• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଗଞ୍ଜାମ

ଲକଡ଼ାଉନ ଚଡ଼କ , ମରିଚ ବିଲରେ ପଚୁଛି ; ତୋଳା ହେଉନି ଟମାଟ ଓ ବାଇଗଣ : ଚିନ୍ତାରେ ଚାଷୀକୂଳ

Proprietor Abhimanyu Maharana by Proprietor Abhimanyu Maharana
May 29, 2021
in ଗଞ୍ଜାମ, ହୋମ୍
0
ଲକଡ଼ାଉନ ଚଡ଼କ , ମରିଚ ବିଲରେ ପଚୁଛି ; ତୋଳା ହେଉନି ଟମାଟ ଓ ବାଇଗଣ : ଚିନ୍ତାରେ ଚାଷୀକୂଳ
Share on FacebookShare on TwitterWhatsapp

 ହିଞ୍ଜିଳିକାଟୁ, (ଓଡ଼ିଶା ତାଜା ନ୍ୟୁଜ, ୨୮ ମଇ ଶୁକ୍ରବାର) : କରୋନା ମହାମାରୀର ପାର୍ଦୁଭାବ ପରେ ଲକଡ଼ାଉନ ଘୋଷଣା ପୁଣି ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି । ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଳକ ଅଂଚଳ ପନିପରିବା ଚାଷ ସକାଶେ ସାରା ରାଜ୍ୟରେ ଖ୍ୟାତି ରହିଛି । ପାଣିପାଗର ବାରମ୍ବାର ପରିବର୍ତନ ସର୍ବଦା ଚାଷୀକୂଳ ପାଇଁ ଘାତକ ସାଜିଛି । ଚଳିତ ବର୍ଷ ପନିପରିବା ଫସଲ ପାଇଁ ପାଗ ଅନୁକୂଳ ରହିଛି । ସ୍ଥାନୀୟ ବ୍ଳକର ବୁରୁପୋଡ଼ା, ଖଣ୍ଡରା, ଚାନ୍ଦୁଲି, ସିକିରି, ରାଳବ, ଖରିଡ଼ା, ଆଲପୁର, ଗିରିଆ ନାରାୟଣପୁର, ଶାସନଅ।।ମ୍ବଗାଁ, ବାଦିଆମ୍ବଗାଁ ପ୍ରଭୃତି ଅଂଚଳର ଚାଷ ହୋଇଥିବା ପ୍ରାୟ ୫ଶହରୁ ଉର୍ଦ୍ଧ୍ୱ ଏକର ଟମାଟ, ବାଇଗଣ, କଂଚାଲଙ୍କା ଫସଲ ଏବେ ସଙ୍କଟ ମଧ୍ୟକୁ ଠେଲି ହୋଇଯାଇଛି । ଚଳିତ ବର୍ଷ ରବି ଋତୁରେ କଂଚା ଲଙ୍କା ଚାଷ କରି ଚାଷୀ ଏଥର ଭଲ ଦୁଇ ପଇସା ଲାଭ ପାଇବେ ବୋଲି ଆଶା ବାନ୍ଧି ଥିଲେ । କିନ୍ତୁ ସେମାନଙ୍କ ସବୁ ଆଶା ଆଶାରେ ହିଁ ରହିଯାଇଛି । ମରିଚ ବିଲରେ ପଚି ରହୁଥିବା ବେଳେ ବାଇଗଣ ଓ ଟମାଟ ତୋଲା ଯାଇପାରୁନି । ଯଦ୍ୱାରା ଅମଳ ଚାଷକୁ ନେଇ ସ୍ଥାନୀୟ ଅଂଚଳର ଚାଷୀକୂଳ ଚିନ୍ତାରେ ପଡ଼ିଛନ୍ତି । ଏପରିକି ସ୍ଥାନୀୟ ଅଂଚଳର ବହୁ ଚାଷୀ ଅଭାବୀ ବିକ୍ରିର ସମ୍ମୁଖୀନ ହୋଇଛନ୍ତି । ସ୍ଥାନୀୟ ବ୍ଳକର ବୁରୁପୋଡ଼ା, ଖଣ୍ଡରା, ଚାନ୍ଦୁଲି, ସିକିରି, ରାଳବ, ଖରିଡ଼ା, ଆଲପୁର, ଗିରିଆ ନାରାୟଣପୁର, ଶାସନଅ।।ମ୍ବଗାଁ, ବାଦିଆମ୍ବଗାଁ ପ୍ରଭୃତି ଅଂଚଳରେ ପ୍ରାୟ ୫ଶହରୁ ଉର୍ଦ୍ଧ୍ୱ ଚାଷ ଜମିରେ ଚାଷୀ କଂଚାଲଙ୍କା, ବାଇଗଣ ଓ ଟମାଟ ଚାଷ କରିଛି । ଲକଡ଼ାଉନ ପୂର୍ବରୁ କଂଚାଲଙ୍କା (ହୋଲସେଲ ଦର) କିଲୋ ପ୍ରତି ୩୦ରୁ ୪୦ ଟଙ୍କା ରହିଥିବା ବେଳେ ବାଇଗଣ ୩୦ରୁ ୩୫ ଓ ଟମାଟ ଦର ୨୫ରୁ ୩୦ ଟଙ୍କା ପର୍ଯ୍ୟନ୍ତ ରହିଥିଲା । ମହାମାରୀ କରୋନା ଭୁତାଣୁ ସଂକ୍ରମଣର ଦ୍ୱିତୀୟ ଲହରକୁ ମାତ ଦେବା ପାଇଁ ରାଜ୍ୟ ସରକାର ଏପ୍ରିଏ ଶେଷ ସପ୍ତାହରେ ପ୍ରଥମେ ନାଇଟକର୍ଫ୍ୟୁ ପରେ ସପ୍ତାହନ୍ତ ସଟଡ଼ାଉନ ଓ ମଇ ୫ ତାରିଖ ଠାରୁ ଲକଡ଼ାଉନ ଘୋଷଣା କରିଛନ୍ତି ।

ସପ୍ତାହନ୍ତ ସଟଡ଼ାଉନ ସମୟରେ ଔଷଧ ଦୋକାନକୁ ବାଦ ଦେଲେ ଅନ୍ୟ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହୁଥିବା ବେଳେ ଲକଡ଼ାଉନ ସମୟରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀର ଦୋକାନ ବଜାର ସକାଳ ୭ଟାରୁ ୧୧ଟା ପର୍ଯ୍ୟନ୍ତ ଖୋଲିବାକୁ ପ୍ରଶାସନ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି । ଏଭଳି ସମୟରେ ଧର୍ମାନୁଷ୍ଠାନ, ଶିକ୍ଷାନୁଷ୍ଠାନ, ଯାତ୍ରୀ ପରିବହନ ସମେତ ସାମାଜିକ, ରାଜନୈତିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବାରଣ କରାଯାଇଛି । ପୂର୍ବରୁ ସ୍ଥାନୀୟ ଅଂଚଳରୁ ଉତ୍ପାଦିତ ଫସଲ ଗଞ୍ଜାମ ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ରପ୍ତାନି କରାଯାଉଥିଲା । ହେଲେ ପରିବହନ ସେବା ବନ୍ଦ ହେବା କାରଣରୁ ସ୍ଥାନୀୟ ଅଂଚଳରୁ ଉତ୍ପାଦିତ ପନିପରିବା ବାହାରକୁ ରପ୍ତାନି ହୋଇ ପାରୁନାହିଁ । ଚଳିତବର୍ଷ ପାଗ ଅନୁକୁଳ ଥିବାରୁ ଭଲ ଉତ୍ପାଦନ ଓ ଲାଭ ଆଶାରେ ଚାଷୀ ଥିବା ବେଳେ ଲକଡ଼ାଉନ ସେମାନଙ୍କ ପାଇଁ ଦୁଃଖ ଆଣି ଦେଇଛଇ । କାରଣ କଟକଟା ଏଥିରେ ବାଧକ ସାଜିଛି । ନିର୍ଦ୍ଧିଷ୍ଟ ସମୟ ସକାଶେ ପରିବା ବଜାର ଖୋଲୁଛି । ଫଳରେ ଟମାଟ ଓ ବାଇଗଣ ଯେତିକି ପରିମାଣର ବଜାରକୁ ପରିବହନ ଓ ବିକ୍ରି ହେବା କଥା ତାହା ହୋଇପାରୁନି ।

କ୍ଷେତ ନିକଟରେ ଚାଷୀ ମାନେ ଅତି ଶସ୍ତାରେ ଟମାଟ ଓ ବାଇଗଣ ବିକିବାକୁ ବାଧ୍ୟ ହେଉଛନ୍ତି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି ଯେ, ଗୋଟିଏ ଏକର ଚାଷଜମିରେ ପ୍ରାୟ ୨୫୦୦ରୁ ୩୦୦୦ କୋବି ଚାରା ଲଗାଯାଉଛି । ଗୋଟିଏ ବାଇଗଣ ଚାରା ତଳିପକାଇ ଚାଷ କଲାବେଳକୁ ଗଛ ପିଛା ପ୍ରାୟ ୧ଟଙ୍କା ଖର୍ଚ୍ଚ ହେଉଛି । ଏହା ଛଡ଼ା ବେଉଷଣ ବାବଦକ୍‌ୁ ସାର, କୀଟନାଶକ ଔଷଧ, କୋଡ଼ାଖୁସା, ପାଣି ମଡ଼ାଇବା ବାବଦକୁ ପ୍ରାୟ ୨ରୁ ୩ଟଙ୍କା ଖର୍ଚ୍ଚ କରାଯାଉଛି । ଏହା ପରେ ଚାଷୀ ଓ ତାର ପରିବାରର ପରିଶ୍ରମର ମୂଲ୍ୟ ରହୁଛି । ମୋଟାମୋଟି ଭାବରେ ଦେଖିବାକୁ ଗଲେ ଗୋଟିଏ କିଲୋ ଟମାଟ କିମ୍ବା ବାଇଗଣ  ପିଛା ଅନୁନ୍ୟ ୫ରୁ ୬ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହେଉଛି । ଏହା ବାଦେ ବଜାରକୁ ରପ୍ତାନି ପାଇଁ ଯାତାୟତ ଖର୍ଚ୍ଚ ମଧ୍ୟ ରହିଛି । ଗୋଟାଏ କିଲୋ ପିଛା ପ୍ରାୟ ୧୦ ଟଙ୍କାରେ ବିକ୍ରି ନକଲେ ଲାଭ ମିଳିବା ମୁସ୍କିଲ । ବର୍ତମାନ ସ୍ଥିତିରେ ଟମାଟର ହୋଲସେଲ ଦର ୭ରୁ ୮ ଟଙ୍କା ଓ ବାଇଗଣ ୫ଟଙ୍କ୍‌ାରେ ଚାଷୀ ବିକ୍ରି କରୁଛି । ସ୍ଥାନୀୟ ବଜାରରେ ଟମାଟର ଖୁଚୁରା ଦର ୧୨ରୁ ୧୪ ଟଙ୍‌କା ଥିବା ବେଳେ ବାଇଗଣ ଦର ୧୦ଟଙ୍କା ରହିଛି । ଅନୁରୁପ ଭାବେ କଂଚାଲଙ୍କା ଦର ନକହିବା ଭଲ । କଂଚାଲଙ୍କାର ହୋଲସେଲ ଦର କିଲୋ ପିଛା ମାତ୍ର ୧୦ଟଙ୍କା ରହିଛି । ଏଭଳି ସ୍ଥିତିରେ ଚାଷୀ ଶ୍ରମିକଙ୍କୁ ପାରିଶ୍ରମିକ ଦେଇ ଚାଷ ଜମିରୁ ଉତ୍ପାଦିତ ଫସଲ ତୋଳିବାକୁ ଉଚିତ ମଣୁନାହାନ୍ତି । ବର୍ତମାନ ସ୍ଥିତିରେ ମରିଚ, ପନିପରିବା ଚାଷୀ ଯେଉଁ କ୍ଷତି ସହିଛନ୍ତି ଏ ଦିଗରେ ପ୍ରଶାସନ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ଅଂଚଳର ପନିପରିବା ଚାଷୀକୁଳ ନିବେଦନ କରିଛନ୍ତି । ( ରିପୋର୍ଟ ଶୁସାନ୍ତ ପ୍ରଧାନ )

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଝାଲମୁଢ଼ି ଖାଇ ବିଜେପିର ବିଜୟ ଉତ୍ସବ ପାଳନ କଲେ ନେତା ଓ କର୍ମୀ

ଝାଲମୁଢ଼ି ଖାଇ ବିଜେପିର ବିଜୟ ଉତ୍ସବ ପାଳନ କଲେ ନେତା ଓ କର୍ମୀ

May 6, 2026
ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

May 6, 2026
ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

May 6, 2026
ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର

ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର

May 6, 2026

Recent News

ଝାଲମୁଢ଼ି ଖାଇ ବିଜେପିର ବିଜୟ ଉତ୍ସବ ପାଳନ କଲେ ନେତା ଓ କର୍ମୀ

ଝାଲମୁଢ଼ି ଖାଇ ବିଜେପିର ବିଜୟ ଉତ୍ସବ ପାଳନ କଲେ ନେତା ଓ କର୍ମୀ

May 6, 2026
ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

May 6, 2026
ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

May 6, 2026
ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର

ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର

May 6, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଝାଲମୁଢ଼ି ଖାଇ ବିଜେପିର ବିଜୟ ଉତ୍ସବ ପାଳନ କଲେ ନେତା ଓ କର୍ମୀ

ଝାଲମୁଢ଼ି ଖାଇ ବିଜେପିର ବିଜୟ ଉତ୍ସବ ପାଳନ କଲେ ନେତା ଓ କର୍ମୀ

May 6, 2026
ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

May 6, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version