ୟୁ୧୦୧୦, ସ୍ୱର୍ଣ୍ଣ, ଆର୍ଜିଲ, ୭୦୨୯, ହସନ୍ତ ଏମ୍ ଟି ୟୁ, ୧୧୫୩,ଏମ୍ ଟି ୟୁ, ୧୧୫୬ପ୍ରାମାଣିକ ବିହନ ଯୋଗାଇ ଦିଆଯାଉଛି । ଜିଲ୍ଲା ରେ ୬୦,୦୦୦ ଚାଷୀ ପଞ୍ଜିକୃତ ହୋଇ ଥିବାର ବିଭାଗ ପକ୍ଷରୁ ଜଣା ପଡ଼ିଛି ।
ଚଳିତ ବର୍ଷ ୮ହଜାର ଦୁଇ ଶହ ୯୪କ୍ୟୁଣ୍ଟାଲ ଧାନ ବିହନ ମହଜୁଦ ଥିବା ବେଳେ ୩ ହଜାର ୮ଶହ ୩୫ କ୍ୟୁଣ୍ଟାଲ ପ୍ରାଇଭେଟ ଡିଲର ଜରିଆରେ ୭ଟି ବ୍ଳକରେ ଧାନ ବିହନ ଉଠାଣ ହୋଇଛି ଆଉ ୪୩୫୩ କ୍ୟୁଣ୍ଟାଲ ମହଜୁଦ ରହିଛି । ଧାନ ବିହନ ୧୦ ବର୍ଷ ରୁ କମ ଅବଧି ବିହନ ୩୯୦ଟଙ୍କା ଥିବା ବେଳେ ଦଶ ବର୍ଷ ରୁ ଅଧିକ ମିଆଦୀ ଧାନ ୪୫୬ଟଙ୍କା ସରକାର ଧାନ ବିହନ ମୂଲ୍ୟ ଧାର୍ଯ୍ୟ କରିଥିବାର ଜଣା ପଡ଼ିଛି । ବିଶେଷ କରି ଜିଲ୍ଲାର ଗୋଶାଣି ଓ କାଶୀନଗର ବ୍ଳକରେ ଅଧିକ ଧାନ ଚାଷ ହୋଇଥାଏ । (ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )
No Result
View All Result