No Result
View All Result
ଓଡ଼ିଶା ତାଜା ନ୍ୟୁଜ (୦୩ ଜୁନ୍ ଗୁରୁବାର ) ଭୁବନେଶ୍ୱର :- ସୂଚନା ଓ ଲୋକସଂପର୍କ ବିଭାଗକୁ ଅଧିକ କ୍ରିୟାଶୀଳ କରିବା ଉପରେ ନୂତନ ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତି୍ରପାଠୀ ଗୁରୁତ୍ୱ ଆରୋପ କରଛନ୍ତି । ଓଡ଼ିଶା ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ଶ୍ରୀ ତି୍ରପାଠୀ ଆଜି ବିଭାଗର ନୂତନ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ପରେ ସୂଚନା ପ୍ରଦାନ କ୍ଷେତ୍ରରେ ଆଧୁନିକ ବୈଷୟିକ ଜ୍ଞାନ ପ୍ରୟୋଗ ମାଧ୍ୟମରେ ସର୍ବଦା ଆଗୁଆ ରହିବା ଏବଂ କାର୍ଯ୍ୟଦକ୍ଷତା ସହ ନିୟମିତ ଭାବେ କାର୍ଯ୍ୟ ତୁଲାଇବାକୁ ବିଭାଗର ଅଧିକାରୀ ତଥା କର୍ମଚାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ନିର୍ଦ୍ଦେଶକ ଶ୍ରୀ ତି୍ରପାଠୀ ଆଜି ପୂର୍ବାହ୍ନରେ ଅଧିକାରୀମାନଙ୍କ ସହିତ ବିଭାଗର ବିଭିନ୍ନ କାର୍ଯ୍ୟାବଳୀ ସଂପର୍କରେ ସବିଶେଷ ଆଲୋଚନା କରିଥିଲେ ।

ସେ ଲୋକସଂପର୍କ ଭବନରେ ବିଭାଗର ବିଭିନ୍ନ ଶାଖା ପରିଦର୍ଶନ କରିଥିଲେ । ଶ୍ରୀ ତି୍ରପାଠୀ ଆଜିର ଯୁଗରେ ବିଜ୍ଞାନ ଓ ବୈଷୟିକ ବିଦ୍ୟାର ପ୍ରୟୋଗକୁ ବିଭାଗ ଆପଣେଇବା ସହ ଜନସାଧାରଣଙ୍କ ନିକଟରେ ସମ୍ବାଦ ସରବରାହ କ୍ଷେତ୍ରରେ ଅଧିକ ଆଗୁଆ ହେବା ସହିତ ଅଭିନବତ୍ୱ ପ୍ରଦାନ କରି ସୂଚନା ବିତରଣ କ୍ଷେତ୍ରରେ ବିଶ୍ୱସନୀୟତା ଅର୍ଜନ କରିବାକୁ ଅଧିକାରୀମାନେ ତତ୍ପରତା ପ୍ରକାଶ କରିବାକୁ ପରାମର୍ଶ ଦେଇଛନ୍ତି ।
ସେ ମଧ୍ୟ କର୍ମଚାରୀମାନଙ୍କ ଶୃଙ୍ଖଳା ଓ ନିଷ୍ଠା ଉପରେ ବିଶେଷ ଗୁରୁତ୍ୱ ଦେଇଛନ୍ତି । ଆଜି ଲୋକସଂପର୍କ ଭବନରେ ଶ୍ରୀ ତି୍ରପାଠୀଙ୍କୁ ବିଭାଗର ଯୁଗ୍ମ ସଚିବ ଶ୍ରୀମତୀ ବିଷ୍ଣୁପି୍ରୟା ସାହୁ, ଯୁଗ୍ମ ନିର୍ଦ୍ଦେଶକ ଡ. ପ୍ରମୋଦ କୁମାର ମଲ୍ଲିକ ଏବଂ ସୁରେନ୍ଦ୍ର ପରିଡ଼ାଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ନୂତନ ନିର୍ଦ୍ଦେଶକ ବିଭିନ୍ନ ଅଧିକାରୀଙ୍କ କାର୍ଯ୍ୟଧାରା ଓ ଦାୟିତ୍ୱ ସଂପର୍କରେ ସୁବିସ୍ତୃତ ଅବଗତ ହୋଇଥିଲେ ।
No Result
View All Result