No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୬ ମଇ ବୁଧବାର ) ହିଞ୍ଜିଳିକାଟୁ :- ସାରା ଦେଶରେ ମହାମାରୀ କରୋନା ରଚିଛି ମହା ବିପର୍ଯ୍ୟୟ । ଓଡ଼ିଶାରେ ଦ୍ଵିତୀୟ ଲହରର ତୀବ୍ରତା କିଛି କମ ନୁହେଁ।ଦୈନିକ ସଂକ୍ରମଣ ହାର କିଛି ଦିନ ଧରି ୧୦ ହଜାରରୁ ପାର ହୋଇ ଉର୍ଦ୍ଧ୍ବ ମୁଁହା ହୋଇଛି।ରାଜ୍ୟରେ ସବୁଠି ଦେଖାଦେଇଛି କରୋନାର ସଙ୍ଗୀନ ପରିସ୍ଥିତି । କୋଭିଡ ମହାମାରୀ ମୁକାବିଲା କ୍ଷେତ୍ରରେ ଦେଶର ଅନ୍ୟାନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶା ସରକାରଙ୍କ ଉଦ୍ୟମ ଓ ପଦକ୍ଷେପ ପ୍ରଶଂସନୀୟ।ଲୋକଙ୍କ ଜୀବନ ଓ ଜୀବିକା ପ୍ରତି ଦୃଷ୍ଟି ଦେଇ କୋଭିଡ-୧୯ କୁ ପ୍ରତିହତ କରିବା ସକାଶେ ରାଜ୍ୟ ମୁଖ୍ୟମନ୍ତ୍ରୀ ବିଭିନ୍ନ ସକରାତ୍ମକ ପଦକ୍ଷେପ ଗ୍ରହଣ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ,ସ୍ୱାସ୍ଥ୍ୟ ଵିଶେଷଜ୍ଞ,ପ୍ରମୁଖ ଶାସନ ସଚିବ, ପୁଲିସ ମହା ନିର୍ଦ୍ଦେଶକ,ଖ୍ୟାତନାମା ବ୍ୟକ୍ତିବିଶେଷଙ୍କ ସମେତ ଜିଲ୍ଲାପାଳ ଓ ଉପ ଜିଲ୍ଲାପାଳ ଯାଏଁ କୋଭିଡ ନିୟମ ଅନୁପାଳନ ଓ ସଚେତନତା ଉପରେ ବିଶେଷ ଗୁରୁତ୍ୱ ପ୍ରଦାନ କରିଛନ୍ତି ।
ମୁଖ୍ୟତଃ ମାସ୍କ ବ୍ୟବହାର ହିଁ ଏକ ମାତ୍ର ବିକଳ୍ପ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ବାରମ୍ବାର ଅପିଲ କରି ଆସୁଛନ୍ତି । ଦୃଢ଼ ମୁକାବିଲା ନିମନ୍ତେ ସଚେତନତା ଅଭିଯାନକୁ ସବୁଠାରେ ଓ ସବୁ ସମୟରେ ବିଭିନ୍ନ ଢଙ୍ଗରେ ପ୍ରାଧାନ୍ୟ ଦିଆଯାଇଛି।ଏହି କ୍ରମରେ ଜିଲ୍ଲା ଓ ବ୍ଳକ ପ୍ରଶାସନ ପକ୍ଷରୁ କରୋନା ସଚେତନତା ଅଭିଯାନ ତ୍ୱରାନ୍ୱିତ ହୋଇଛି। ସ୍ଥାନୀୟ ବ୍ଳକ ଗଣ୍ଡଳା,ଦୁର୍ବନ୍ଧ ଏବଂ ସମରଝୋଳ ପଞ୍ଚାୟତରେ ସୋମବାର କରୋନା ସଚେତନତା ଅଭିଯାନ ଆରମ୍ଭ ହୋଇଥିଲା।ହିଞ୍ଜିଳି ତହସିଲଦାର ପ୍ରଭାତ କୁମାର ପରିଡା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା ଓ ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ, ଏସ ଆଇ ବାସୁଦେବ ଭୋଇ, ହାବିଲଦାର ପ୍ରମୋଦ କୁମାର ଗନ୍ତାୟତ ଓ ପୁଲିସ ବାହିନୀ ସଦଳ ବଳେ ସମ୍ପୃକ୍ତ ପଞ୍ଚାୟତ ପରିଭ୍ରମଣ କରି ମାସ୍କ ପରିଧାନ,ସାମାଜିକ ଦୂରତା,ହାତକୁ ବାରମ୍ବାର ସାବୁନ କିମ୍ବା ସାନିଟାଇଜେର ଦ୍ୱାରା ସଫା କରିବା,ବିନା କାରଣରେ ବାହାରେ ବୁଲାବୁଲି ନ କରି ଘରେ ରହିବା ଓ ପଞ୍ଚସୁତ୍ରୀ ନିୟମକୁ କଡାକଡି ପାଳନ କରିବା ଲାଗି ଗ୍ରାମବାସୀ ମାନଙ୍କୁ ସଚେତନ ଓ ନିବେଦନ କରିଥିଲେ । ( ରିପୋର୍ଟ : ଶୁସାନ୍ତ ପ୍ରଧାନ )
No Result
View All Result