• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଇଫ୍‍କୋ କୃଷକମାନଙ୍କ ପାଇଁ ଆଣିଲା ବିଶ୍ୱର ପ୍ରଥମ ନାନୋ ୟୁରିଆ

Proprietor Abhimanyu Maharana by Proprietor Abhimanyu Maharana
June 1, 2021
in ଓଡ଼ିଶା, ଦେଶ, ହୋମ୍
0
ଇଫ୍‍କୋ କୃଷକମାନଙ୍କ ପାଇଁ ଆଣିଲା ବିଶ୍ୱର ପ୍ରଥମ ନାନୋ ୟୁରିଆ
Share on FacebookShare on TwitterWhatsapp

  • ମୃତ୍ତିକାରେ ୟୁରିଆ ବ୍ୟବହାର ପରିମାଣ ହ୍ରାସ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ଇଫ୍‍କୋକୁ ଗବେଷଣା ଏବଂ ନାନୋ ୟୁରିଆ ତରଳ ପ୍ରଚଳନ କରିବାକୁ ପ୍ରୋତ୍ସାହିତ କରିଥିଲା

  • ଦକ୍ଷ ଓ ଫଳପ୍ରଦ ନାନୋ ୟୁରିଆ ତରଳ ସ୍ୱଦେଶୀ ସ୍ତରରେ ଇଫ୍‍କୋର ଗୁଜରାଟର କାଲୋଲସ୍ଥିତ ନାନୋ ବାୟୋଟେକ୍‍ନୋଲୋଜି ରିସର୍ଚ୍ଚ ସେଣ୍ଟର (ଏନବିଆରସି) ଠାରେ ପୂର୍ଣ୍ଣ ଅଧିକାର ଥିବା ପ୍ରଯୁକ୍ତି ଜରିଆରେ ବିକଶିତ କରାଯାଉଛି, ଯାହା ‘ଆମନିର୍ଭର ଭାରତ’ ଏବଂ ‘ଆତ୍ମନିର୍ଭର କୃଷି’ ଅଭିଯାନ ମୁତାବକ ହୋଇଛି

  •  ଗୋଟିଏ ୫୦୦ ମିଲିଲିଟର ନାନୋ ୟୁରିଆ ବୋତଲ ଅନ୍ୟୂନ ଏକବସ୍ତା ପାରମ୍ପରିକ ୟୁରିଆର ସ୍ଥାନ ନେଇପାରିବ

  •  ଅଧିକ ପୋଷକ ବ୍ୟବହାର ସାମର୍ଥ୍ୟ ସହିତ ଉଦ୍ଭିଦ ପୁଷ୍ଟିସାଧନ ପାଇଁ ଏକ ଦୀର୍ଘସ୍ଥାୟୀ ସମାଧାନ ଏବଂ ମୃତ୍ତିକା, ଜଳ ଓ ବାୟୁ ପ୍ରଦୂଷଣ ହ୍ରାସ କରିବ

  •  ଭୂତଳ ଜଳ ମାନ ଉପରେ ବିପୁଳ ପ୍ରଭାବ, ବିଶ୍ୱ ତାପାୟନ ହ୍ରାସ କ୍ଷେତ୍ରରେ ଉଲ୍ଲେଖନୀୟ ହ୍ରାସ ଏବଂ ଜଳବାୟୁ ପରିବର୍ତ୍ତନ ତଥା ନିରନ୍ତର ବିକାଶ ଉପରେ ସକାରାତ୍ମକ ପ୍ରଭାବ

  •  ଚାଷରେ କମ୍‍ ଖର୍ଚ୍ଚ ସହିତ କୃଷିଜାତ ସାମଗ୍ରୀର ମାନଗତ ଉନ୍ନତିସାଧନ ଏବଂ ଶସ୍ୟ ଅମଳରେ ହାରାହାରି ୮% ବୃଦ୍ଧି

  • କୃଷକଙ୍କ ଆୟରେ ନିରନ୍ତର ବୃଦ୍ଧି . ଲଜିଷ୍ଟିକ୍ସ୍‍ ଏବଂ ଗୋଦାମ ଖର୍ଚ୍ଚ ଉଲ୍ଲେଖନୀୟ ଭାବେ ହ୍ରାସ କରିବ

ଓଡ଼ିଶା ତାଜା ନ୍ୟୁଜ (୦୧ ଜୁନ ମଙ୍ଗଳବାର )ନୂଆଦିଲ୍ଲୀ :- ଇଣ୍ଡିଆନ ଫାର୍ମର୍ସ ଫର୍ଟିଲାଇଜର କୋଅପରେଟିଭ ଲିମିଟେଡ (ଇଫ୍‍କୋ) ପକ୍ଷରୁ ବିଶ୍ୱବ୍ୟାପୀ କୃଷକଙ୍କ ପାଇଁ ବିଶ୍ୱର ପ୍ରଥମ ନାନୋ ୟୁରିଆ ତରଳ ପ୍ରଚଳନ କରାଯାଇଛି । ଭାରତରେ ଇଫ୍‍କୋର ଅନ୍‍ଲାଇନ ଏବଂ ଅଫ୍‍ଲାଇନ ପଦ୍ଧତିରେ ଅନୁଷ୍ଠିତ ୫୦ତମ ବାର୍ଷିକ ସାଧାରଣ ପରିଷଦ ବୈଠକରେ ଆରଜିବି ସଦସ୍ୟମାନଙ୍କ ଉପସ୍ଥିତିରେ ଏହି ନାନୋ ୟୁରିଆ ତରଳ ପ୍ରଚଳନର ଶୁଭାରମ୍ଭ କରାଯାଇଛି । ମୃତ୍ତିକାରେ ୟୁରିଆ ବ୍ୟବହାର ପରିମାଣ ହ୍ରାସ କରିବାକୁ ଭାରତର ପ୍ରଧାନମନ୍ତ୍ରୀ ଦେଇଥିବା ଆହ୍ୱାନରୁ ପ୍ରେରଣା ଲାଭ କରି ଏହି ଉତ୍ପାଦ ବିକଶିତ କରାଯାଇଛି । ‘ଆତ୍ମନିର୍ଭର ଭାରତ’ ଏବଂ ‘ଆତ୍ମନିର୍ଭର କୃଷି’ ଅଭିଯାନ ଆଧାରରେ ଇଫ୍‍କୋର ଗୁଜରାଟର କାଲୋଲଠାରେ ଥିବା ନାନୋ ବାୟୋଟେକ୍‍ନୋଲୋଜି ରିସର୍ଚ୍ଚ ସେଣ୍ଟର ଠାରେ ଏହାର ବୈଜ୍ଞାନିକ ଏବଂ ଇଞ୍ଜିନିୟର ମାନଙ୍କ ଦ୍ୱାରା ବହୁବର୍ଷର ଉତ୍ସର୍ଗୀକୃତ ଏବଂ ଏକନିଷ୍ଠ ଗବେଷଣା ପରେ ସଂପୂର୍ଣ୍ଣ ଅଧିକାର ଥିବା ପ୍ରଯୁକ୍ତି ଜରିଆରେ ଏହି ନାନୋ ୟୁରିଆ ତରଳର ବିକାଶ କରାଯାଇଛି । ଇଫ୍‍କୋ ନାନୋ ୟୁରିଆ ତରଳ ଉଦ୍ଭିଦର ପୁଷ୍ଟିସାଧନ ପାଇଁ ପ୍ରଭାବୀ ଓ ଫଳପ୍ରଦ ପରିଲକ୍ଷିତ ହୋଇଛି । ଏହା ପୁଷ୍ଟିଗତ ମାନରେ ଉନ୍ନତି ସାଧନ ସହିତ ଉତ୍ପାଦନ ପରିମାଣରେ ବୃଦ୍ଧି ଘଟାଉଛି ।

ଏହାମଧ୍ୟ ଭୂତଳ ଜଳ ମାନ ଉପରେ ବିପୁଳ ସକାରାତ୍ମକ ପ୍ରଭାବ ପକାଇବ ଏବଂ ତାହାସହିତ ବିଶ୍ୱ ତାପାୟନରେ ଉଲ୍ଲେଖନୀୟ ହ୍ରାସ ସହିତ ଜଳବାୟୁ ପରିବର୍ତ୍ତନ ଏବଂ ସ୍ଥାୟୀ ବିକାଶ ଉପରେ ସକାରାତ୍ମକ ପ୍ରଭାବ ପକାଇବ । ନାନୋ ୟୁରିଆ ତରଳକୁ କୃଷକଙ୍କ ବ୍ୟବହାର ନିମନ୍ତେ ଯୋଗାଇ ଦିଆଯିବା ଦ୍ୱାରା ତାହା ମୃତ୍ତିକାରେ ୟୁରିଆର ମାତ୍ରାଧିକ ପ୍ରୟୋଗକୁ ହ୍ରାସକରି ଏକ ସମତୁଲ ପୁଷ୍ଟିସାଧନ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବ । ମାତ୍ରାଧିକ ୟୁରିଆ ବ୍ୟବହାର ପରିବେଶ ପ୍ରଦୂଷଣ ସୃଷ୍ଟି କରିବା ସହିତ, ଶସ୍ୟ ପାକଳ ହେବା ପ୍ରକ୍ରିୟା ବିଳମ୍ବିତ ହେବା ଏବଂ ଉତ୍ପାଦନଜନିତ କ୍ଷତିର କାରଣ ହେଉଛି । ନାନୋ ୟୁରିଆ ତରଳ ଶସ୍ୟକୁ ମଜଭୁତ, ସୁସ୍ଥ କରିବା ସହିତ ତାହାକୁ ପ୍ରତିକୂଳ ପରିସ୍ଥିତିରେ ସୁରକ୍ଷା ପ୍ରଦାନ କରୁଛି । ଇଫ୍‍କୋର ନାନୋ ୟୁରିଆ ତରଳ କୃଷକଙ୍କ ପକେଟରେ ରଖିବା ଭଳି ହୋଇଛି ଏବଂ ଏହା କୃଷକଙ୍କ ଆୟ ବୃଦ୍ଧି ଦିଗରେ ବେଶ୍‍ ପ୍ରଭାବଶାଳୀ ହୋଇପାରିବ । ଇଫ୍‍କୋ ନାନୋ ୟୁରିଆ ତରଳର ୫୦୦ ମିଲିଲିଟର ବୋତଲ ଅନ୍ୟୁନ ଏକବସ୍ତା ପାରମ୍ପରିକ ୟୁରିଆର ସ୍ଥାନ ନେଇପାରିବ । ତେଣୁ ଏହା କୃଷକଙ୍କର କୃଷି କ୍ଷେତ୍ରରେ ହେଉଥିବା ଖର୍ଚ୍ଚ ପରିମାଣ ହ୍ରାସ କରିବ ।

ନାନୋ ୟୁରିଆ ତରଳର ଆକାର କ୍ଷୁଦ୍ର ହୋଇଥିବାରୁ ଏହାର ବୋତଲକୁ ପକେଟରେ ରଖାଯାଇପାରିବ ଏବଂ ଏହା ଲଜିଷ୍ଟିକ୍ସ ଏବଂ ଗୋଦାମରେ ଗଛିତ ରଖିବା ଖର୍ଚ୍ଚ ମଧ୍ୟ ଉଲ୍ଲେଖନୀୟ ଭାବରେ ହ୍ରାସ କରିବ । ଜାତୀୟ କୃଷି ଗବେଷଣା ବ୍ୟବସ୍ଥା (ଏନଏଆରଏସ) ଅଧୀନରେ ୨୦ଟି ଆଇସିଏଆର ଗବେଷଣା ପ୍ରତିଷ୍ଠାନ, ରାଜ୍ୟ କୃଷି ବିଶ୍ୱବିଦ୍ୟାଳୟ ଏବଂ କେଭିକେ ଆଦିରେ ୪୩ଟି ଶସ୍ୟ କ୍ଷେତ୍ରରେ ପରୀକ୍ଷାମୂଳକ ପ୍ରୟୋଗ କରାଯିବାପରେ ତାହାର ଫଳାଫଳ ଆଧାରରେ ଇଫ୍‍କୋ ନାନୋ ୟୁରିଆ ତରଳକୁ ସଂପ୍ରତି ଫର୍ଟିଲାଇଜର କଂଟ୍ରୋଲ ଅର୍ଡର (ଏଫସିଓ,୧୯୮୫)ରେ ସାମିଲ କରାଯାଇଛି । ଏହାର ପ୍ରଭାବୀ ଗୁଣ ପରୀକ୍ଷା କରିବାକୁ ଭାରତର ବିଭିନ୍ନ ସ୍ଥାନରେ ୯୪ରୁ ଅଧିକ ଫସଲ କ୍ଷେତ୍ରରେ ପ୍ରାୟ ୧୧,୦୦୦ କୃଷକ ଏହାର କ୍ଷେତ୍ରସ୍ତରୀୟ ପରୀକ୍ଷଣ କରିଛନ୍ତି । ୯୪ଟି ଫସଲ କ୍ଷେତ୍ରରେ ନିକଟରେ କରାଯାଇଥିବା ଦେଶବ୍ୟାପୀ ପରୀକ୍ଷାମୂଳକ ବ୍ୟବହାର ସମୟରେ ଫସଲ ଅମଳ ହାରାହାରି ୮% ବୃଦ୍ଧି ଘଟିଥିବା ପରିଲକ୍ଷିତ ହୋଇଛି । ପାରମ୍ପରିକ ୟୁରିଆ ବଦଳରେ ବ୍ୟବହାର କରାଯିବା ପାଇଁ ଇଫ୍‍କୋ ନାନୋ ୟୁରିଆ ତରଳ ବିକଶିତ କରାଯାଇଛି ଏବଂ ଏହା ତାହାର ଆବଶ୍ୟକତାକୁ ଅତି କମ୍‍ରେ ୫୦% ହ୍ରାସ କରିବ ।

୫୦୦ ମିଲିଲିଟର ବୋତଲରେ ଏଥିରେ ୪୦,୦୦୦ ପିପିଏମ୍‍ ଯବକ୍ଷାରଜାନ ରହିଛି, ଯାହା ପାରମ୍ପରିକ ୟୁରିଆର ଏକବସ୍ତା ଯୋଗାଇ ଦେଉଥିବା ଯବକ୍ଷାରଜାନ ପୋଷକର ପ୍ରଭାବ ସହିତ ସମାନ । ଇଫ୍‍କୋ ନାନା ୟୁରିଆ ତରଳ ଉତ୍ପାଦନ ୨୦୨୧ ଜୁନ୍‍ ମାସରେ ଆରମ୍ଭ ହେବ । ତାହାପରେ ଏହାର ବ୍ୟବସାୟିକ ଉତ୍ପାଦନ ଆରମ୍ଭ କରାଯିବ । ଇଫ୍‍କୋ ପକ୍ଷରୁ ୫୦୦ ମିଲିଲିଟର ବୋତଲ ପିଛା ନାନୋ ୟୁରିଆ ତରଳ ମୂଲ୍ୟ ୨୪୦ ଟଙ୍କା ରଖାଯାଇଛି , ଯାହା ଏକବସ୍ତା ପାରମ୍ପରିକ ୟୁରିଆ ମୂଲ୍ୟ ତୁଳନାରେ ୧୦% ଶସ୍ତା । ଏହାର ପ୍ରଦର୍ଶନ ସହିତ ଏହାର ବ୍ୟବହାର ଏବଂ ପ୍ରୟୋଗ ସମ୍ପର୍କରେ କୃଷକମାନଙ୍କୁ ତାଲିମ ପ୍ରଦାନ କରିବାକୁ ଏହି ସମବାୟ ସଂସ୍ଥା ଦେଶବ୍ୟାପୀ ବ୍ୟାପକ କାର୍ଯ୍ୟକ୍ରମର ଯୋଜନା ପ୍ରସ୍ତୁତ କରିଛି । ଏହା ମୂଳତଃ କୃଷକମାନଙ୍କ ପାଇଁ ଏହାର ସମବାୟଭିତ୍ତିକ ବିକ୍ରି ଏବଂ ବିପଣନ ମାଧ୍ୟମ ସମେତ ଇଫ୍‍କୋର ଇ-କମର୍ସ ପ୍ଲାଟଫର୍ମ www.iffcobazar.in  ଜରିଆରେ ଉପଲବ୍ଧ ହେବ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବାଲିଗୁଡା ରେ ରଥଯାତ୍ରା ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ବାଲିଗୁଡା ରେ ରଥଯାତ୍ରା ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

June 26, 2026
ଅର୍ଥ ଆତ୍ମସାତ ମାମଲା ରେ ବ୍ରାଞ୍ଚ ପୋଷ୍ଟ ମାଷ୍ଟର ଗିରଫ

ଅର୍ଥ ଆତ୍ମସାତ ମାମଲା ରେ ବ୍ରାଞ୍ଚ ପୋଷ୍ଟ ମାଷ୍ଟର ଗିରଫ

June 26, 2026
କୋରାପୁଟ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ  ସ୍ୱରାଜ୍ୟ ସୀସାଙ୍କ ବିୟୋଗ

କୋରାପୁଟ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସ୍ୱରାଜ୍ୟ ସୀସାଙ୍କ ବିୟୋଗ

June 26, 2026
ଚମତ୍କାର ଔଷଧି – ପୁଦିନାର ମହତ୍ୱକୁ ସାମିଲ କରିଛି ଡାବର ଇଣ୍ଡିଆ ଲିମିଟେଡ

Dabur India Limited inducts the importance of Wonder Herb – Pudina

June 26, 2026

Recent News

ବାଲିଗୁଡା ରେ ରଥଯାତ୍ରା ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ବାଲିଗୁଡା ରେ ରଥଯାତ୍ରା ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

June 26, 2026
ଅର୍ଥ ଆତ୍ମସାତ ମାମଲା ରେ ବ୍ରାଞ୍ଚ ପୋଷ୍ଟ ମାଷ୍ଟର ଗିରଫ

ଅର୍ଥ ଆତ୍ମସାତ ମାମଲା ରେ ବ୍ରାଞ୍ଚ ପୋଷ୍ଟ ମାଷ୍ଟର ଗିରଫ

June 26, 2026
କୋରାପୁଟ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ  ସ୍ୱରାଜ୍ୟ ସୀସାଙ୍କ ବିୟୋଗ

କୋରାପୁଟ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସ୍ୱରାଜ୍ୟ ସୀସାଙ୍କ ବିୟୋଗ

June 26, 2026
ଚମତ୍କାର ଔଷଧି – ପୁଦିନାର ମହତ୍ୱକୁ ସାମିଲ କରିଛି ଡାବର ଇଣ୍ଡିଆ ଲିମିଟେଡ

Dabur India Limited inducts the importance of Wonder Herb – Pudina

June 26, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବାଲିଗୁଡା ରେ ରଥଯାତ୍ରା ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ବାଲିଗୁଡା ରେ ରଥଯାତ୍ରା ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

June 26, 2026
ଅର୍ଥ ଆତ୍ମସାତ ମାମଲା ରେ ବ୍ରାଞ୍ଚ ପୋଷ୍ଟ ମାଷ୍ଟର ଗିରଫ

ଅର୍ଥ ଆତ୍ମସାତ ମାମଲା ରେ ବ୍ରାଞ୍ଚ ପୋଷ୍ଟ ମାଷ୍ଟର ଗିରଫ

June 26, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version