No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୨୯ ମଇ , ଶନିବାର ) ବାଲେଶ୍ୱର :- ନୀଳଗିରି ବିଧାୟକ ଇଂ ସୁକାନ୍ତ କୁମାର ନାୟକ ଦୁଇଟି ହସ୍ପିଟାଲକୁ ଖୁବ ଶୀଘ୍ର ତାଙ୍କ ନିଜସ୍ୱ ପାଣ୍ଠିରୁ ଉନ୍ନତମାନର ଭେଣ୍ଟିଲେଟର ପ୍ରଦାନ କରିବେ । ଏନେଇ ଆଜି ସେ ଜିଲ୍ଲାପାଳଙ୍କ ସହିତ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି । ନୀଳଗିରି ଉପଖଣ୍ଡ ହସ୍ପିଟାଲ ଉପରେ ନୀଳଗିରି ବ୍ଲକର ୨୫ଟି ପଞ୍ଚାୟତ, ଏନଏସି ଓ ଔପଦା ବ୍ଲକର ୫ ଟି ପଞ୍ଚାୟତ, ରେମୁଣା ବ୍ଲକର ଦୁଇଟି ପଞ୍ଚାୟତ, ବାହାନଗା ବ୍ଲକର ଗୋଟିଏ ପଞ୍ଚାୟତବାସୀ ନିର୍ଭର କରନ୍ତି । ହସ୍ପିଟାଲରେ ଏବେ ଡାକ୍ତରଙ୍କ ଅଭାବ ଥିବା ବେଳେ ଚିକିତ୍ସା ସେବାରେ ବହୁ ବାଧା ଉପୁଜିଛି । ଅଳ୍ପ ଗୁରୁତର ରୋଗୀ ମାନଙ୍କୁ ବାଲେଶ୍ଵର ସ୍ଥାନାନ୍ତରିତ କରାଯାଉଛି ।
ଏବେ କରୋନା ସଂକ୍ରମଣ ଭଳି ସମୟରେ ରୋଗୀଙ୍କ ଜୀବନକୁ ଆଖି ଅଗରେ ରଖି ନୀଳଗିରି ବିଧାୟକ ଇଂ ନାୟକ ନୀଳଗିରି ହସ୍ପିଟାଲକୁ ଏକ ଅତ୍ୟାଧୁନିକ ଭେଣ୍ଟିଲେଟର ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଆଜି ବାଲେଶ୍ଵର ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ସହ ଏନେଇ ସବିଶେଷ ଆଲୋଚନା କରିଥିବା ବେଳେ ତାଙ୍କ ପାଣ୍ଠିରୁ ଅର୍ଥ ପ୍ରଦାନ କରିବେ ବୋଲି ଜଣାପଡିଛି । ସେହିପରି ଔପଦା ବ୍ଲକ ଅଧିନ ଈଶ୍ୱରପୁର ହସ୍ପିଟାଲକୁ ମଧ୍ୟ ଆଉ ଏକ ଭେଣ୍ଟିଲେଟର ଯୋଗାଇଦେବେ ବୋଲି ଜଣାପଡିଛି । ଦୁଇଟି ଆଇସିୟୁ ଭେଣ୍ଟିଲେଟରର ଦାମ ଆନୁମାନିକ ୫୦ ଲକ୍ଷ ଟଙ୍କା ହେବ । ସ୍ୱାସ୍ଥ୍ୟ ସେବାରେ ବିଧାୟକଙ୍କ ଏଭଳି ଅସାଧାରଣ ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଇଛି । (ରିପୋର୍ଟ – ଦୀପ୍ତିମାନ ପତି)
No Result
View All Result