No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୭ ମଇ ଗୁରୁବାର ) ନୀଳଗିରି :- ବାତ୍ୟା ‘ୟାସ୍’ର ଲ୍ୟାଣ୍ଡଫଲ୍ ପ୍ରଭାବରେ ପ୍ରବଳ ବର୍ଷା ଓ ପବନ ଯୋଗୁଁ ବାଲେଶ୍ୱର ର ନୀଳଗିରର ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି ପଡ଼ିଛି। କୋଉଠି ରାସ୍ତା ଅବରୋଧ ହୋଇପଡ଼ିଛି ତ ଆଉ କେଉଠି ଘର ଉପରେ ଗଛ ଭାଙ୍ଗି ପଡ଼ିଛି।

ନୀଳଗିରି ଉପଖଣ୍ଡ ଅଞ୍ଚଳ ଦ୍ୱାରିକା, ଗୋଡ଼ିଖଳା, ଜୁଆରିପାଟଣା, ଗୋପ, ଆଦି ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଚିତ୍ର ସାମ୍ନାକୁଆସିଛି। କଳାକାଦ ଗ୍ରାମର ମନମୋହନ ସାହୁଙ୍କ ଘର ଉପରେ ଗଛ ପଡି ଘର ଭାଙ୍ଗିବା ସହ ବ୍ୟାପକ ଆସବାବପତ୍ର ନଷ୍ଟ ହୋଇଥିବା ବେଳେ ପରିବାର ଲୋକେ ବଡ଼ ବିପଦରୁ ବର୍ତ୍ତି ଯାଇଛନ୍ତି l

ସେହିପରି ସଜନାଗଡ଼ ଅଂଚଳରେ ବିଶ୍ବାଳସାହି ଗ୍ରାମର ରବୀନ୍ଦ୍ର ରାଉତଙ୍କ ଘର ପବନ ଯୋଗୁଁ ଛପର ଉଡାଇ ନେଇଥିବା ଜଣାପଡିଛି। ଗୋପୀନାଥପୁର ଗାଁରେ କଟିନ ମହାରଣାଙ୍କ ଘର ଛପର ଉପରେ ଗଛ ପଡିଥିବା ବେଳେ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।ବେଳେ ଗୁହାଳ ଘର ଭିତରେ ଗୋରୁ ଗାଈ ରହିଥିବା ଜଣାପଡିଛି।

ତେବେ ‘ୟାସ୍’ ପ୍ରଭାବରେ ନୀଳଗିରି ଅଞ୍ଚଳରେ ବହୁ କ୍ଷୟକ୍ଷତି ହୋଇଛି l ପ୍ରଶାସନ ତରଫରୁ ଗଛ ହଟାଇବା ସହ କ୍ଷୟକ୍ଷତିର ଆକଳନ କରାଯାଉ ଛି ବୋଲି ଜଣାପଡିଛି । (ଦୀପ୍ତିମାନ ପତି, ବାଲେଶ୍ୱର )
No Result
View All Result