No Result
View All Result
ଓଡ଼ିଶା ତାଜା ନ୍ୟୁଜ (୦୧ ଜୁନ ମଙ୍ଗଳବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଆନ୍ତର୍ଜାତିକ ପିତୃ,ମାତୃ ଦିବସ ଅବସରରେ ଆଜି ଅପରାହ୍ନରେ କବି ବିଚିତ୍ରାନନ୍ଦ ବେବର୍ତ୍ତା, ସଦସ୍ୟ ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ (ଗଜପତି) ଙ୍କ ପୌରହିତ୍ୟରେ ଏକ ଭର୍ଚୁଆଲ ସ୍ଵରଚିତ କବିତା ଆସର ଅନୁଷ୍ଠିତ ହୋଇସାରିଛି । ପିତା ମାତା ସୃଷ୍ଟିର ଶ୍ରେଷ୍ଟ ଚଳନ୍ତି ଭଗବାନ ଏମାନଙ୍କର ବିକଳ୍ପ ନାହିଁ।ଏମାନଙ୍କର ସ୍ୱାସ୍ଥ୍ୟ ସେବା ସାଙ୍ଗକୁ ସମ୍ମାନର ସହ ବଞ୍ଚିବା ପାଇଁ ଆମେ ତାଙ୍କୁ ଆମର ଜୀବନ ବ୍ୟାପି ସମର୍ପିତ ମନଭାଵ ରଖିବା ଜରୁରୀ । ଉଚ୍ଚାରଣରେ ନୁହଁ ଆଚରଣରେ ସେମାନଙ୍କ ଯତ୍ନ ନେବା ବିଧେୟ । ସମସ୍ତ କବିତା ମାଧ୍ୟମରେ ପରିସ୍ଫୁଟ ହୋଇଥିଲା ।
ପ୍ରାରମ୍ଭରେ କୁନି ଶିଳ୍ପୀ ସୁଶ୍ରୀ ହର୍ଷିତା ପଟନାୟକ(ଜୟପୁର),ଙ୍କ କଣ୍ଠରେ ଆବହ ସଙ୍ଗୀତ ଗାନ ପରେ ଶ୍ରୀ ବେବର୍ତ୍ତାଙ୍କ ସଂଯୋଜନାରେ ୨୦ରୁ ଉର୍ଦ୍ଧ୍ବ ପିତୃ ମାତୃ ସମ୍ବଳିତ କବିତା ପାଠୋଛବ ହୋଇଥିଲା । ବିନୋଦ ଚନ୍ଦ୍ର ଜେନା,ଭାବଚନ୍ଦ୍ରିକା ଦେବୀ (ଜୟପୁର) , ରୂପଶ୍ରୀ ପ୍ରଧାନ (ଭୁବନେଶ୍ୱର), ଲକ୍ଷ୍ମୀନାରାୟଣ ହୋତା (ମାଲକନିଗିରି) , ମାଧବୀ ପଣ୍ଡା (କାଶୀନଗର) ଘନଶ୍ୟାମ ଜେନା (ଗୁରାଣ୍ଡି) କଳ୍ପନା ପଟନାୟକ , ବିଜୟକୁମାର ପାଢ଼ୀ (ଭୁବନେଶ୍ୱର) ଭାଗବତ ପାଢ଼ୀ,ଡ଼ାକ୍ତର ମୂର୍ମୁ, ତନୁଜା ଶତପଥୀ, ଦେବଦତ୍ତ ବେବର୍ତ୍ତା, ସ୍ନିଗଧା ମିଶ୍ର, ଅମରେଶ ଶତପଥି,ଗୀତାଞ୍ଜଳି ରଥ , ବିଚିତ୍ରାନନ୍ଦ ବେବର୍ତ୍ତା, ପ୍ରଭୃତି ଏହି କବିତା ଆସରରେ ସ୍ୱରଚିତ କବିତା ପାଠ କରିଥିଲେ । ଶେଷରେ ତନୁଜା ଶତପଥୀ ଧନ୍ୟବାଦ ଜଣାଇଥିଲେ । (ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )
No Result
View All Result