No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୪ ମଇ ସୋମବାର ) ବାଙ୍କୀ :- ବାତ୍ୟା ୟଶ ଆସିବାକୁ ନେଇ ଚିନ୍ତାରେ ଏବେ ବାଙ୍କୀ ଉପଖଣ୍ଡର ର ବହୁ ପଂଚାୟତର ଶତାଧିକ ଚାଷୀ । ଫନି ଓ ମହାନଦୀ ରେ ବନ୍ୟା ରେ କ୍ଷୟକ୍ଷତି ସହି ବହୁ ଚାଷୀ ସରକାରୀ ସହାୟତା ନପାଇ ନିଜ ପରିଶ୍ରମ ରେ ମହାଜନ ଠାରୁ କରଜ କରି ପୁନଃ ଚାଷ କରି ବଞ୍ଚିବା ବେଳେ ପୁଣି ବାତ୍ୟା ୟଶ ର ସଭାବ୍ୟ କ୍ଷତି କଥା ଭାବି ଚାଷୀ ର ମେରୁଦଣ୍ଡ ଭାଙ୍ଗି ଯାଉଛି । ଏଠାକାର ଅଧିକାଂଶ ଚାଷୀ ମୁଖ୍ୟତଃ ଧାନ ଠାରୁ ଆରମ୍ଭ କରି ପନିପରିବା ଫସଲ ନିଜ ନିଜ ଜମିରେ ଚାଷ କରି ନିଜର ଗୁଜୁରାଣ ମେଣ୍ଟାଈ ଆସୁଥିବା ବେଳେ ବାତ୍ୟା ର ହୁଙ୍କାର ଚାଷୀର ଜୀବନକୁ ହଲାଇଦେଉଛି ।

ଚାଷୀଙ୍କ କଷ୍ଟ ଅର୍ଜିତ ଫସଲ ଅମଳ ହେବା ପୂର୍ବରୁ କ୍ଷୟକ୍ଷତି ହୋଇ ଆସୁଥିବା ବେଳେ କୃଷି ବିଭାଗ କି ପ୍ରଶାସନ ଚାଷୀଙ୍କୁ ପାଲ ଖଣ୍ଡେ ବି ସହଯୋଗ କରିପାରୁନାହିଁ ବୋଲି ବହୁ ଚାଷୀ କଲେ ଅଭିଯୋଗ। ପ୍ରକୃତିକ ବିପର୍ଯ୍ୟସ୍ତ ବାତ୍ୟା ୟଶଏବେ ଚାଷୀଙ୍କ ପାଇଁ ପାଲଟିଛି ମୁଣ୍ଡ ବ୍ୟଥାର କାରଣ । ସମ୍ପୂର୍ଣ୍ଣ ଭୟଭୀତ ଏବେ ଏଠାକାର ଚାଷୀ କେତେ ରହିଛନ୍ତି ଭୟଭୀତ ତାହା ନଦେଖିଲେ ବୁଝିହେବନି ଧାର ଉଦ୍ଧାର କରି ଫସଲ ରେ ପାଲ ଘୋଡାଇ ସୁରକ୍ଷିତ ପାଇଁ ଚେଷ୍ଟା କରୁଛନ୍ତି । (ରିପୋର୍ଟ : ଗୌତମ ମିଶ୍ର)
No Result
View All Result